କୋରାପୁଟରେ ତିଆରି ହେବ ମିଗ୍‌ ବିମାନ ଇଞ୍ଜିନ୍‌

ନୂୂଆଦିଲ୍ଲୀ,୨।୩(ପି.ଟି.) : ବ୍ରହ୍ମୋସ୍‌ ସୁପରସୋନିକ କ୍ରୁଜ୍‌ ମିଶାଇଲ, ରାଡାର, ଓ୍ବିପନ୍‌ ସିଷ୍ଟମ, ମିଗ୍‌-୨୯ ଜେଟ୍‌ ବିମାନ ପାଇଁ ଏରୋ-ଇଞ୍ଜିନ୍‌ ସମେତ ୫ ପ୍ରତିରକ୍ଷା ସାମଗ୍ରୀ କ୍ରୟ ଲାଗି ଭାରତ ଶୁକ୍ରବାର ବିଭିନ୍ନ ସଂସ୍ଥା ସହ ୩୯,୧୨୫ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିଛି। ଏହି ସମସ୍ତ ପ୍ରତିରକ୍ଷା ସରଞ୍ଜାମ ସଶସ୍ତ୍ର ବଳର ଆକ୍ରମଣ କ୍ଷମତା ବଢ଼ାଇବ। ଆର୍‌ଡି-୩୩ ଏରୋ ଇଞ୍ଜିନ୍‌ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନଟିକ୍ସ ଲିଃ (ହାଲ୍‌) ସହ ୫,୨୪୯.୭୨ କୋଟିର ଚୁକ୍ତି ସ୍ବାକ୍ଷର ହୋଇଛି। […] The post କୋରାପୁଟରେ ତିଆରି ହେବ ମିଗ୍‌ ବିମାନ ଇଞ୍ଜିନ୍‌ appeared first on Dharitri Odia News.

କୋରାପୁଟରେ ତିଆରି ହେବ ମିଗ୍‌ ବିମାନ ଇଞ୍ଜିନ୍‌

ନୂୂଆଦିଲ୍ଲୀ,୨।୩(ପି.ଟି.) : ବ୍ରହ୍ମୋସ୍‌ ସୁପରସୋନିକ କ୍ରୁଜ୍‌ ମିଶାଇଲ, ରାଡାର, ଓ୍ବିପନ୍‌ ସିଷ୍ଟମ, ମିଗ୍‌-୨୯ ଜେଟ୍‌ ବିମାନ ପାଇଁ ଏରୋ-ଇଞ୍ଜିନ୍‌ ସମେତ ୫ ପ୍ରତିରକ୍ଷା ସାମଗ୍ରୀ କ୍ରୟ ଲାଗି ଭାରତ ଶୁକ୍ରବାର ବିଭିନ୍ନ ସଂସ୍ଥା ସହ ୩୯,୧୨୫ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିଛି। ଏହି ସମସ୍ତ ପ୍ରତିରକ୍ଷା ସରଞ୍ଜାମ ସଶସ୍ତ୍ର ବଳର ଆକ୍ରମଣ କ୍ଷମତା ବଢ଼ାଇବ। ଆର୍‌ଡି-୩୩ ଏରୋ ଇଞ୍ଜିନ୍‌ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନଟିକ୍ସ ଲିଃ (ହାଲ୍‌) ସହ ୫,୨୪୯.୭୨ କୋଟିର ଚୁକ୍ତି ସ୍ବାକ୍ଷର ହୋଇଛି। ହାଲ୍‌ର କୋରାପୁଟ ଡିଭିଜନରେ ଏରୋ ଇଞ୍ଜିନ ତିଆରି ହେବ ବୋଲି ମନ୍ତ୍ରଣାଳୟ କହିଛି। ଏହି ଇଞ୍ଜିନ ଭାରତୀୟ ବାୟୁସେନାର ମିଗ୍‌-୨୯ ଯୁଦ୍ଧବିମାନଗୁଡ଼ିକର ଅପରେଶନ କ୍ଷମତା ବଢ଼ାଇବ। ରୁଷିଆର ମୂଳ ନିର୍ମାତାଙ୍କଠାରୁ ପ୍ରଯୁକ୍ତି ହସ୍ତାନ୍ତର ଲାଇସେନ୍ସ ଜରିଆରେ ଏହି ଏରୋ-ଇଞ୍ଜିନ ନିର୍ମାଣ କରାଯିବ। ସେହିପରି ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ପାଇଁ ବ୍ରହ୍ମୋସ୍‌ ଏରୋସ୍ପେସ୍‌ ପ୍ରା.ଲିଃ (ବିଏପିଏଲ୍‌) ସହ ୧୯,୫୧୮.୬୫ କୋଟି ଟଙ୍କାର ଚୁକ୍ତି ହୋଇଥିବାବେଳେ ଜାହାଜରୁ ଛଡ଼ାଯାଇପାରୁଥିବା ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଲାଗି ୯୮୮ କୋଟି ଟଙ୍କାର ଅନ୍ୟ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଏହା ବ୍ୟତୀତ କ୍ଲୋଜ୍‌-ଇନ୍‌ ଓ୍ବିପନ୍‌ ସିଷ୍ଟମ (ସିଆଇଡବ୍ଲ୍ୟୁଏସ୍‌) କ୍ରୟ ପାଇଁ ଲାର୍ସନ ଆଣ୍ଡ୍‌ ଟୁବ୍ରୋ ଲିଃ ସହ ମନ୍ତ୍ରଣାଳୟ ୭,୬୬୮.୮୨ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛି। ସେହିପରି ଉଚ୍ଚ କ୍ଷମତାସମ୍ପନ୍ନ ରାଡାର ସିଷ୍ଟମ୍‌ କ୍ରୟ ନିମନ୍ତେ ଲାର୍ସନ ଆଣ୍ଡ୍‌ ଟୁବ୍ରୋ ସହ ୫,୭୦୦ କୋଟିର ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ସଚିବ ଗିରିଧର ଅରମାନେଙ୍କ ଉପସ୍ଥିତିରେ ବିଭିନ୍ନ ପ୍ଲାଟ୍‌ଫର୍ମ ଓ ଓ୍ବିପନ୍‌ ସିଷ୍ଟମ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଛି।

The post କୋରାପୁଟରେ ତିଆରି ହେବ ମିଗ୍‌ ବିମାନ ଇଞ୍ଜିନ୍‌ appeared first on Dharitri Odia News.