କୋରାପୁଟରେ ଲଜ୍ଜା: ପୁଣି ନାବାଳିକା ହେଲେ ଗର୍ଭବତୀ

ଜୟପୁର,୨୪ା୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ହୋଇଛନ୍ତି। ଏ ନେଇ ପୀଡିତାଙ୍କ ମା ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୭୦/୨୫) ରୁଜୁ କରି ତଦନ୍ତ ଚଳାଇଥିବା ତଦନ୍ତ ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନାବାଳିକା ବୋରିଗୁମ୍ମା ବ୍ଲକ ସାନପରିଆ ପଞ୍ଚାୟତ ଅଧୀନ ସାଉନିଗୁଡା ଗ୍ରାମର ଜଣେ ଯୁବକଙ୍କ ସହ ଏକ ବିବାହ ଭୋଜିରେ ଦେଖା […] The post କୋରାପୁଟରେ ଲଜ୍ଜା: ପୁଣି ନାବାଳିକା ହେଲେ ଗର୍ଭବତୀ appeared first on Dharitri Odia News.

କୋରାପୁଟରେ ଲଜ୍ଜା: ପୁଣି ନାବାଳିକା ହେଲେ ଗର୍ଭବତୀ

ଜୟପୁର,୨୪ା୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ହୋଇଛନ୍ତି। ଏ ନେଇ ପୀଡିତାଙ୍କ ମା ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୭୦/୨୫) ରୁଜୁ କରି ତଦନ୍ତ ଚଳାଇଥିବା ତଦନ୍ତ ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନାବାଳିକା ବୋରିଗୁମ୍ମା ବ୍ଲକ ସାନପରିଆ ପଞ୍ଚାୟତ ଅଧୀନ ସାଉନିଗୁଡା ଗ୍ରାମର ଜଣେ ଯୁବକଙ୍କ ସହ ଏକ ବିବାହ ଭୋଜିରେ ଦେଖା ହୋଇଥିଲେ। ପରେ ଯୁବକ ଜଣନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହ ଦୁଇ ବର୍ଷ ହେଲା ଶାରିରୀକ ସମ୍ପର୍କ ରଖି ଆସିଥିଲେ। ନାବାଳିକାଙ୍କ ଅନିଚ୍ଛା ସତ୍ତ୍ୱେ ବାହା ହେବାକୁ କହି ବାରମ୍ବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି।

ପେଟ କାଟୁଛି କହିବା ପରେ ନାବାଳିକା ମା ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହାପରେ ନାବାଳିକା ୫ ମାସର ଗର୍ଭବତୀ ଥିବା ଡାକ୍ତର ଜଣାଇଥିଲେ। ପରେ ତାଙ୍କ ମା ଯୁବକଙ୍କୁ ଗଁାକୁ ଡକାଇଥିଲେ। କିନ୍ତୁ ସେ ଆସି ନ ଥିବା ବେଳେ ତାଙ୍କ ବାପା ଜଣେ ରାଜନେତା ହୋଇଥିବାରୁ ଘଟଣାକୁ ଚପାଇବାକୁ ଚେଷ୍ଟା କରୁଥିବା ପୀଡ଼ିତାଙ୍କ ମା ଅଭିଯୋଗ କରିଛନ୍ତି। ଶେଷରେ ବାଧ୍ୟ ହୋଇ ସେ ଜୟପୁର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ।

The post କୋରାପୁଟରେ ଲଜ୍ଜା: ପୁଣି ନାବାଳିକା ହେଲେ ଗର୍ଭବତୀ appeared first on Dharitri Odia News.