କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ ଧିରୁଭାଇ ଅମ୍ବାନୀଙ୍କ ୩ୟ ପୁଅ ଭାବେ ପରିଚିତ ଆନନ୍ଦ ରିଲାଇନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ତଥା ଅରବପତି ଓ ଭାରତର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘନିଷ୍ଠ ବନ୍ଧୁ ଅଟନ୍ତି। ୨୦୦୭ରେ ଆନନ୍ଦ ଫୋବର୍‌ସ ଇଣ୍ଡିଆର ୪୦ ସବୁଠାରୁ ଧନୀ ଲୋକ ମଧ୍ୟରେ ୧୧ତମ ସ୍ଥାନରେ ଅଛନ୍ତି। ତାଙ୍କ ପୁଅ […] The post କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର… appeared first on Dharitri Odia News.

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ ଧିରୁଭାଇ ଅମ୍ବାନୀଙ୍କ ୩ୟ ପୁଅ ଭାବେ ପରିଚିତ ଆନନ୍ଦ ରିଲାଇନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ତଥା ଅରବପତି ଓ ଭାରତର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘନିଷ୍ଠ ବନ୍ଧୁ ଅଟନ୍ତି। ୨୦୦୭ରେ ଆନନ୍ଦ ଫୋବର୍‌ସ ଇଣ୍ଡିଆର ୪୦ ସବୁଠାରୁ ଧନୀ ଲୋକ ମଧ୍ୟରେ ୧୧ତମ ସ୍ଥାନରେ ଅଛନ୍ତି। ତାଙ୍କ ପୁଅ ହର୍ଷ ବର୍ଦ୍ଧନ ଡ୍ରିମ୍‌ ୧୧ର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି।

ଆନନ୍ଦଙ୍କୁ ୧୯୮୦ ଦଶକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରି (ଆରଆଇଏଲ) ରେ ପରିଚୟ ମିଳିଥିଲା। ତେବେ ଏକ ଜାତୀୟ ଗଣମାଧ୍ୟର ସୂଚନା ଅନୁଯାୟୀ, ସେତେବେଳେ ସେ କମ୍ପାନୀ ଠାରୁ ଦରମା ନେଉ ନଥିଲେ। ଫଚ୍ୟୁନର ୫୦୦ ରିଲାଏନ୍ସ ଗ୍ରୁପ୍‌ ସହ ୨୫ବର୍ଷରୁ ଅଧିକ ଦିନ ଘନିଷ୍ଠ ସମ୍ପର୍କ ରଖିବା ସହ ସେ ରିଲାଏନ୍ସ କ୍ୟାପିଟାଲର ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ଅର୍ବାନ ଇନଫ୍ରାଷ୍ଟକଚର ବେଞ୍ଚର କ୍ୟାପିଟାଲ ଲିମିଟେଡର ଅଧ୍ୟକ୍ଷ ଅଟନ୍ତି। ୧୯୮୧ରେ ମୁକେଶ ଅମ୍ବାନୀ ଷ୍ଟାନଫୋର୍ଡ କଲେଜରୁ ଫେରିବା ପରେ ଆନନ୍ଦ ସବୁ କାମ ଛାଡିଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ଯୋଗ ଦେଇଥିଲେ। ଏଥିପାଇଁ ସେ ଦିଲ୍ଲୀରେ ନିଜ ବ୍ୟବସାୟ ଛାଡି ଦେଇଥିଲେ। ଆଜି ସେ ରିଲାଏନ୍ସ ଗ୍ରୁପ୍‌ର ସିନିୟର ଏକ୍ସକ୍ୟୁଟିଭ୍‌ ଅଟନ୍ତି। ଫୋବର୍‌ସ ଅନଚସାରେ ବର୍ତ୍ତମାନ ତାଙ୍କ ମୋଟ ସମ୍ପତ୍ତି ୫୨୫ ମିଲିୟନ।

The post କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର… appeared first on Dharitri Odia News.