କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ବୌଦ୍ଧ,୧୬।୨: ବୌଦ୍ଧ ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ରଙ୍କୁ ଶୁକ୍ରବାର ଓଡିଶା ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆୟାବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ବସନ୍ତଙ୍କ ସମ୍ପତ୍ତି ଉପରେ କରାଯାଇଥିବା ତଦନ୍ତକୁ ଭିତ୍ତି କରି ଭୁବନେଶ୍ୱରରେ 2ଟି ଉଚ୍ଚ ମୂଲ୍ୟର ଫ୍ଲାଟ ଏବଂ ଦୁଇଟି କମର୍ସିଆଲ ସପିଂ ଆଉଟଲେଟ୍ ସହିତ ଅପାରଗ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି। ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ପାହାଳସ୍ଥିତ ଉତ୍କଳ ସିଗ୍ନେଚରର ତୃତୀୟ ମହଲାରେ ୩ […] The post କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ appeared first on Dharitri Odia News.

କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ବୌଦ୍ଧ,୧୬।୨: ବୌଦ୍ଧ ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ରଙ୍କୁ ଶୁକ୍ରବାର ଓଡିଶା ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆୟାବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ବସନ୍ତଙ୍କ ସମ୍ପତ୍ତି ଉପରେ କରାଯାଇଥିବା ତଦନ୍ତକୁ ଭିତ୍ତି କରି ଭୁବନେଶ୍ୱରରେ 2ଟି ଉଚ୍ଚ ମୂଲ୍ୟର ଫ୍ଲାଟ ଏବଂ ଦୁଇଟି କମର୍ସିଆଲ ସପିଂ ଆଉଟଲେଟ୍ ସହିତ ଅପାରଗ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି।

ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ପାହାଳସ୍ଥିତ ଉତ୍କଳ ସିଗ୍ନେଚରର ତୃତୀୟ ମହଲାରେ ୩ ହଜାର ବର୍ଗଫୁଟ ବିଶିଷ୍ଟ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏକ ଫ୍ଲାଟ୍‌ (ନଂ.୩୦୭), ଭୁବନେଶ୍ୱର କଳ୍ପନା ଛକସ୍ଥିତ ଉତ୍କଳ କନିକା ଗାଲେରିଆରେ ଏଗ୍ରିମେଣ୍ଟ୍‌ ଅନୁଯାୟୀ ୨ କୋଟି ଟଙ୍କାର ଦୁଇଟି କମର୍ସିଆଲ୍‌ ଶପିଂ କମ୍ପ୍ଲେକ୍ସ (ନଂ.୪,୫), କଳ୍ପନାଛକ ଉତ୍କଳ ରୟାଲ ରେସିଡେନ୍ସିର ୮ମ ମହଲାରେ ଏକ ୩ ବିଏଚ୍‌କେ ଫ୍ଲାଟ୍‌ (ନଂ,ବି/୮୩) ଠାବ ହୋଇଛି।

ସେହିପରି ବସନ୍ତ ଭୁବନେଶ୍ୱର କଳାରାହାଙ୍ଗସ୍ଥିତ ଜେଡ୍‌-୧ ଇଷ୍ଟେଟ୍‌ ଆଇକନିକ୍‌ ଟାୱାରର ବ୍ଲକ୍‌-୪ରେ ଥିବା ୫ ବିଏଚ୍‌କେ ଫ୍ଲାଟ୍‌ (ନଂ.୨୫୦୪) କିଣିବାକୁ ଅଗ୍ରିମ ୧.୩୫ କୋଟି ଏବଂ ବେଙ୍ଗାଲୁରୁ ସିଟିସ୍ଥିତ ଓଜୋନ୍‌ ଏଲିଗାଣ୍ଟ୍‌ ଆପାର୍ଟମେଣ୍ଟରେ ଫ୍ଲାଟ୍‌ (ନଂ.ଏଫ୍‌-୧୦୦୨) କିଣିବାକୁ ୮୮ ଲକ୍ଷ ଟଙ୍କା ଦେଇଥିବା ଭିଜିଲାନ୍ସ ଟିମ୍‌ ପ୍ରମାଣ ପାଇଛି।

ତେବେ ଏସବୁର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସର ଟେକ୍ନିକାଲ୍‌ ଓ୍ବିଙ୍ଗ୍‌ ଅଧିକ ଯାଞ୍ଚ କରୁଛି। ୩ କୋଟି ୯୦ ଲକ୍ଷ ୫୯ ହଜାର ଟଙ୍କାର ବ୍ୟାଙ୍କ, ଜୀବନବୀମା ଜମା, ବଣ୍ଡ୍‌ ଦ୍ୱାରା ନିବେଶ ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଠାବ ହୋଇଛି। ଏଥିସହ ବସନ୍ତଙ୍କ ଘରୁ ନଗଦ ୧ ଲକ୍ଷ ୧୬ ହଜାର ୭୦୦ ଟଙ୍କା, ୫୯୦ ଗ୍ରାମ ସୁନା ଅଳଙ୍କାର ଓ ୩୧୮ ଗ୍ରାମ୍‌ ରୁପା ଅଳଙ୍କାର, ୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ୨ ବାଇକ ଏବଂ ଘରୋଇ ଆସବାବପତ୍ର ମିଳିଛି। ତେବେ ଠାବ ହୋଇଥିବା ବସନ୍ତଙ୍କ ସମ୍ପତ୍ତିର ପରିମାଣ ୧୯ କୋଟିରୁ ଊର୍ଦ୍ଧ୍ୱ ହେବ।

The post କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ appeared first on Dharitri Odia News.