ପୁଅକୁ ହତ୍ୟା କରି ମୃତ ଦେହକୁ ସୁଟକେସରେ କଲେ ଭର୍ତ୍ତି ମା’…

ପଣଜୀ,୯।୧ : ବେଙ୍ଗାଲୁରୁରୁ ଗୋଆକୁ ଆସିଥିବା ଏକ ଷ୍ଟାର୍ଟଅପ କମ୍ପାନୀର ସିଇଓ ତାଙ୍କ ଚାରି ବର୍ଷର ପୁଅକୁ ହୋଟେଲ ରୁମରେ ହତ୍ୟା କରିଛନ୍ତି। ଏହି ଅପରାଧ କରିବା ପରେ ମହିଳା ମୃତ ଦେହକୁ ସୁଟକେସରେ ଭର୍ତ୍ତି କରି ଘଟଣାସ୍ଥଳରୁ ପଳାଇଥିଲେ। କିନ୍ତୁ ଏକ ଛୋଟ ଭୁଲ ଯୋଗୁ ସେ ପୋଲିସ ହାତରେ ଧରାପଡିଛନ୍ତି। ବର୍ତ୍ତମାନ କୋର୍ଟ ଏହି ମହିଳାଙ୍କୁ ୬ଦିନ ରିମାଣ୍ଡରେ ପଠାଇଛନ୍ତି। ଏହି ଷଡଯନ୍ତ୍ରର ପର୍ଦ୍ଦାଫାଶ କରିବାରେ ହୋଟେଲ କର୍ମଚାରୀ ଏବଂ କ୍ୟାବ ଡ୍ରାଇଭର ଏକ […] The post ପୁଅକୁ ହତ୍ୟା କରି ମୃତ ଦେହକୁ ସୁଟକେସରେ କଲେ ଭର୍ତ୍ତି ମା’… appeared first on Dharitri Odia News.

ପୁଅକୁ ହତ୍ୟା କରି ମୃତ ଦେହକୁ ସୁଟକେସରେ କଲେ ଭର୍ତ୍ତି ମା’…

ପଣଜୀ,୯।୧ : ବେଙ୍ଗାଲୁରୁରୁ ଗୋଆକୁ ଆସିଥିବା ଏକ ଷ୍ଟାର୍ଟଅପ କମ୍ପାନୀର ସିଇଓ ତାଙ୍କ ଚାରି ବର୍ଷର ପୁଅକୁ ହୋଟେଲ ରୁମରେ ହତ୍ୟା କରିଛନ୍ତି। ଏହି ଅପରାଧ କରିବା ପରେ ମହିଳା ମୃତ ଦେହକୁ ସୁଟକେସରେ ଭର୍ତ୍ତି କରି ଘଟଣାସ୍ଥଳରୁ ପଳାଇଥିଲେ। କିନ୍ତୁ ଏକ ଛୋଟ ଭୁଲ ଯୋଗୁ ସେ ପୋଲିସ ହାତରେ ଧରାପଡିଛନ୍ତି। ବର୍ତ୍ତମାନ କୋର୍ଟ ଏହି ମହିଳାଙ୍କୁ ୬ଦିନ ରିମାଣ୍ଡରେ ପଠାଇଛନ୍ତି। ଏହି ଷଡଯନ୍ତ୍ରର ପର୍ଦ୍ଦାଫାଶ କରିବାରେ ହୋଟେଲ କର୍ମଚାରୀ ଏବଂ କ୍ୟାବ ଡ୍ରାଇଭର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପୋଲିସର ସୂଚନାନୁସାରେ, ହୋଟେଲ ରୁମରେ ହତ୍ୟାକାଣ୍ଡ ଘଟିବା ପରେ ମହିଳା ଜଣକ ହୋଟେଲ କର୍ମଚାରୀଙ୍କୁ ତାଙ୍କ ପାଇଁ ବେଙ୍ଗାଲୁରୁକୁ ଟ୍ୟାକ୍ସି ବୁକ କରିବାକୁ ଅନୁରୋଧ କରିଥିଲେ। ତାଙ୍କର ଧରା ପଡ଼ିବାର ଏହା ଏକମାତ୍ର କାରଣ ଥିଲା ।

ମହିଳା ହୋଟେଲ ଛାଡିବା ପରେ କର୍ମଚାରୀମାନେ ରୁମ ସଫା କରିବାକୁ ପହଞ୍ଚିଥିଲେ। ଯେଉଁଠାରେ ସେମାନେ ଅନେକ ସ୍ଥାନରେ ରକ୍ତ ଦାଗ ପାଇଥିଲେ। ହୋଟେଲ କର୍ମଚାରୀ ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ହୋଟେଲରେ ପହଞ୍ଚି ଡ୍ରାଇଭର ମାଧ୍ୟମରେ ମହିଳାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା। ଯେତେବେଳେ ପୁଅ ବିଷୟରେ ପୋଲିସ ପଚରାଉଚରା କଲା ସେ କହିଥିଲେ ପିଲାଟି ସାଙ୍ଗଙ୍କ ପାଖରେ ଅଛି।

