କୋଟାରେ ଝୁଲି ପଡିଲେ ଆଉ ଏକ ଛାତ୍ର
ଜୟପୁର,୧୩।୨: ରାଜସ୍ଥାନ କୋଟାରେ ଆଉ ଏକ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷର ଏହା ଚତୁର୍ଥ ଘଟଣା ହୋଇଥିବା ବେଳେ ଏହା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସୂଚନାଯୋଗ୍ୟ, ଛାତ୍ର ଜଣଙ୍କ ଦ୍ୱାଦଶରେ ପଢୁଥିବା ବେଳେ କୋଟାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। ମଙ୍ଗଳବାର ସକାଳେ ଯେତେବେଳେ ଛାତ୍ରଙ୍କୁ ତାଙ୍କ ପରିବାର ଲୋକ ଫୋନ କରିଥିଲେ ସତ୍ତ୍ୱେ ସେ ଫୋନ ଉଠାଇନଥିଲେ। ବାରମ୍ବାର କରିବା ପରେ ଛାତ୍ର ଜଣଙ୍କ ଫୋନ ନ […] The post କୋଟାରେ ଝୁଲି ପଡିଲେ ଆଉ ଏକ ଛାତ୍ର appeared first on Dharitri Odia News.
ଜୟପୁର,୧୩।୨: ରାଜସ୍ଥାନ କୋଟାରେ ଆଉ ଏକ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷର ଏହା ଚତୁର୍ଥ ଘଟଣା ହୋଇଥିବା ବେଳେ ଏହା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସୂଚନାଯୋଗ୍ୟ, ଛାତ୍ର ଜଣଙ୍କ ଦ୍ୱାଦଶରେ ପଢୁଥିବା ବେଳେ କୋଟାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। ମଙ୍ଗଳବାର ସକାଳେ ଯେତେବେଳେ ଛାତ୍ରଙ୍କୁ ତାଙ୍କ ପରିବାର ଲୋକ ଫୋନ କରିଥିଲେ ସତ୍ତ୍ୱେ ସେ ଫୋନ ଉଠାଇନଥିଲେ। ବାରମ୍ବାର କରିବା ପରେ ଛାତ୍ର ଜଣଙ୍କ ଫୋନ ନ ଉଠାଇବା ପରେ ଘର ଲୋକ ହଷ୍ଟେଲ ୱାର୍ଡେନଙ୍କୁ ଫୋନ କରିଥିଲେ। ଯାହା ପରେ ୱାର୍ଡେନ ଛାତ୍ରଙ୍କୁ ରୁମ୍କୁ ଯାଇଥିଲେ ଏବଂ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏନେଇ ୱାର୍ଡେନ ଛାତ୍ରଙ୍କ ପରିବାର ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
The post କୋଟାରେ ଝୁଲି ପଡିଲେ ଆଉ ଏକ ଛାତ୍ର appeared first on Dharitri Odia News.