ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୮ମ ସମନ ପଠାଇଲା ଇଡ଼ି, ହାଜର ନହେଲେ ବଢ଼ିପାରେ ଅଡ଼ୁଆ
ରାଞ୍ଚି,୧୩।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପୁଣି ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପୂର୍ବରୁ ୭ଥର ସମନ କରାଯାଇଥିଲା। ଏବେ ପୁଣି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନୂଆ ଡେଡ୍ଲାଇନ ଦିଆଯାଇଛି। ଅସନ୍ତା ଜାନୁଆରୀ ୧୬ରୁ ୨୦ ଭିତରେ ହାଜର ହେବାକୁ ସୋରେନଙ୍କୁ କୁହାଯାଇଛି। ତେବେ ଯଦି ସେ ହାଜର ନ ହୁଅନ୍ତି ତେବେ ଇଡିର ଅଧିକାରୀମାନେ ତାଙ୍କ ପାଖରେ ପହଞ୍ଚିବେ ବୋଲି କୁହାଯାଇଛି। […] The post ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୮ମ ସମନ ପଠାଇଲା ଇଡ଼ି, ହାଜର ନହେଲେ ବଢ଼ିପାରେ ଅଡ଼ୁଆ appeared first on Dharitri Odia News.
ରାଞ୍ଚି,୧୩।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପୁଣି ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପୂର୍ବରୁ ୭ଥର ସମନ କରାଯାଇଥିଲା। ଏବେ ପୁଣି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନୂଆ ଡେଡ୍ଲାଇନ ଦିଆଯାଇଛି। ଅସନ୍ତା ଜାନୁଆରୀ ୧୬ରୁ ୨୦ ଭିତରେ ହାଜର ହେବାକୁ ସୋରେନଙ୍କୁ କୁହାଯାଇଛି। ତେବେ ଯଦି ସେ ହାଜର ନ ହୁଅନ୍ତି ତେବେ ଇଡିର ଅଧିକାରୀମାନେ ତାଙ୍କ ପାଖରେ ପହଞ୍ଚିବେ ବୋଲି କୁହାଯାଇଛି।
ଜମି ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବା ପାଇଁ ଇଡି ୭ଥର-ଅଗଷ୍ଟ ୧୪, ଅଗଷ୍ଟ ୨୪, ସେପ୍ଟେମ୍ବର ୯, ସେପ୍ଟେମ୍ବର ୨୩, ଅକ୍ଟୋବର ୪, ଡିସେମ୍ବର ୧୨ରେ ସୋରେନଙ୍କୁ ସମନ କରିଥିଲା। କିନ୍ତୁ ସେ ହାଜର ହୋଇ ନ ଥିଲେ। ଏବେ ପୁଣିଥରେ ଇଡି ୮ମ ଥର ପାଇଁ ତାଙ୍କୁ ସମନ ପଠାଇଛି। ଏହାପୂର୍ବରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଇଡି ଏକ ଚିଠି ପଠାଇଥିଲା। ମନି ଲଣ୍ଡରିଂ ମାମଲାରେ ଆପଣଙ୍କ କେବେ ଓ କେଉଁଠି ବୟାନ ରେକର୍ଡ କରିବା ପାଇଁ ସୁବିଧା ହେବ ସେ ନେଇ ଜଣାନ୍ତୁ ବୋଲି ଇଡି ଚିଠି ମାଧ୍ୟମରେ କହିଥିଲା।
ଅପରପକ୍ଷେ ସୋରେନ୍ ଜାନୁଆରୀ ୨ରେ ତାଙ୍କୁ ସମନ ପଠାଇବାର କାରଣ ପଚାରିବା ସହ ଇଡି ଉପରେ ପ୍ରଶ୍ନ ଉଠାଇଥିଲେ। ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ଏହି ସମନ ପଠାଯାଉଛି। ସମନ ପାଇଁ ତାଙ୍କୁ ବାରମ୍ବାର ମିଡିଆ ଟ୍ରାଏଲର ସାମ୍ନା କରିବାକୁ ପଡୁଛି। ଏଭଳି କରି ତାଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି ସୋରେନ ଇଡିକୁ ଚିଠି ଲେଖି କହିଥିଲେ।
The post ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୮ମ ସମନ ପଠାଇଲା ଇଡ଼ି, ହାଜର ନହେଲେ ବଢ଼ିପାରେ ଅଡ଼ୁଆ appeared first on Dharitri Odia News.