ତେବେ ମହିଳା ଜଣଙ୍କ ଦେଇଥିବା ଠିକଣା ନକଲି ବୋଲି ପୋଲିସ ଜାଣିବାକୁ ପାଇଥିଲା। ଡ୍ରାଇଭରକୁ କାରକୁ ପୋଲିସ ଷ୍ଟେଶନକୁ ଆଣିବାକୁ କୁହାଯାଇଥିଲା ଏବଂ ଲଗେଜ ଯାଞ୍ଚ କରିବା ପରେ ପୋଲିସ ଶିଶୁପୁତ୍ରଙ୍କର ମୃତଦେହ ଜବତ କରିଥିଲା। ଏହା ପରେ ମହିଳାଙ୍କ ବିରୋଧରେ ଏଫଆଇଆର୍‌ ପଞ୍ଜୀକୃତ ହୋଇଥିଲା ଏବଂ ତାଙ୍କୁ ଗିରଫ କରାଯାଇଥିଲା। ଗୋଆର ରାଜଧାନୀ ପଣଜୀରେ ବରିଷ୍ଠ ପୋଲିସ ଅଧିକାରୀ ନିଧି ଭାଲସନ ହୋଟେଲ କର୍ମଚାରୀ ତଥା ଟ୍ୟାକ୍ସି ଡ୍ରାଇଭରଙ୍କ ବୁଦ୍ଧିମତାକୁ ପ୍ରଶଂସା କରିବା ସହ ଏହି ମାମଲାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦର୍ଶାଇଛନ୍ତି।

ଅନଲାଇନ ପେଶାଦାର ପ୍ଲାଟଫର୍ମ ’ଲିଙ୍କଡଇନ’ରେ ଅଭିଯୁକ୍ତା ମହିଳା ସୂଚନା ସେଠ ଆର୍ଟିଫିସିଆଲ ଇଣ୍ଟଲଜେନ୍ସ ଷ୍ଟାର୍ଟ ଅପ କମ୍ପାନୀ’ ମାଇଣ୍ଡଫୁଲ ଏଆଇ ଲ୍ୟାବର ସିଇଓ ଏବଂ ୨୦୨୧ ମସିହାରେ ଏଆଇ ଏଥିକ୍ସର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। କାଲାଙ୍ଗୁଟ ପୋଲିସ ଷ୍ଟେଶନର ଇନ୍ସପେକ୍ଟର ପରେଶ ନାୟକ କହିଛନ୍ତି ଅଭିଯୁକ୍ତ ମହିଳା ଜାନୁଆରୀ ୬ ରେ ପୁଅ ସହିତ ଉତ୍ତର ଗୋଆର କାଣ୍ଡୋଲିମରେ ଏକ ଭଡା ଘରେ ପହଞ୍ଚିଥିଲେ। ସେ କହିଥିଲେ ସେଠାରେ ଦୁଇ ଦିନ ରହିବା ପରେ ସେ ଫ୍ଲାଟ କର୍ମଚାରୀଙ୍କୁ କହିଥିଲେ ତାଙ୍କୁ କିଛି କାମ ପାଇଁ ବେଙ୍ଗାଲୁରୁ ଯିବାକୁ ପଡିବ। ସେ ସେମାନଙ୍କୁ ଟ୍ୟାକ୍ସି ବ୍ୟବସ୍ଥା କରିବାକୁ ମଧ୍ୟ କହିଥିଲେ। ନାୟକ କହିଛନ୍ତି, କର୍ମଚାରୀମାନେ ମହିଳାଙ୍କୁ କହିଥିଲେ ଟ୍ୟାକ୍ସିରେ ଯିବା ମହଙ୍ଗା ହେବ। ସେ ବେଙ୍ଗାଲୁରୁକୁ ବିମାନରେ ଯାଇପାରିବେ। ମାତ୍ର ମହିଳା ଜଣକ ଧରା ପଡ଼ିଯିବା ଭୟରେ ଏଭଳି କରି ନ ଥିଲେ।

The post ପୁଅକୁ ହତ୍ୟା କରି ମୃତ ଦେହକୁ ସୁଟକେସରେ କଲେ ଭର୍ତ୍ତି ମା’… appeared first on Dharitri Odia News.