କୋଟି କୋଟି ୟୁଜର୍ସମାନଙ୍କ ପାଇଁ ଗୁଡ୍ ନ୍ୟୁଜ୍, TRAI ଟେଲିକମ୍ କମ୍ପାନୀଗୁଡିକ ପାଇଁ ଜାରି କଲା ନୂଆ ଆଦେଶ
ନୂଆ ବର୍ଷରେ ଦେଶର ୧୨୦ କୋଟି ମୋବାଇଲ ୟୁଜର୍ସଙ୍କୁ TRAI ଏକ ଗିଫ୍ଟ ଦେଇଛି । ଟେଲିକମ୍ ରେଗୁଲେଟର ଟେଲିକମ୍ କମ୍ପାନୀ Airtel, Jio, Vodafone Idea ଏବଂ BSNL କୁ ନିଜର ୱେବସାଇଟରେ ନେଟୱେର୍କ କଭରେଜ୍ ମ୍ୟାପ୍ ପବ୍ଲିସ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟେଲିକମ୍ ରେଗୁଲେଟରର ଏହି ଆଦେଶ ପରେ ଟେଲିକମ୍ କମ୍ପାନୀଗୁଡିକୁ ନିଜର 2G/3G/4G/5G କଭରେଜ୍ ସହିତ ଜଡିତ ଜିଓଗ୍ରାଫିକାଲ୍ ମ୍ୟାପ୍ ପବ୍ଲିସ୍ କରାବାକୁ ପଡିବ । ଏହା ଦ୍ବାରା ୟୁଜର୍ସମାନେ କଭରେଜ୍ […] The post କୋଟି କୋଟି ୟୁଜର୍ସମାନଙ୍କ ପାଇଁ ଗୁଡ୍ ନ୍ୟୁଜ୍, TRAI ଟେଲିକମ୍ କମ୍ପାନୀଗୁଡିକ ପାଇଁ ଜାରି କଲା ନୂଆ ଆଦେଶ appeared first on KNews Odisha.

ନୂଆ ବର୍ଷରେ ଦେଶର ୧୨୦ କୋଟି ମୋବାଇଲ ୟୁଜର୍ସଙ୍କୁ TRAI ଏକ ଗିଫ୍ଟ ଦେଇଛି । ଟେଲିକମ୍ ରେଗୁଲେଟର ଟେଲିକମ୍ କମ୍ପାନୀ Airtel, Jio, Vodafone Idea ଏବଂ BSNL କୁ ନିଜର ୱେବସାଇଟରେ ନେଟୱେର୍କ କଭରେଜ୍ ମ୍ୟାପ୍ ପବ୍ଲିସ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟେଲିକମ୍ ରେଗୁଲେଟରର ଏହି ଆଦେଶ ପରେ ଟେଲିକମ୍ କମ୍ପାନୀଗୁଡିକୁ ନିଜର 2G/3G/4G/5G କଭରେଜ୍ ସହିତ ଜଡିତ ଜିଓଗ୍ରାଫିକାଲ୍ ମ୍ୟାପ୍ ପବ୍ଲିସ୍ କରାବାକୁ ପଡିବ । ଏହା ଦ୍ବାରା ୟୁଜର୍ସମାନେ କଭରେଜ୍ ଅନୁଯାୟୀ ସେମାନଙ୍କର ଟେଲିକମ୍ ଅପରେଟର ଚୟନ କରିପାରିବେ ।
TRAI ର ଏହି ଆଦେଶରେ ଯେଉଁମାନେ MNP କିମ୍ବା ନୂଆ ସିମ୍ କାର୍ଡ ବ୍ୟବହାର କରୁଛନ୍ତି ସେହିମାନେ ଏହାର ଫାଇଦା ଉଠାଇପାରିବେ । ବର୍ତ୍ତମାନ କେବଳ ଅଳ୍ପ କିଛି କମ୍ପାନୀ ୱେବସାଇଟରେ ସେମାନଙ୍କର ନେଟୱେର୍କ କଭରେଜ୍ ମ୍ୟାପ୍ ପ୍ରକାଶ କରୁଛନ୍ତି । ଏହି ସ୍ଥିତିରେ ଏକ ନୂଆ ସିମ୍ କାର୍ଡ ପାଇବା କିମ୍ବା ଅପରେଟର ଚେଞ୍ଜ କରିବା ସମୟରେ ୟୁଜର୍ସମାନେ ଜାଣନ୍ତି ନାହିଁ ଯେ ସେମାନେ ଯେଉଁ ଅଞ୍ଚଳରେ ରହିବେ ସେଇଠି ଏହା ଭଲ ଭାବରେ କାମ କରିବ ।
