କୋରାପୁଟ ଜୟପୁର ବ୍ରାହ୍ମଣୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା: ୩ ମୃତ
ଜୟପୁର,୧୭।୨: ସୋମବାର ସକାଳେ କୋରାପୁଟ ଜିଲାରେ ଏକ ସଡ଼କ ଦୁର୍ଘଟଣା ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କିଛି ଆହତ ହୋଇଛନ୍ତି। ଜିଲାର ଜୟପୁର ଅଞ୍ଚଳର ଥୁରୁଡିପୁଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ଆଜି ସକାଳେ ଏକ ଟିପର୍ ଟ୍ରକ୍ ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା, ଫଳରେ ଅଟୋରେ ଯାତ୍ରା କରୁଥିବା ଅନେକ ଲୋକ ଆହତ ହୋଇଥିଲେ। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ […] The post କୋରାପୁଟ ଜୟପୁର ବ୍ରାହ୍ମଣୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା: ୩ ମୃତ appeared first on Dharitri Odia News.
ଜୟପୁର,୧୭।୨: ସୋମବାର ସକାଳେ କୋରାପୁଟ ଜିଲାରେ ଏକ ସଡ଼କ ଦୁର୍ଘଟଣା ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କିଛି ଆହତ ହୋଇଛନ୍ତି। ଜିଲାର ଜୟପୁର ଅଞ୍ଚଳର ଥୁରୁଡିପୁଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।
ରିପୋର୍ଟ ଅନୁଯାୟୀ, ଆଜି ସକାଳେ ଏକ ଟିପର୍ ଟ୍ରକ୍ ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା, ଫଳରେ ଅଟୋରେ ଯାତ୍ରା କରୁଥିବା ଅନେକ ଲୋକ ଆହତ ହୋଇଥିଲେ।
ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ କିଛି ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଘଟଣା ପରେ ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବାକୁ ବିଳମ୍ବ କରିଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।
The post କୋରାପୁଟ ଜୟପୁର ବ୍ରାହ୍ମଣୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା: ୩ ମୃତ appeared first on Dharitri Odia News.