କୋଟା : ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଭୁଶୁଡିଲା ନିର୍ମାଣାଧୀନ ଟନେଲ, ୧ମୃତ, ୩ ଆହତ

କୋଟା ୧।୧୨: ରାଜସ୍ଥାନ କୋଟା ନିକଟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ନିର୍ମାଣାଧୀନ ଟନେଲରେ ରବିବାର ସକାଳେ ଭୀଷଣ ଦୁର୍ଘଟଣା ଘଟିଛି। ଟନେଲର ଗୋଟିଏ ପାର୍ଶ୍ୱ  ଭୁଶୁଡି ପଡିଛି, ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ତୁରନ୍ତ କୋଟା ହସ୍ପିଟାଲ ପଠାଯାଇଛି। ଏହି ଦୁର୍ଘଟଣା ରାମଗଞ୍ଜ ମଣ୍ଡିର ମୋଡକ ଅଞ୍ଚଳରେ ହୋଇଛି। ଯେତେବେଳେ ଦୁର୍ଘଟଣା ଘଟିଲା ଶ୍ରମିକମାନେ ନିଜନିଜ କାମ କରୁଥିଲେ, ଫଳରେ କିଛି ଲୋକ ଧ୍ୱଂସସ୍ତୁପ ତଳେ ପୋତି ହୋଇଯାଇଥିଲେ। ସ୍ଥାନୀୟ ପୋଲିସ ଓ ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ସାଥୀ ଶ୍ରମିକମାନେ ସେମାନଙ୍କ ସହଯୋଗୀମାନଙ୍କୁ ବାହାର କରିସାରିଥିଲେ। ଆହତ ଶ୍ରମିକମାନଙ୍କୁ ପ୍ରଥମେ ମୋଡକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଉପଚାର ପରେ ସେମାନଙ୍କୁ କୋଟା ରେଫର କରାଯାଇଛି। ଅଧିକାରୀମାନେ ଭବିଷ୍ୟତରେ ଏପରି ଘଟଣାକୁ ରୋକିବା ପାଇଁ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାର କାରଣ ସନ୍ଧାନ କରୁଛନ୍ତି। ଏହି ଟନେଲକୁ ଶବ୍ଦ ନିରୋଧକ ଭାବେ ନିର୍ମାଣ କରାଯାଉଛି, ଯେପରି ଯାନବାହନରୁ ହେଉଥିବା ଶବ୍ଦ ଯୋଗୁ ଆଖପାଖର ବନ୍ୟଜୀବ  ହଇରାଣ ନ ହୁଅନ୍ତି। ଏହା ଏକ ବଡ଼ ପ୍ରକଳ୍ପର ଅଂଶବିଶେଷ, ଯାହାର ଉଦ୍ଦେଶ୍ୟ ବନ୍ୟ ଜୀବନ ଖାସ କରି ବାଘଙ୍କ ସୁରକ୍ଷା କରିବା। କାରଣ ଏହି ରାସ୍ତା ମୁକନ୍ଦରା ଟାଇଗର ରି

କୋଟା : ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଭୁଶୁଡିଲା ନିର୍ମାଣାଧୀନ ଟନେଲ, ୧ମୃତ, ୩ ଆହତ

କୋଟା ୧।୧୨: ରାଜସ୍ଥାନ କୋଟା ନିକଟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ନିର୍ମାଣାଧୀନ ଟନେଲରେ ରବିବାର ସକାଳେ ଭୀଷଣ ଦୁର୍ଘଟଣା ଘଟିଛି। ଟନେଲର ଗୋଟିଏ ପାର୍ଶ୍ୱ  ଭୁଶୁଡି ପଡିଛି, ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ତୁରନ୍ତ କୋଟା ହସ୍ପିଟାଲ ପଠାଯାଇଛି। ଏହି ଦୁର୍ଘଟଣା ରାମଗଞ୍ଜ ମଣ୍ଡିର ମୋଡକ ଅଞ୍ଚଳରେ ହୋଇଛି। ଯେତେବେଳେ ଦୁର୍ଘଟଣା ଘଟିଲା ଶ୍ରମିକମାନେ ନିଜନିଜ କାମ କରୁଥିଲେ, ଫଳରେ କିଛି ଲୋକ ଧ୍ୱଂସସ୍ତୁପ ତଳେ ପୋତି ହୋଇଯାଇଥିଲେ। 

