କୋଠରିରେ ତାଲା ପକାଇ ସ୍ବାମୀଙ୍କୁ ରଖିଥିଲେ ସ୍ତ୍ରୀ: ଆଠ ଦିନପରେ ହେଲେ ଉଦ୍ଧାର
ମୋହନା,୨୩ା୧୧(ମନ୍ନମଥ ମିଶ୍ର): ସ୍ବାମୀଙ୍କୁ ୮ ଦିନ ଏକ କୋଠରିରେ ତାଲା ପକାଇ ରଖିଥିଲେ ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡ଼ବା ଥାନା ବିରିକୋଟସ୍ଥିତ ବିଜେପୁର ସାହିରେ। କୌଣସି କାରଣବଶତଃ ସ୍ବାମୀଙ୍କୁ ଘରେ ବନ୍ଦୀ କରି ରଖିଥିଲେ ସ୍ତ୍ରୀ । ଶନିବାର ତାଙ୍କ ବଡ଼ ଭାଇ ସାନ ଭାଇଙ୍କୁ ଦେଖିବା ପାଇଁ ଆସିଥିବା ବେଳେ ଘରେ ବନ୍ଦୀ କରି ତାଲା ପକାଇ ରଖିଥିବା ସନ୍ଦେହ କରି ଅଡ଼ବା ଥାନାରେ ଏକ ଲିଖିତ […] The post କୋଠରିରେ ତାଲା ପକାଇ ସ୍ବାମୀଙ୍କୁ ରଖିଥିଲେ ସ୍ତ୍ରୀ: ଆଠ ଦିନପରେ ହେଲେ ଉଦ୍ଧାର appeared first on Dharitri Odia News.
ମୋହନା,୨୩ା୧୧(ମନ୍ନମଥ ମିଶ୍ର): ସ୍ବାମୀଙ୍କୁ ୮ ଦିନ ଏକ କୋଠରିରେ ତାଲା ପକାଇ ରଖିଥିଲେ ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡ଼ବା ଥାନା ବିରିକୋଟସ୍ଥିତ ବିଜେପୁର ସାହିରେ। କୌଣସି କାରଣବଶତଃ ସ୍ବାମୀଙ୍କୁ ଘରେ ବନ୍ଦୀ କରି ରଖିଥିଲେ ସ୍ତ୍ରୀ । ଶନିବାର ତାଙ୍କ ବଡ଼ ଭାଇ ସାନ ଭାଇଙ୍କୁ ଦେଖିବା ପାଇଁ ଆସିଥିବା ବେଳେ ଘରେ ବନ୍ଦୀ କରି ତାଲା ପକାଇ ରଖିଥିବା ସନ୍ଦେହ କରି ଅଡ଼ବା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।
ପରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ଅଡ଼ବା ପୋଲିସ ଉପସ୍ଥିତିରେ ବନ୍ଦ ଘରୁ ତାଲା ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ବିରିକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ସ୍ବାମୀଙ୍କ ଦେହରେ ମାଡ ଚିହ୍ନ ଦେଖିବାକୁ ମିଳିଥିଲା। ସେ ଦୁର୍ବଳ ଥିବାରୁ ଅଧିକ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଚିକିତ୍ସା ପରେ ମାନସିକ ସ୍ଥିତି ଠିକ ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଘଟଣାସ୍ଥଳରେ ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
The post କୋଠରିରେ ତାଲା ପକାଇ ସ୍ବାମୀଙ୍କୁ ରଖିଥିଲେ ସ୍ତ୍ରୀ: ଆଠ ଦିନପରେ ହେଲେ ଉଦ୍ଧାର appeared first on Dharitri Odia News.