ଟେଲିକମ୍ ରେଗୁଲେଟର ଏହି ଆଦେଶ ହେଉଛି କ୍ବାଲିଟି ଅଫ ସର୍ଭିସ୍ (QoS) ର ଇମପ୍ରୁଭ୍ ପାଇଁ ନିର୍ଦ୍ଦେଶାବଳୀଗୁଡିକର ଏକ ମୁଖ୍ୟ ଅଂଶ ହୋଇଥାଏ । ନେଟୱେର୍କ କଭରେଜ୍ ମ୍ୟାପ୍ ମାଧ୍ୟମରେ ୟୁଜର୍ସମାନେ ଟେଲିକମ୍ ଅପରେଟରର ବର୍ତ୍ତମାନ ସର୍ଭିସ ବିଷୟରେ ସୂଚନା ପାଇବାକୁ ସକ୍ଷମ ହେବେ । ଟେଲିକମ୍ ନିୟାମକ କହିଛନ୍ତି ଯେ କ୍ବାଲିଟି ଅଫ ସର୍ଭିସ ପାଇଁ ମୋବାଇଲ୍ ନେଟୱେର୍କ କଭରେଜ୍ ଗୁରୁତ୍ବପୂର୍ଣ୍ଣ ରହିଛି ।
TRAI ଟେଲିକମ୍ ଅପରେଟରମାନଙ୍କୁ ସର୍ଭିସ୍ ୱାଇଜ୍ ଯଥା 2G, 3G, 4G ଏବଂ 5G ନେଟୱେର୍କ କଭରେଜ ମ୍ୟାପର ୱେସାଇଟରେ ପ୍ରାକାଶ କରିବାକୁ କହିଛି । ଏହା ସହିତ ୟୁଜର୍ସଙ୍କୁ ଏହା ମଧ୍ୟ ଜଣାଯାଇଛି ଯେ କେଉଁ ଅଞ୍ଚଳରେ ୱାୟାରଲେସ୍ ଭଏସ୍ କିମ୍ବା ୱାୟାରଲେସ୍ ବ୍ରଡବ୍ୟାଣ୍ଡ ସର୍ଭିସ୍ ସାମିଲ ଅଛି ।
ଟେଲିକମ୍ ରେଗୁଲେଟର ଏଥପାଇଁ ଟେଲିକମ୍ କମ୍ପାନୀଗୁଡିକୁ ଏପ୍ରିଲ ୧, ୨୦୨୫ ରେ ଏକ ଡେଡଲାଇନ୍ ଦେଇଛନ୍ତି । ଏହା ପୂର୍ବରୁ ଟେଲିକମ୍ କମ୍ପାନୀମାନଙ୍କୁ ସେମାନଙ୍କର କ୍ବାଲିଟି ଅଫ୍ ସର୍ଭିସକୁ ୯୯% କିମ୍ବା ତା’ଠାରୁ ଅଧିକ ରଖିବାକୁ ପରାମର୍ଶ ଦିଆଯାଇଛି । ଟେଲିକମ୍ କମ୍ପାନୀଗୁଡିକ ନିଜର ନେଟୱାର୍କ କଭରେଜ୍ ମ୍ୟାପର ଲୋଗୋ ସହିତ ପ୍ରଦର୍ଶନ ହେବ ଏବଂ ୱେବସାଇଟରେ ହୋମପେଜରେ ରଖିବାକୁ ପଡିବ, ଯାହା ଦ୍ବାରା ୟୁଜର୍ସଙ୍କୁ ଏହି ନେବିଗେଟ୍ କରିବା ଅସୁବିଧାର ସମ୍ମୁଖାନ ହେବେ ନାହିଁ । ଟେଲିକମ୍ କମ୍ପାନୀଗୁଡିକ କ୍ରମାଗତ ଭାବରେ ନେଟୱେର୍କ କଭରେଜ୍ କ୍ଷେତ୍ରକୁ ଅପଡେଟ୍ କରିବାକୁ ପଡିବ ଯାହା ଦ୍ବାରା ୟୁଜର୍ସମାନେ ରିୟଲ ଟାଇମରେ ନେଟୱାର୍କ ସମ୍ବନ୍ଧୀୟ ସୂଚନା ପାଇପାରିବେ ।
The post କୋଟି କୋଟି ୟୁଜର୍ସମାନଙ୍କ ପାଇଁ ଗୁଡ୍ ନ୍ୟୁଜ୍, TRAI ଟେଲିକମ୍ କମ୍ପାନୀଗୁଡିକ ପାଇଁ ଜାରି କଲା ନୂଆ ଆଦେଶ appeared first on KNews Odisha.