ଜମିଲା ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ, ଆତସବାଜିରେ କମ୍ପିଲା ପୁରା ପରିବେଶ
ଜଟଣୀ ୩୧।୦୩ : ଓଡ଼ିଶା ପ୍ରସିଦ୍ଧ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ ଆରମ୍ଭ ହୋଇଛି । ଜଟଣୀ ନିକଟବର୍ତ୍ତୀ ହରିରାଜପୁର ଗାଁର ଅନୁଷ୍ଠିତ ଏହି ମେଳଣର ଶନିବାର ଜମାଣ ରାତିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।ରାତିରେ ଭଣ୍ଡାର ଘରୁ କୋଠ ଭୋଗ ଆସିବା ପରେ ଥାନପତି ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ ମନ୍ଦିରରୁ ବାହାରିଥିଲେ । ବାହାରିବା ପରେ ବାଟ ଅଗଣାରେ ରହିଥିଲେ । ସେଠାରେ କୋଠ ଭୋଗ ଲାଗି କରାଯିବା ପରେ ଠାକୁର ଦୋଳ ବିମାନକୁ ବିଜେ କରିଥିଲେ । ପରେ ପଶ୍ଚିମ ଦ୍ୱାର ଦେଇ ବିରାଟ ପଟୁଆରରେ ମେଳଣ ପଡ଼ିଆକୁ ଯାତ୍ରା କରିଥିଲେ । ପଟୁଆରରେ ଯିବା ସମୟରେ ବାଟରେ ଥିବା ଶ୍ରୀ ଗୋପାଳଜୀ (ମଠ ଠାକୁର) ଓ ଶ୍ରୀ ବାଳମୁକୁନ୍ଦ ଦେବ ପାଲିଙ୍କିରେ ଥାନପତିଙ୍କ ସହିତ ମେଳଣ ପଡ଼ିଆକୁ ଯାଇଥିଲେ । ଏହି ଅବସରରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ସହିତ ରେଙ୍ଗରେବଙ୍ଗ କଳରଙ୍ଗ, ବାଦ୍ୟ ରୋଷଣୀ, ଘଣ୍ଟଘଣ୍ଟା, ତୁରୀ ମହୁରୀ, ଶଙ୍ଖନାଦ, ଘୋଡାନାଚ, ନାଗାନାଚ, ପଟ୍ଟାଖେଳ ଆଦି ନୃତ୍ୟରେ ଚତୁଃପାର୍ଶ୍ୱ ପ୍ରକମ୍ପିତ ହୋଇଉଠିଥିଲା । ଏଥିସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ମେଳଣ ପଡ଼ିଆରେ ବିଭିନ୍ନ ଗାଁର ନିମନ୍ତ୍ରିତ ହୋଇ ଆସିଥିବା ୮୫ ହରିହର ବିଗ୍ରହ ଦୋଳ ବିମାନରେ ଉପବିଷ୍ଟ ରହିଥିଲେ । ବିଭିନ୍ନ ଅଞ୍ଚଳରୁ ଆସିଥିବା ବାଣୁଆଙ୍କ ସମେତ ମାନସିକ ପୂରଣ ହୋଇଥିବା ବହୁ ଭକ୍ତ ଏଠାରେ ରାତି ତମାମ୍ ବାଣ ଫୁଟାଇଥିଲେ । ଆତସ
ଜଟଣୀ ୩୧।୦୩ : ଓଡ଼ିଶା ପ୍ରସିଦ୍ଧ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ ଆରମ୍ଭ ହୋଇଛି । ଜଟଣୀ ନିକଟବର୍ତ୍ତୀ ହରିରାଜପୁର ଗାଁର ଅନୁଷ୍ଠିତ ଏହି ମେଳଣର ଶନିବାର ଜମାଣ ରାତିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ରାତିରେ ଭଣ୍ଡାର ଘରୁ କୋଠ ଭୋଗ ଆସିବା ପରେ ଥାନପତି ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ ମନ୍ଦିରରୁ ବାହାରିଥିଲେ । ବାହାରିବା ପରେ ବାଟ ଅଗଣାରେ ରହିଥିଲେ । ସେଠାରେ କୋଠ ଭୋଗ ଲାଗି କରାଯିବା ପରେ ଠାକୁର ଦୋଳ ବିମାନକୁ ବିଜେ କରିଥିଲେ । ପରେ ପଶ୍ଚିମ ଦ୍ୱାର ଦେଇ ବିରାଟ ପଟୁଆରରେ ମେଳଣ ପଡ଼ିଆକୁ ଯାତ୍ରା କରିଥିଲେ । ପଟୁଆରରେ ଯିବା ସମୟରେ ବାଟରେ ଥିବା ଶ୍ରୀ ଗୋପାଳଜୀ (ମଠ ଠାକୁର) ଓ ଶ୍ରୀ ବାଳମୁକୁନ୍ଦ ଦେବ ପାଲିଙ୍କିରେ ଥାନପତିଙ୍କ ସହିତ ମେଳଣ ପଡ଼ିଆକୁ ଯାଇଥିଲେ । ଏହି ଅବସରରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ସହିତ ରେଙ୍ଗରେବଙ୍ଗ କଳରଙ୍ଗ, ବାଦ୍ୟ ରୋଷଣୀ, ଘଣ୍ଟଘଣ୍ଟା, ତୁରୀ ମହୁରୀ, ଶଙ୍ଖନାଦ, ଘୋଡାନାଚ, ନାଗାନାଚ, ପଟ୍ଟାଖେଳ ଆଦି ନୃତ୍ୟରେ ଚତୁଃପାର୍ଶ୍ୱ ପ୍ରକମ୍ପିତ ହୋଇଉଠିଥିଲା । ଏଥିସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ମେଳଣ ପଡ଼ିଆରେ ବିଭିନ୍ନ ଗାଁର ନିମନ୍ତ୍ରିତ ହୋଇ ଆସିଥିବା ୮୫ ହରିହର ବିଗ୍ରହ ଦୋଳ ବିମାନରେ ଉପବିଷ୍ଟ ରହିଥିଲେ । ବିଭିନ୍ନ ଅଞ୍ଚଳରୁ ଆସିଥିବା ବାଣୁଆଙ୍କ ସମେତ ମାନସିକ ପୂରଣ ହୋଇଥିବା ବହୁ ଭକ୍ତ ଏଠାରେ ରାତି ତମାମ୍ ବାଣ ଫୁଟାଇଥିଲେ । ଆତସବାଜି ପ୍ରଦର୍ଶନରେ ମେଳଣ ପଡ଼ିଆ ଝଲସି ଉଠୁଥିଲା । ୭୪ ଏକର ବିଶିଷ୍ଟ ମେଳଣ ପଡ଼ିଆରେ ୧ହଜାରରୁ ଅଧିକ ଅସ୍ଥାୟୀ ଦୋକାନ ବଜାର ବସିବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ଓ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।