ବାପାଙ୍କୁ ମାରି ମାଟି ତଳେ ପୋତିଥିଲେ ପୁଅ, ନିଖୋଜ ଥିଲେ ମା’ ଚମ୍ପାବତୀ, ୬ ଦିନ ପରେ ଘରକୁ ଫେରିଲେ

ଖଇରା,୨୪ା୬(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଗରସଙ୍ଗ ଗ୍ରାମରୁ ୬ଦିନ ତଳୁ ନିଖୋଜ ଥିବା ଚମ୍ପାବତୀ ବେହେରା(୭୦) ହଠାତ୍‌ ସୋମବାର ସକାଳେ ଘରକୁ ଫେରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସୋମବାର ସକାଳେ ଏକ ଅଟୋ ଚମ୍ପାଙ୍କୁ ସଙ୍ଗରେ ଗରସଙ୍ଗ ଆଣି ଘର ନିକଟରେ ଛାଡ଼ି କେହି କିଛି ପଚାରିବା ପୂର୍ବରୁ ଦ୍ରୁତି ଗତିରେ ପଳାଇଥିଲା। ତା’ ପରଠାରୁ ଯିଏ ଯାହା ପଚାରିଲେ ବି ସେ କିଛି କହୁ ନାହାନ୍ତି। ଜାମଝାଡ଼ି ନିକଟରେ […] The post ବାପାଙ୍କୁ ମାରି ମାଟି ତଳେ ପୋତିଥିଲେ ପୁଅ, ନିଖୋଜ ଥିଲେ ମା’ ଚମ୍ପାବତୀ, ୬ ଦିନ ପରେ ଘରକୁ ଫେରିଲେ appeared first on Dharitri Odia News.

ବାପାଙ୍କୁ ମାରି ମାଟି ତଳେ ପୋତିଥିଲେ ପୁଅ, ନିଖୋଜ ଥିଲେ ମା’ ଚମ୍ପାବତୀ, ୬ ଦିନ ପରେ ଘରକୁ ଫେରିଲେ

ଖଇରା,୨୪ା୬(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଗରସଙ୍ଗ ଗ୍ରାମରୁ ୬ଦିନ ତଳୁ ନିଖୋଜ ଥିବା ଚମ୍ପାବତୀ ବେହେରା(୭୦) ହଠାତ୍‌ ସୋମବାର ସକାଳେ ଘରକୁ ଫେରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସୋମବାର ସକାଳେ ଏକ ଅଟୋ ଚମ୍ପାଙ୍କୁ ସଙ୍ଗରେ ଗରସଙ୍ଗ ଆଣି ଘର ନିକଟରେ ଛାଡ଼ି କେହି କିଛି ପଚାରିବା ପୂର୍ବରୁ ଦ୍ରୁତି ଗତିରେ ପଳାଇଥିଲା। ତା’ ପରଠାରୁ ଯିଏ ଯାହା ପଚାରିଲେ ବି ସେ କିଛି କହୁ ନାହାନ୍ତି। ଜାମଝାଡ଼ି ନିକଟରେ ଜଣେ ଡେଙ୍ଗାଲୋକ ତାଙ୍କୁ ଆଣି ଅଟୋରେ ଆଣି ବସାଇବା କଥା କିଛି ଗ୍ରାମବାସୀଙ୍କ ଆଗରେ ଚମ୍ପା ପ୍ରଥମେ କହିଥିବା ଜଣାଯାଇଛି। ଥାନାକୁ ନିଆଯାଇ ପଚରାଉଚରା କରାଯିବ ବୋଲି ସିମୁଳିଆ ପୋଲିସ କହିଛି। ୧୭ ତାରିଖଠାରୁ ଉକ୍ତ ଗରସଙ୍ଗ ଗ୍ରାମର ପ୍ରଭାକର ବେହେରାଙ୍କ ସ୍ତ୍ରୀ ଚମ୍ପାବତୀ ଓ ପୁଅ ରମେଶ ନିଖୋଜ ହୋଇଯାଇଥିଲେ। ପୁଅ ରମେଶ ଜମି ଲୋଭରେ ମା-ବାପାଙ୍କୁ ମାରି ମାଟି ତଳେ ପୋତି ଫେରାର ହୋଇ ଯାଇଥିବା କୁହାଯାଉଥିଲା। ଶନିବାର ପ୍ରଭାକରଙ୍କ ମୃତଦେହ ଘର ସଂଲଗ୍ନ ସାରୁଖାଲରୁ ମିଳିଥିଲେ ହେଁ ଚମ୍ପାଙ୍କର ସନ୍ଧାନ ମିଳି ନ ଥିଲା। ସିମୁଳିଆ ପୋଲିସ ଆଗରେ ଚମ୍ପା ସବୁ ସ୍ବିକାର କରିବା ସହ ପୁଅ  ବାପାଙ୍କୁ କବାଟ କିଳା ବାଡିରେ ପିଟି ମାରିଥିବା କଥାକହିଛନ୍ତି। ରମେଶ ଗିରଫ ହେବା ପରେ ହତ୍ୟା ନାଟକର ପର୍ଦ୍ଦାଫାଶ ହେବ ବୋଲି କୁହାଯାଉଛି।

The post ବାପାଙ୍କୁ ମାରି ମାଟି ତଳେ ପୋତିଥିଲେ ପୁଅ, ନିଖୋଜ ଥିଲେ ମା’ ଚମ୍ପାବତୀ, ୬ ଦିନ ପରେ ଘରକୁ ଫେରିଲେ appeared first on Dharitri Odia News.