କୋରାପୁଟର ହଳଦୀ ଚାଷୀଙ୍କ ପାଇଁ ଖୁସି ଖବର: ହଳଦୀ ସହ ହଳଦୀ ତେଲ ବିକ୍ରି କରି ଲାଭବାନ ହୋଇପାରିବେ ଚାଷୀ
କନକ ବ୍ୟୁରୋ: ଏଣିକି ହଳିଦୀ ଚାଷୀମାନେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ। ହଳଦୀ ସାଙ୍ଗକୁ ଭଲ ଦରରେ ବିକିପାରିବେ ହଳଦୀ ପତ୍ର। ଏହି ପତ୍ରରୁ ଆରମ୍ଭ ହେଇଛି ତେଲ ଉତ୍ପାଦନ। କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ଓରମାସର ମିଳିତ ଉଦ୍ୟମରେ ପରୀକ୍ଷାମୂଳକ ଭାବେ ଲକ୍ଷ୍ମୀପୁର ବ୍ଲକ୍ ତୟାପୁଟ ଅଞ୍ଚଳ ଚାଷୀଙ୍କ ଠାରୁ ସଂଗୃହୀତ ହଳଦୀ ପତ୍ରରୁ ତେଲ ଉତ୍ପାଦନ କରିଛନ୍ତି । ଲେମନ୍ ଗ୍ରାସ୍ ଭଳି ହଳଦୀପତ୍ରରେ ଭରି ରହିଛି ଅନେକ ଔଷଧୀୟ ଗୁଣ। ଜିଲ୍ଲାର ବନ୍ଧୁଗାଁ, ନାରାୟଣପାଟଣା, ଲକ୍ଷ୍ମୀପୁର, ବୈପାରୀଗୁଡ଼ା, ଦଶମନ୍ତପୁର ଏବଂ ପଟ୍ଟାଙ୍ଗୀ ଅଞ୍ଚଳରୁ ଉତ୍ପାଦିତ ହଳଦୀର ସ୍ବତନ୍ତ୍ର ଚାହିଦା ରହିଛି। ଏଥିଲାଗି ଏସବୁ ଅଞ୍ଚଳରେ ପ୍ରଚୁର ପରିମାଣର ଚାଷ ହେଉଛି। ପୂର୍ବରୁ ପତ୍ରଗୁଡ଼ିକ ଆପେ ଆପେ କ୍ଷେତରେ ପଡ଼ି ନଷ୍ଟ ହେଉଥିଲା। ଏବେ ସେଥିରୁ ତେଲ ଉତ୍ପାଦନ ଲାଗି ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ଏବଂ ଓରମାସ୍ । ଲକ୍ଷ୍ମୀପୂରର ତୟାପୁଟରେ ଆଦିବାସୀ ମହିଳାକୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ତେଲ ଉତ୍ପାଦନ ଆରମ୍ଭ ହୋଇଛି। ୩୦୦ ଶହ କେଜି ଶୁଖିଲା ପତ୍ରରୁ ବାହାରିଛି ୧୯ କେଜି ତେଲ। ସେହିପରି ପଟାଙ୍ଗୀରେ ୧୦୦ କେଜିରୁ ୫୦୦ ଗ୍ରାମ୍ ତେଲ ବାହାର କରାଯଇଛି। ଓରମାସର ଡେପୁଟି ସିଇଓ ରୋସନ୍ କାର୍ତ୍ତିକ କହିଛନ୍ତି ଅନ୍ଲାଇନ୍ ମାର୍କେଟିଂ ଆମାଜନ୍ରେ ଏହାର କେଜି ୧୦ ହଜାର ଟଙ୍କା ହିସାବରେ ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି। କୃଷି ଭତ୍ପାଦକ ସଙ୍ଗ

