ଯଦି ମୁଁ ଭାଜପାରେ ସାମିଲ ହୋଇଯିବି, ଇଡି ସମନ ମିଳିବା ବନ୍ଦ ହୋଇଯିବ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୭।୩: ଅବକାରୀ ଦୁର୍ନୀତି ମାମଲାରେ ଏଯାବତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ କରାଯାଇଥିବା ୮ ସମନକୁ ଅଣଦେଖା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ଏଣୁ ତାଙ୍କ ବିରୋଧରେ ମୋକଦ୍ଦମା ଚଲାଇବାକୁ ଦାବି କରି ଦିଲ୍ଲୀର ଏକ କୋର୍ଟରେ ନୂଆ ମାମଲା ଦାୟର କରାଯାଇଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେଜ୍‌ରିଓ୍ବାଲ। ଯଦି ସେ ଭାଜପାରେ ସାମିଲ ହୋଇଯିବେ ତେବେ ତଦନ୍ତକାରୀ ସଂସ୍ଥାରୁ ନୋଟିସ୍‌ ମିଳିବା ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି। କେଜ୍‌ରିଓ୍ବାଲ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ […] The post ଯଦି ମୁଁ ଭାଜପାରେ ସାମିଲ ହୋଇଯିବି, ଇଡି ସମନ ମିଳିବା ବନ୍ଦ ହୋଇଯିବ: କେଜ୍‌ରିଓ୍ବାଲ appeared first on Dharitri Odia News.

ଯଦି ମୁଁ ଭାଜପାରେ ସାମିଲ ହୋଇଯିବି, ଇଡି ସମନ ମିଳିବା ବନ୍ଦ ହୋଇଯିବ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୭।୩: ଅବକାରୀ ଦୁର୍ନୀତି ମାମଲାରେ ଏଯାବତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ କରାଯାଇଥିବା ୮ ସମନକୁ ଅଣଦେଖା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ଏଣୁ ତାଙ୍କ ବିରୋଧରେ ମୋକଦ୍ଦମା ଚଲାଇବାକୁ ଦାବି କରି ଦିଲ୍ଲୀର ଏକ କୋର୍ଟରେ ନୂଆ ମାମଲା ଦାୟର କରାଯାଇଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେଜ୍‌ରିଓ୍ବାଲ। ଯଦି ସେ ଭାଜପାରେ ସାମିଲ ହୋଇଯିବେ ତେବେ ତଦନ୍ତକାରୀ ସଂସ୍ଥାରୁ ନୋଟିସ୍‌ ମିଳିବା ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି।

କେଜ୍‌ରିଓ୍ବାଲ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଏକ ପୋଷ୍ଟରେ ଲେଖିଛନ୍ତି, ଇଡିକୁ ବ୍ୟବହାର କରି ବିରୋଧୀ ନେତାମାନଙ୍କୁ ଅଡ଼ୁଆରେ ପକାଯାଉଛି। ଏପରିକି ଭାଜପାରେ ସାମିଲ ହେବା ପାଇଁ ବାଧ୍ୟ କରାଯାଉଛି। ଇଡି ଚଢ଼ାଉ କରି ପଚରାଯାଉଛି, କେଉଁଠିକୁ ଯିବ, ଭାଜପା ନା ଜେଲ?ଯିଏ ଭାଜପାରେ ଯିବାକୁ ମନା କରିଦିଅନ୍ତି ତାଙ୍କୁ ଭେଲ ପଠାଇ ଦିଆଯାଉଛି। ଆଜି ଯଦି ସତ୍ୟେନ୍ଦ୍ର ଜୈନ, ମନିଷ ସିସୋଡିଆ, ସଞ୍ଜୟ ସିଂହ ଭାଜପାରେ ସାମିଲ ହୋଇଯାଆନ୍ତି ତେବେ କାଲି ତାଙ୍କୁ ଜାମିନ ମିଳିଯିବ। ଯଦି ମୁଁ ଆଜି ଭାଜପାରେ ଯୋଗ ଦିଏ ଇଡିର ସମନ ଆସିବା ବନ୍ଦ ହୋଇଯିବ। ସମୟ ବଡ଼ ବଳବାନ। ପ୍ରତିଦିନ ଏକ ଭଳି ରୁହେନା ବୋଲି ସେ କହିଛନ୍ତି।

The post ଯଦି ମୁଁ ଭାଜପାରେ ସାମିଲ ହୋଇଯିବି, ଇଡି ସମନ ମିଳିବା ବନ୍ଦ ହୋଇଯିବ: କେଜ୍‌ରିଓ୍ବାଲ appeared first on Dharitri Odia News.