ସ୍ଥାନୀୟ ପୋଲିସ ଓ ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ସାଥୀ ଶ୍ରମିକମାନେ ସେମାନଙ୍କ ସହଯୋଗୀମାନଙ୍କୁ ବାହାର କରିସାରିଥିଲେ। ଆହତ ଶ୍ରମିକମାନଙ୍କୁ ପ୍ରଥମେ ମୋଡକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଉପଚାର ପରେ ସେମାନଙ୍କୁ କୋଟା ରେଫର କରାଯାଇଛି। ଅଧିକାରୀମାନେ ଭବିଷ୍ୟତରେ ଏପରି ଘଟଣାକୁ ରୋକିବା ପାଇଁ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାର କାରଣ ସନ୍ଧାନ କରୁଛନ୍ତି। 

ଏହି ଟନେଲକୁ ଶବ୍ଦ ନିରୋଧକ ଭାବେ ନିର୍ମାଣ କରାଯାଉଛି, ଯେପରି ଯାନବାହନରୁ ହେଉଥିବା ଶବ୍ଦ ଯୋଗୁ ଆଖପାଖର ବନ୍ୟଜୀବ  ହଇରାଣ ନ ହୁଅନ୍ତି। ଏହା ଏକ ବଡ଼ ପ୍ରକଳ୍ପର ଅଂଶବିଶେଷ, ଯାହାର ଉଦ୍ଦେଶ୍ୟ ବନ୍ୟ ଜୀବନ ଖାସ କରି ବାଘଙ୍କ ସୁରକ୍ଷା କରିବା। କାରଣ ଏହି ରାସ୍ତା ମୁକନ୍ଦରା ଟାଇଗର ରିଜର୍ଭ ଦେଇ ଯାଉଛି। ଏନଏଚଆଇ ଏଇଏନ୍ ରାକେଶ ମିଣା କହିଛନ୍ତି ଯେ ୪.୯ କିଲୋମିଟର ଦୀର୍ଘ ଏହି ଟନେଲ ୮ଲେନର ହେବ ଓ ଏହାକୁ ମୁକନ୍ଦରା ଟାଇଗର ରିଜର୍ଭ ପାହାଡ ତଳେ ନିର୍ମାଣ କରାଯିବ। 

ଟନେଲର ରଣନୈତିକ ସ୍ଥିତି ମୁକନ୍ଦରା ଟାଇଗର ରିଜର୍ଭକୁ ପ୍ରବେଶ କରିବାର ୫୦୦ ମିଟର ପୂର୍ବରୁ ଆରମ୍ଭ ହେବ। ଏହି ସଡ଼କ ଯୋଗୁ ବନ୍ୟପ୍ରାଣୀଙ୍କୁ ସବୁଠୁ କମ ସମସ୍ୟା ହେବ ଓ ତଳେ ଯାନବାହନ ଚଳାଚଳ କରିବ। ୧୨ଶହ କୋଟି ଟଙ୍କାର ଏହି ପ୍ରକଳ୍ପ କାମ ଅଷ୍ଟ୍ରେଲିୟ ଇଞ୍ଜିୟରଙ୍କ ମାର୍ଗଦର୍ଶନରେ ନିର୍ମାଣ କରାଯାଉଛି। ଏହି ସଡ଼କର ନିର୍ମାଣ କାମ ୨୦୨୫ ସୁଦ୍ଧା ଶେଷ କରିବାକୁ ଲକ୍ଷ ରଖାଯାଇଛି।