କୋଡ଼ଗମ୍ଭୀର ପ୍ରଧାନମନ୍ତ୍ରୀ ସଡ଼କ ସାରା ଖାଲ, ଗାଁକୁ ଜରୁରିକାଳୀନ ସେବା ଅପହଞ୍ଚ

ଭଦ୍ରକ,୨୫ା୮(ସନାତନ ରାଉତ): ୧୬ ନମ୍ବର୍‌ ଜାତୀୟ ରାଜପଥରୁ ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଙ୍ଗକୁ ସଂଯୋଗ କରୁଥିବା ଆର୍‌.ଡି ରାସ୍ତାର ( ଶାଖା ରାସ୍ତା ) ଡାହାଣ ପାର୍ଶ୍ୱରେ ଯାଇଥିବା (ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ) ରାସ୍ତାଟି କୋଡ଼ବରୁଆଁ, କୋଡ଼ଗମ୍ଭୀର, ଛତିଶବିରଜାପୁର, ପଲ୍ଲୀ, ପଗଡ଼, ଖିରସାହି ଦେଇ ସାବରଙ୍ଗ ବଜାରକୁ ସଂଯୋଗ କରିଛି। ମରାମତି ଅଭାବରୁ ଏହି ରାସ୍ତା ଦୀର୍ଘଦିନ ହେବ ଅସୁରା ଛକଠାରୁ କୋଡ଼ଗମ୍ଭୀର ଗ୍ରାମ ପର୍ଯ୍ୟନ୍ତ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି। […] The post କୋଡ଼ଗମ୍ଭୀର ପ୍ରଧାନମନ୍ତ୍ରୀ ସଡ଼କ ସାରା ଖାଲ, ଗାଁକୁ ଜରୁରିକାଳୀନ ସେବା ଅପହଞ୍ଚ appeared first on Dharitri Odia News.

କୋଡ଼ଗମ୍ଭୀର ପ୍ରଧାନମନ୍ତ୍ରୀ ସଡ଼କ ସାରା ଖାଲ, ଗାଁକୁ ଜରୁରିକାଳୀନ ସେବା ଅପହଞ୍ଚ

ଭଦ୍ରକ,୨୫ା୮(ସନାତନ ରାଉତ): ୧୬ ନମ୍ବର୍‌ ଜାତୀୟ ରାଜପଥରୁ ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଙ୍ଗକୁ ସଂଯୋଗ କରୁଥିବା ଆର୍‌.ଡି ରାସ୍ତାର ( ଶାଖା ରାସ୍ତା ) ଡାହାଣ ପାର୍ଶ୍ୱରେ ଯାଇଥିବା (ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ) ରାସ୍ତାଟି କୋଡ଼ବରୁଆଁ, କୋଡ଼ଗମ୍ଭୀର, ଛତିଶବିରଜାପୁର, ପଲ୍ଲୀ, ପଗଡ଼, ଖିରସାହି ଦେଇ ସାବରଙ୍ଗ ବଜାରକୁ ସଂଯୋଗ କରିଛି। ମରାମତି ଅଭାବରୁ ଏହି ରାସ୍ତା ଦୀର୍ଘଦିନ ହେବ ଅସୁରା ଛକଠାରୁ କୋଡ଼ଗମ୍ଭୀର ଗ୍ରାମ ପର୍ଯ୍ୟନ୍ତ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଦେଇ ଚଣ୍ଡୀଗାଁ, କୋଡବରୁଆଁ ଓ ସାବରଙ୍ଗ ତିନି ପଞ୍ଚାୟତର ଲୋକେ ଏବଂ ଦୁଇଟି ହାଇସ୍କୁଲ, ଦୁଇଟି କଲେଜର ଛାତ୍ରୀଛାତ୍ର ଯିବା ଆସିବା କରିଥାଆନ୍ତି। ଭଦ୍ରକ ସଦରମହକୁମାକୁ ଛୁଇଁବା ପାଇଁ ଚଣ୍ଡିଗାଁ ଓ କୋଡ଼ବରୁଆଁ ପଞ୍ଚାୟତବାସୀଙ୍କ ଏକମାତ୍ର ରାସ୍ତା ହୋଇଥିବା ବେଳେ ଏହା ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାରେ ଏତେ ଗାତ ଯେ, ଖାଲି ପାଦରେ ଚାଲିବା କଷ୍ଟକର।ଜରୁରିକାଳୀନ ସେବା ପାଇଁ ଦମକଳ କି ଆମ୍ବୁଲାନ୍ସ ପହଞ୍ଚିବାରେ ବହୁ ବିଳମ୍ବ ହେଉଛି। ରାସ୍ତାର ଦୁରବସ୍ଥା ଉପରେ ଜିଲା ପ୍ରଶାସନ କିମ୍ବା ଜନପ୍ରତିନିଧିଙ୍କ ନଜର ପଡୁନାହିଁ । ଆଗାମୀ ଦିନରେ ଏହି ରାସ୍ତା ତିଆରି ନ କଲେ ଏକ ଜନ ଆନ୍ଦୋଳନ ହେବ ବୋଲି କୋଡ଼ବରୁଆଁ ପଞ୍ଚାୟତର ଯୁବ ସମାଜସେବୀ ରଘୁରାମ ଜେନା କହିଛନ୍ତି।

The post କୋଡ଼ଗମ୍ଭୀର ପ୍ରଧାନମନ୍ତ୍ରୀ ସଡ଼କ ସାରା ଖାଲ, ଗାଁକୁ ଜରୁରିକାଳୀନ ସେବା ଅପହଞ୍ଚ appeared first on Dharitri Odia News.