ମୋହନ ସରକାରଙ୍କ ବଡ଼ ଭେଟି: ଏହି ତାରିଖରେ ହିତାଧିକାରୀଙ୍କୁ ମିଳିବ ଭତ୍ତା ରାଶି!

ଭୁବନେଶ୍ୱର,୧୩।୮: ସ୍ବାଧୀନତା ଦିବସ ପୂର୍ବରୁ ରାଜ୍ୟବାସୀଙ୍କୁ ମୋହନ ସରକାର ବଡ଼ ଭେଟି ଦେବାକୁ ଯାଉଛନ୍ତି। ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ସରକାର ଟଙ୍କା ଦେବେ। ଅଗଷ୍ଟ ୧୫ ତାରିଖରେ ନୂଆ ହିତାଧିକାରୀଙ୍କୁ ଭତ୍ତା ରାଶି ମିଳିପାରେ ବୋଲି କୁହାଯାଉଛି। ହେଲେ ଏହାକୁ ନେଇ ଏଯାଏ କୌଣସି ସରକାରୀ ଘୋଷଣା ହୋଇନାହିଁ। ଭାଜପା ନିର୍ବାଚନ ସମୟରେ ଭତ୍ତା ବଢିବା ନେଇ ପ୍ରତିଶ୍ରୁତି ଦେଇଥିଲା। ଆଉ ଚଳିତ ବର୍ଷ ବଜେଟରେ ଏଥିପାଇଁ ବ୍ୟୟବରାଦ ହୋଇଥିଲା। ମୁଖ୍ୟମନ୍ତ୍ରୀ ବଜେଟରେ ଘୋଷଣା […] The post ମୋହନ ସରକାରଙ୍କ ବଡ଼ ଭେଟି: ଏହି ତାରିଖରେ ହିତାଧିକାରୀଙ୍କୁ ମିଳିବ ଭତ୍ତା ରାଶି! appeared first on Dharitri Odia News.

ମୋହନ ସରକାରଙ୍କ ବଡ଼ ଭେଟି: ଏହି ତାରିଖରେ ହିତାଧିକାରୀଙ୍କୁ ମିଳିବ ଭତ୍ତା ରାଶି!

ଭୁବନେଶ୍ୱର,୧୩।୮: ସ୍ବାଧୀନତା ଦିବସ ପୂର୍ବରୁ ରାଜ୍ୟବାସୀଙ୍କୁ ମୋହନ ସରକାର ବଡ଼ ଭେଟି ଦେବାକୁ ଯାଉଛନ୍ତି। ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ସରକାର ଟଙ୍କା ଦେବେ। ଅଗଷ୍ଟ ୧୫ ତାରିଖରେ ନୂଆ ହିତାଧିକାରୀଙ୍କୁ ଭତ୍ତା ରାଶି ମିଳିପାରେ ବୋଲି କୁହାଯାଉଛି। ହେଲେ ଏହାକୁ ନେଇ ଏଯାଏ କୌଣସି ସରକାରୀ ଘୋଷଣା ହୋଇନାହିଁ।

ଭାଜପା ନିର୍ବାଚନ ସମୟରେ ଭତ୍ତା ବଢିବା ନେଇ ପ୍ରତିଶ୍ରୁତି ଦେଇଥିଲା। ଆଉ ଚଳିତ ବର୍ଷ ବଜେଟରେ ଏଥିପାଇଁ ବ୍ୟୟବରାଦ ହୋଇଥିଲା। ମୁଖ୍ୟମନ୍ତ୍ରୀ ବଜେଟରେ ଘୋଷଣା କରିଥିଲେ ଯେ, ୬୦ ବର୍ଷରୁ ଅଧିକ ସମସ୍ତଙ୍କୁ ୩୦୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଭତ୍ତା ମିଳିବ।

ସରକାର ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବଢାଇଛନ୍ତି। ପୁର୍ବରୁ ୨୮ ଲକ୍ଷ ୬୧ ହଜାର ହିତାଧିକାରୀ ଥିବା ବେଳେ ୪ ଲକ୍ଷ ୧୩ ହଜାର ବୃଦ୍ଧି ହୋଇଛି। ତେବେ ଅଗଷ୍ଟ ୧୫ ତାରିଖରେ ନୂଆ ହିତାଧିକାରୀଙ୍କୁ ଭତ୍ତା ରାଶି ବୋଲି ସମ୍ଭାବନା ରହିଛି।

 

The post ମୋହନ ସରକାରଙ୍କ ବଡ଼ ଭେଟି: ଏହି ତାରିଖରେ ହିତାଧିକାରୀଙ୍କୁ ମିଳିବ ଭତ୍ତା ରାଶି! appeared first on Dharitri Odia News.