କୋଭିଡ୍-୧୯କୁ ନେଇ ଛାନିଆ କେରଳ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ; କେନ୍ଦ୍ର ଡାକିଲା ଜରୁରୀ ବୈଠକ

ନୂଆଦିଲ୍ଲୀ: ଛାନିଆ କଲାଣି କୋଭିଡ୍ ସବ୍-ଭାରିଆଣ୍ଟ । କେରଳ, କର୍ଣ୍ଣାଟକ ପରେ ଆକ୍ସନ ମୋଡରେ ପଶ୍ଚିମବଙ୍ଗ ସରକାର । କୋଭିଡକୁ ନେଇ ସତର୍କ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଥିବା ବେଳେ ସର୍ଭିଲାନ୍ସକୁ ବଢ଼ାଇ ଦିଆଯାଇଛି । ସେହିପରି ଜିନୋମ୍ ସିକ୍ବେନ୍ସ ପାଇଁ କୁହାଯାଇଛି ।     ଏବେ ପୁଣି ଥରେ କଡ଼ ଲେଉଟାଇଛି କୋଭିଡ୍-୧୯ । କିଛି ଦିନ ତଳେ କେରଳରେ ଏହାର ସବ୍-ଭାରିଆଣ୍ଟ JN.1 ସଂକ୍ରମିତ ଚିହ୍ନଟ ହୋଇଥିଲା । ଜଣେ ମହିଳାଙ୍କ ଠାରେ ଏହି ଭାଇରସ୍ ମିଳିଥିଲା । ସେହିପରି କର୍ଣ୍ଣାଟକରେ ମଧ୍ୟରେ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । ବିଶେଷକରି କେରଳ ଓ କର୍ଣ୍ଣାଟକ ସୀମାନ୍ତ ଅଞ୍ଚଳକୁ ବିଶେଷ ଧ୍ୟାନ ଦେଇଛନ୍ତି ଦୁଇ ରାଜ୍ୟର ସରକାର ।  ଦୁଇ ରାଜ୍ୟରେ କୋଭିଡ୍ ଗାଇଡଲାଇନ୍ ଜାରି ହୋଇଛି। ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଛି । କେରଳରେ ଦ୍ରୁତ ଗତିରେ ବଢ଼ୁଛି କୋଭିଡ୍ କେସ୍ । ଏକ ସପ୍ତାହ ଭିତରେ ଏହା ତିନି ଗୁଣା ହୋଇଛି । https://www.prameyanews7.com/ib-team-reached-in-bhubaneswar/ ସେପଟେ ଦିନକୁ ଦିନ କୋଭିଡ୍ କେସ୍ ବଢ଼ୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ସୋମବାର ଗାଇଡଲାଇନ୍ ଜାରି କରିଛି । ଜିନୋମ୍ ସିକ୍ବେନ୍ସିଂ ବଢ଼ାଇବାକୁ ପରାମର୍ଶ ଦେବା ସହିତ ସତର୍କ ରହିବାକୁ ସମସ୍ତ ରାଜ୍

କୋଭିଡ୍-୧୯କୁ ନେଇ ଛାନିଆ କେରଳ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ; କେନ୍ଦ୍ର ଡାକିଲା ଜରୁରୀ ବୈଠକ

ନୂଆଦିଲ୍ଲୀ: ଛାନିଆ କଲାଣି କୋଭିଡ୍ ସବ୍-ଭାରିଆଣ୍ଟ । କେରଳ, କର୍ଣ୍ଣାଟକ ପରେ ଆକ୍ସନ ମୋଡରେ ପଶ୍ଚିମବଙ୍ଗ ସରକାର । କୋଭିଡକୁ ନେଇ ସତର୍କ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଥିବା ବେଳେ ସର୍ଭିଲାନ୍ସକୁ ବଢ଼ାଇ ଦିଆଯାଇଛି । ସେହିପରି ଜିନୋମ୍ ସିକ୍ବେନ୍ସ ପାଇଁ କୁହାଯାଇଛି ।    

ଏବେ ପୁଣି ଥରେ କଡ଼ ଲେଉଟାଇଛି କୋଭିଡ୍-୧୯ । କିଛି ଦିନ ତଳେ କେରଳରେ ଏହାର ସବ୍-ଭାରିଆଣ୍ଟ JN.1 ସଂକ୍ରମିତ ଚିହ୍ନଟ ହୋଇଥିଲା । ଜଣେ ମହିଳାଙ୍କ ଠାରେ ଏହି ଭାଇରସ୍ ମିଳିଥିଲା । ସେହିପରି କର୍ଣ୍ଣାଟକରେ ମଧ୍ୟରେ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । ବିଶେଷକରି କେରଳ ଓ କର୍ଣ୍ଣାଟକ ସୀମାନ୍ତ ଅଞ୍ଚଳକୁ ବିଶେଷ ଧ୍ୟାନ ଦେଇଛନ୍ତି ଦୁଇ ରାଜ୍ୟର ସରକାର ।  ଦୁଇ ରାଜ୍ୟରେ କୋଭିଡ୍ ଗାଇଡଲାଇନ୍ ଜାରି ହୋଇଛି। ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଛି । କେରଳରେ ଦ୍ରୁତ ଗତିରେ ବଢ଼ୁଛି କୋଭିଡ୍ କେସ୍ । ଏକ ସପ୍ତାହ ଭିତରେ ଏହା ତିନି ଗୁଣା ହୋଇଛି ।

https://www.prameyanews7.com/ib-team-reached-in-bhubaneswar/

ସେପଟେ ଦିନକୁ ଦିନ କୋଭିଡ୍ କେସ୍ ବଢ଼ୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ସୋମବାର ଗାଇଡଲାଇନ୍ ଜାରି କରିଛି । ଜିନୋମ୍ ସିକ୍ବେନ୍ସିଂ ବଢ଼ାଇବାକୁ ପରାମର୍ଶ ଦେବା ସହିତ ସତର୍କ ରହିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କହିଛନ୍ତି । ଏହାସହିତ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଡିସେମ୍ବର ୨୦ ତାରିଖରେ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସହିତ ଆଲୋଚନା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ।

https://www.prameyanews7.com/health-minister-meeting-with-all-state-on-tommorow/

ଏପଟେ କରୋନାକୁ ନେଇ ସତର୍କ ହୋଇଛନ୍ତି ଓଡ଼ିଶା ସରକାର । କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଏନେଇ ଆଲୋଚନା କରିଛି । ଆବଶ୍ୟକ ପଡିଲେ ରାଜ୍ୟ ଗାଇଡ୍‌ଲାଇନ୍‌ ଜାରି କରିପାରେ ବୋଲି କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ,  ଏବେ ବି ସର୍ଭେଲାନ୍ସ ଜାରି ରହିଛି। ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ଯେପରି ଆଗରୁ କୋଭିଡ଼ ଟେଷ୍ଟ କରାଯାଉଥିଲା । ସେହିପରି କରାଯିବ। ଏବେ ବି କରାଯାଉଛି। ଏବେ ଯାଏଁ ନୂଆ ଭାରିଆଣ୍ଟ ରାଜ୍ୟରେ ଚିହ୍ନଟ ହୋଇନାହିଁ। ଯଦି ଆସେ, ଆମେ ଜିନୋମ ସିକ୍ୱେନ୍ସ ପାଇଁ ପଠାଇବୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

The post କୋଭିଡ୍-୧୯କୁ ନେଇ ଛାନିଆ କେରଳ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ; କେନ୍ଦ୍ର ଡାକିଲା ଜରୁରୀ ବୈଠକ appeared first on Prameya News7.