କୋଡିଙ୍ଗା ମାଳି ପରିବହନ ସଂଘ ପକ୍ଷରୁ ସଫେଇ କାର୍ଯ୍ୟ କ୍ରମ

ଲକ୍ଷ୍ମୀପୁର ୦୮/୧୨ .. କୋରାପୁଟ ଜିଲା ଲକ୍ଷ୍ମୀପୁର କୋଡିଙ୍ଗା ମାଳି ଶାନ୍ତିସୁବାସ ଖଣି ପରିବହନ ସଂଘ ପକ୍ଷରୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ସଫେଇ କରାଯିବା ସହିତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସଂଘ ସଭାପତି ଧର୍ମେନ୍ଦ୍ର ବିଡ଼ିକା ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇ ଙ୍କ ସମେତ ଡାକ୍ତର ଦୀନବନ୍ଧୁ ଚୌଧୁରୀ, କୋରାପୁଟ ର ପୁର୍ବତନ ସାଂସଦ ଝିନ ହିକକା, କୋରାପୁଟ ପୁର୍ବତନ ବିଧାୟକ କୃଷ୍ଣ […] The post କୋଡିଙ୍ଗା ମାଳି ପରିବହନ ସଂଘ ପକ୍ଷରୁ ସଫେଇ କାର୍ଯ୍ୟ କ୍ରମ appeared first on Odisha.News.

କୋଡିଙ୍ଗା ମାଳି ପରିବହନ ସଂଘ ପକ୍ଷରୁ ସଫେଇ କାର୍ଯ୍ୟ କ୍ରମ

ଲକ୍ଷ୍ମୀପୁର ୦୮/୧୨ .. କୋରାପୁଟ ଜିଲା ଲକ୍ଷ୍ମୀପୁର କୋଡିଙ୍ଗା ମାଳି ଶାନ୍ତିସୁବାସ ଖଣି ପରିବହନ ସଂଘ ପକ୍ଷରୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ସଫେଇ କରାଯିବା ସହିତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସଂଘ ସଭାପତି ଧର୍ମେନ୍ଦ୍ର ବିଡ଼ିକା ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇ ଙ୍କ ସମେତ ଡାକ୍ତର ଦୀନବନ୍ଧୁ ଚୌଧୁରୀ, କୋରାପୁଟ ର ପୁର୍ବତନ ସାଂସଦ ଝିନ ହିକକା, କୋରାପୁଟ ପୁର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ଗରିଆଙ୍କ ସମେତ ସଙ୍ଘ ର ଅନେକ ସଦସ୍ୟ କାର୍ଯ୍ୟ କ୍ରମରେ ସାମିଲ୍ ହୋଇ ସଫେଇ କରିଥିଲେ। ପ୍ରଥମେ ସ୍ବାସ୍ଥ୍ୟକେନ୍ଦ୍ର ଚତୁପାର୍ଶ୍ବ ସଫେଇ କରିଥିଲେ, ପରେ ପରେ ଡାକ୍ତର ଖାନାରେ ଚିକିତ୍ସାଧିନ ଥିବା ରୋଗୀ ମାନଙ୍କୁ ଫଳ ଓ ବିସ୍କୁଟ୍ ବଣ୍ଟନ କରାଯାଇଥିଲା।ଗ୍ରୀନ ଇଣ୍ଡିଆ ଗ୍ରୁପ ମୁଖ୍ୟ ଗୋପେଶ୍ୱର ଗରଡ଼ା ଙ୍କ ସମେତ ଗ୍ରୁପ ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ। କବିର ଗରଡ଼ା,ଅଙ୍କୁ ଖରା ଙ୍କ ସମେତ ସଙ୍ଘ ର ଅନେକ ସଦସ୍ୟ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିବା ବେଳେ ସଂଘ ଦ୍ୱାରା ଆଗକୁ ଅନେକ ଜନହିତକର କାର୍ଯ୍ୟ ହାତକୁ ନିଆଯିବ ବୋଲି କୁହାଯାଇଥିଲା।

The post କୋଡିଙ୍ଗା ମାଳି ପରିବହନ ସଂଘ ପକ୍ଷରୁ ସଫେଇ କାର୍ଯ୍ୟ କ୍ରମ appeared first on Odisha.News.