କନକ ବ୍ୟୁରୋ: ଏଣିକି ହଳିଦୀ ଚାଷୀମାନେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ। ହଳଦୀ ସାଙ୍ଗକୁ ଭଲ ଦରରେ ବିକିପାରିବେ ହଳଦୀ ପତ୍ର। ଏହି ପତ୍ରରୁ ଆରମ୍ଭ ହେଇଛି ତେଲ ଉତ୍ପାଦନ। କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ଓରମାସର ମିଳିତ ଉଦ୍ୟମରେ ପରୀକ୍ଷାମୂଳକ ଭାବେ ଲକ୍ଷ୍ମୀପୁର ବ୍ଲକ୍ ତୟାପୁଟ ଅଞ୍ଚଳ ଚାଷୀଙ୍କ ଠାରୁ ସଂଗୃହୀତ ହଳଦୀ ପତ୍ରରୁ ତେଲ ଉତ୍ପାଦନ କରିଛନ୍ତି । ଲେମନ୍ ଗ୍ରାସ୍ ଭଳି ହଳଦୀପତ୍ରରେ ଭରି ରହିଛି ଅନେକ ଔଷଧୀୟ ଗୁଣ। ଜିଲ୍ଲାର ବନ୍ଧୁଗାଁ, ନାରାୟଣପାଟଣା, ଲକ୍ଷ୍ମୀପୁର, ବୈପାରୀଗୁଡ଼ା, ଦଶମନ୍ତପୁର ଏବଂ ପଟ୍ଟାଙ୍ଗୀ ଅଞ୍ଚଳରୁ ଉତ୍ପାଦିତ ହଳଦୀର ସ୍ବତନ୍ତ୍ର ଚାହିଦା ରହିଛି। ଏଥିଲାଗି ଏସବୁ ଅଞ୍ଚଳରେ ପ୍ରଚୁର ପରିମାଣର ଚାଷ ହେଉଛି। ପୂର୍ବରୁ ପତ୍ରଗୁଡ଼ିକ ଆପେ ଆପେ କ୍ଷେତରେ ପଡ଼ି ନଷ୍ଟ ହେଉଥିଲା। ଏବେ ସେଥିରୁ ତେଲ ଉତ୍ପାଦନ ଲାଗି ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ଏବଂ ଓରମାସ୍ ।
ଲକ୍ଷ୍ମୀପୂରର ତୟାପୁଟରେ ଆଦିବାସୀ ମହିଳାକୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ତେଲ ଉତ୍ପାଦନ ଆରମ୍ଭ ହୋଇଛି। ୩୦୦ ଶହ କେଜି ଶୁଖିଲା ପତ୍ରରୁ ବାହାରିଛି ୧୯ କେଜି ତେଲ। ସେହିପରି ପଟାଙ୍ଗୀରେ ୧୦୦ କେଜିରୁ ୫୦୦ ଗ୍ରାମ୍ ତେଲ ବାହାର କରାଯଇଛି। ଓରମାସର ଡେପୁଟି ସିଇଓ ରୋସନ୍ କାର୍ତ୍ତିକ କହିଛନ୍ତି ଅନ୍ଲାଇନ୍ ମାର୍କେଟିଂ ଆମାଜନ୍ରେ ଏହାର କେଜି ୧୦ ହଜାର ଟଙ୍କା ହିସାବରେ ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି। କୃଷି ଭତ୍ପାଦକ ସଙ୍ଗଠନ ଚାଷୀଙ୍କଠାରୁ ନଷ୍ଟ ହେଉଥିବା ହଳଦୀ ପତ୍ର ସଂଗ୍ରହ କରୁଛି। ସଫଳତା ମିଳିଲେ ଜିଲ୍ଲାର ଅନ୍ୟ ବ୍ଲକରେ ଚାଷୀଙ୍କ ଠାରୁ ହଳଦୀପତ୍ର ସଂଗ୍ରହ କରାଯାଇ ତେଲ ଉତ୍ପାଦନ ବଢ଼ାଯିବ। ଅନଲାଇନରେ ହଳଦୀ ତେଲର ଚାହିଦା ରହିଥିବାରୁ ଚାଷୀମାନଙ୍କୁ ବି ଭଲ ଲାଭ ମିଳିବ। ସବୁଠୁ ବଡ଼ କଥା ହେଲା ଏହି ତେଲ ଉତ୍ପାଦନ ଲାଗି ଅନ୍ୟ ମେସିନ୍ର ଆବଶ୍ୟକତା ପଡ଼ିବନି । ଯେଉଁ ମେସିନରେ ଲେମନ୍ ଗ୍ରାସ୍ରୁ ତେଲ ବାହାର କରାଯାଉଛି, ସେହିଥିରେ ହି ହଳଦୀ ପତ୍ରରୁ ତେଲ ବାହାର କରଯାଇ ପାରୁଛି।
ହଳଦୀରେ ପ୍ରଚୁର ପରିମାଣର ଔଷଧୀୟ ଗୁଣ ରହିଛି । ତେଲରେ ଅନେକ ଚର୍ମରୋଗ ଭଲ ହୋଇପାରୁଥିବାରୁ ବାହାର ବଜାରରେ ଚାହିଦା ଢେର୍ ଅଧିକ ରହିଛି।