ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଉପରେ ଚଢ଼ିଗଲା ପିକ୍ ଅପ୍, ୨ ମୃତ
ରାଇରଙ୍ଗପୁର: ବାଇକ୍ ଉପରେ ଚଢ଼ିଗଲା ପିକ୍ ଅପ୍। ଏଥିରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ରାଇରଙ୍ଗପୁର ସହରର ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ୨୨୦ରେ। ସୂଚନ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଦୁଇ ଜଣ ଯୁବକ ବାଇକ ଯୋଗେ ରାଇରଙ୍ଗପୁର ସହର ଆଡ଼କୁ ଆସୁଥିବାବେଳେ, ସେମାନଙ୍କୁ ପଛ ପଟୁ ଏକ ଖାଲି ପିକ୍ ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସି ଧକ୍କା ଦେବା ସହ ବାଇକ ଉପରେ ଚଢ଼ିଯାଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲେ ଯେ ୨ ବାଇକ ଆରୋହୀ ରାସ୍ତାକୁ ଛଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।ସେପଟେ ଦୁର୍ଘଟଣା ପରେ ବାଇକରେ ସଙ୍ଗେ ସଙ୍ଗେ ନିଆଁ ଲାଗି ଯାଇଥିଲା। ଯେଉଁଥିରେ ବାଇକଟି ସଂପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ଦୁର୍ଘଟଣାରେ ଗୁରୁତର ଦୁଇ ବାଇକ ଆରୋହୀଙ୍କୁ ଅଗ୍ନିଶମ କର୍ମଚାରୀ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଘଟିଥିବାରୁ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ। ମୃତକଙ୍କ ପରିଚୟ ମିଳିନଥିବାବେଳେ ପିକ୍ ଅପ୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ରାଇରଙ୍ଗପୁର: ବାଇକ୍ ଉପରେ ଚଢ଼ିଗଲା ପିକ୍ ଅପ୍। ଏଥିରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ରାଇରଙ୍ଗପୁର ସହରର ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ୨୨୦ରେ।
ସୂଚନ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଦୁଇ ଜଣ ଯୁବକ ବାଇକ ଯୋଗେ ରାଇରଙ୍ଗପୁର ସହର ଆଡ଼କୁ ଆସୁଥିବାବେଳେ, ସେମାନଙ୍କୁ ପଛ ପଟୁ ଏକ ଖାଲି ପିକ୍ ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସି ଧକ୍କା ଦେବା ସହ ବାଇକ ଉପରେ ଚଢ଼ିଯାଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲେ ଯେ ୨ ବାଇକ ଆରୋହୀ ରାସ୍ତାକୁ ଛଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।ସେପଟେ ଦୁର୍ଘଟଣା ପରେ ବାଇକରେ ସଙ୍ଗେ ସଙ୍ଗେ ନିଆଁ ଲାଗି ଯାଇଥିଲା। ଯେଉଁଥିରେ ବାଇକଟି ସଂପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି।
ତେବେ ଦୁର୍ଘଟଣାରେ ଗୁରୁତର ଦୁଇ ବାଇକ ଆରୋହୀଙ୍କୁ ଅଗ୍ନିଶମ କର୍ମଚାରୀ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଘଟିଥିବାରୁ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ। ମୃତକଙ୍କ ପରିଚୟ ମିଳିନଥିବାବେଳେ ପିକ୍ ଅପ୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।