ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ମରିୟମ ନଓ୍ବାଜ
ଇସଲାମାବାଦ,୨୨।୨: ପାକିସ୍ତାନ ରାଜନୀତିରେ ଏକ ବଡ ପରିବର୍ତ୍ତନ ଆସିବାର ସଙ୍କେତ ରହିଛି। ପ୍ରଥମ ଥର ପାଇଁ ପଞ୍ଜାବ ପ୍ରଦେଶରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ପଦ ପାଇବେ। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପିଏମଏଲ-ଏନ ନେତା ମରିୟମ ନୱାଜ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ। ସୂଚନାଯୋଗ୍ୟ, ଫେବୃଆରୀ ୮ରେ ପାକିସ୍ତାନରେ ସଂସଦ ଏବଂ ପ୍ରାଦେଶିକ ନିର୍ବାଚନ ପାଇଁ ଭୋଟ ଦିଆଯାଇଥିଲା। PML-N ମଧ୍ୟ କେନ୍ଦ୍ରରେ ଏକ ମିଳିତ ସରକାର ଗଠନ କରୁଛି । ପଞ୍ଜାବ ପ୍ରଦେଶରେ […] The post ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ମରିୟମ ନଓ୍ବାଜ appeared first on Dharitri Odia News.
ଇସଲାମାବାଦ,୨୨।୨: ପାକିସ୍ତାନ ରାଜନୀତିରେ ଏକ ବଡ ପରିବର୍ତ୍ତନ ଆସିବାର ସଙ୍କେତ ରହିଛି। ପ୍ରଥମ ଥର ପାଇଁ ପଞ୍ଜାବ ପ୍ରଦେଶରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ପଦ ପାଇବେ। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପିଏମଏଲ-ଏନ ନେତା ମରିୟମ ନୱାଜ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ। ସୂଚନାଯୋଗ୍ୟ, ଫେବୃଆରୀ ୮ରେ ପାକିସ୍ତାନରେ ସଂସଦ ଏବଂ ପ୍ରାଦେଶିକ ନିର୍ବାଚନ ପାଇଁ ଭୋଟ ଦିଆଯାଇଥିଲା। PML-N ମଧ୍ୟ କେନ୍ଦ୍ରରେ ଏକ ମିଳିତ ସରକାର ଗଠନ କରୁଛି । ପଞ୍ଜାବ ପ୍ରଦେଶରେ ମରିୟମ ନୱାଜ ଶପଥ ଗ୍ରହଣ କରିବେ। ଏହା ସହିତ ମରିୟମ ମଧ୍ୟ ଦେଶର ପ୍ରଥମ ମହିଳା ନେତା ହେବାର ମୁଖ୍ୟତା ହାସଲ କରିବେ।
୫୦ ବର୍ଷୀୟ ନେତା ମରିୟମ ମଧ୍ୟ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଦଳର ବରିଷ୍ଠ ଉପାଧ୍ୟକ୍ଷ ଅଟନ୍ତି। ମରିୟମଙ୍କ ଶପଥ ଗ୍ରହଣ ବିଷୟରେ ଅଧିକ ଆଲୋଚନା ହେଉଛି କାରଣ ଫେବୃଆରୀ ୮ରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପଞ୍ଜାବ ହେଉଛି ଦେଶର ପାଞ୍ଚଟି ପ୍ରଦେଶ ମଧ୍ୟରେ ପ୍ରଥମ ପ୍ରାଦେଶିକ ସଭା, ଯାହାର ଉଦଘାଟନୀ ଅଧିବେଶନ ଘୋଷଣା କରାଯାଇଛି। ଶୁକ୍ରବାର ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ ନବ ନର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିବେ। ଏହା ସହିତ ନୂତନ ସରକାର ଗଠନ ଆରମ୍ଭ ହେବ।
The post ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ମରିୟମ ନଓ୍ବାଜ appeared first on Dharitri Odia News.