ରାହୁଲଙ୍କୁ ସତର୍କବାଣୀ ଶୁଣାଇଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ,୬।୩: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ନିର୍ବାଚନ ଆୟୋଗ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭବିଷ୍ୟତରେ ସାଧାରଣ ସଭାରେ ଦେଉଥିବା ବିବୃତ୍ତି ଉପରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଗତ ବର୍ଷ ନଭେମ୍ବରରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାରତୀୟ ଜନତା ପାର୍ଟି ନେତାଙ୍କ ବିରୋଧରେ ଭାଷଣ ଦେବାବେଳେ ଅନେକ ଖରାପ ଶବ୍ଦ ବ୍ୟବହାର କରିଥିଲେ। ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ନିର୍ବାଚନ ଆୟୋଗଙ୍କୁ ଏ ସମ୍ପର୍କରେ […] The post ରାହୁଲଙ୍କୁ ସତର୍କବାଣୀ ଶୁଣାଇଲେ ନିର୍ବାଚନ ଆୟୋଗ appeared first on Dharitri Odia News.
ନୂଆଦିଲ୍ଲୀ,୬।୩: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ନିର୍ବାଚନ ଆୟୋଗ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭବିଷ୍ୟତରେ ସାଧାରଣ ସଭାରେ ଦେଉଥିବା ବିବୃତ୍ତି ଉପରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଗତ ବର୍ଷ ନଭେମ୍ବରରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାରତୀୟ ଜନତା ପାର୍ଟି ନେତାଙ୍କ ବିରୋଧରେ ଭାଷଣ ଦେବାବେଳେ ଅନେକ ଖରାପ ଶବ୍ଦ ବ୍ୟବହାର କରିଥିଲେ। ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ନିର୍ବାଚନ ଆୟୋଗଙ୍କୁ ଏ ସମ୍ପର୍କରେ ପଦକ୍ଷେପ ନେବାକୁ କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପୌନତି ଭଳି ଶବ୍ଦ ବ୍ୟବହାର କରି ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ ଆୟୋଗ ମଧ୍ୟ ନୋଟିସ ପଠାଇଛନ୍ତି। ନିର୍ବାଚନ ଆୟୋଗ ମାର୍ଚ୍ଚ ୧ରେ ରାହୁଲ ଗାନ୍ଧୀଙ୍କ ନିକଟକୁ ନୋଟିସ ପଠାଇଛନ୍ତି ଏବଂ ପ୍ରଚାର ସମୟରେ ତାଙ୍କୁ ବିଶେଷ ଧ୍ୟାନ ନେବାକୁ କହିଛନ୍ତି।
The post ରାହୁଲଙ୍କୁ ସତର୍କବାଣୀ ଶୁଣାଇଲେ ନିର୍ବାଚନ ଆୟୋଗ appeared first on Dharitri Odia News.