କ୍ଷେତ୍ରେଶ୍ୱରୀ ମା’ ବିରଜାଙ୍କ ପୀଠରେ ମହାନବମୀ, ଚଳଚଞ୍ଚଳ ସାରା ଅଞ୍ଚଳ

ଯାଜପୁର ୧୧।୧୦: ସବୁଠି ଚାଲିଛି ମା’ଙ୍କ ଆବାହନ । ଭାରତ ବର୍ଷର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ପୀଠ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ମହାନବମୀ । ଏଥି ପାଇଁ ଉତ୍ସବ ମୁଖର ହୋଇଉଠିଛି ସମଗ୍ର ଅଞ୍ଚଳ । ଗତକାଲି ରାତ୍ରରେ ଶୋଳ କଳସ ମଧ୍ୟରୁ ଶେଷ କଳସ ସ୍ଥାପନ ହେବା ସହ ହୋମ ଯଜ୍ଞ ସହ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଅଷ୍ଟମୀ ସନ୍ଦିପୂଜା ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ବଡ଼ି ଭୋରରୁ ପବିତ୍ର ବୈତରଣୀରୁ ଜଳ ଅଣାଯାଇ ମା’ଙ୍କ ସ୍ନାନ କରାଯାଇଛି । ନବରାତ୍ର ଅବସରରେ ନଅ ଦିନ ମା’ଙ୍କ ଗର୍ଭ ଗୃହରେ ଭକ୍ତ ମାନଙ୍କୁ ପ୍ରବେଶ କରି ମା’ଙ୍କ ମୁଖ ଦର୍ଶନ ସହ ଚରଣ ସ୍ପର୍ଶ କରିବାକୁ ସୁଯୋଗ ମିଳିଥାଏ । ଏଥି ପାଇଁ ସକାଳୁ ହଜାର ହଜାର ସଂଖ୍ୟକ ଭକ୍ତ ମାନଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ପ୍ରତିପଦ ଠାରୁ ଆରମ୍ଭ ହୋଇଥିବା ନବଦିବସୀୟ ରଥଯାତ୍ରାର ଶୁକ୍ରବାର ଶେଷ ଦିନ । ଅପରାହ୍ନରେ ମା’ଙ୍କ ରଥାଯାତ୍ରା ପରେ ଲାଖବିନ୍ଧା ଉତ୍ସବ ଅନୁଷ୍ଠିତ ହେବ । ବିଜୁ ଛାତ୍ର ଜନତା ଦଳ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ କାନିକା ବଣ୍ଟନ ସହ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଏଥି ସହ ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।You Can Read:ମଣ୍ଡପ ବୁଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ: ମାଆଙ୍କ ଆଶିଷ ନେଲେ, ଲୋକଙ୍କ ସହ କଥା ହେଲେ 

କ୍ଷେତ୍ରେଶ୍ୱରୀ ମା’ ବିରଜାଙ୍କ ପୀଠରେ ମହାନବମୀ, ଚଳଚଞ୍ଚଳ ସାରା ଅଞ୍ଚଳ

ଯାଜପୁର ୧୧।୧୦: ସବୁଠି ଚାଲିଛି ମା’ଙ୍କ ଆବାହନ । ଭାରତ ବର୍ଷର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ପୀଠ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ମହାନବମୀ । ଏଥି ପାଇଁ ଉତ୍ସବ ମୁଖର ହୋଇଉଠିଛି ସମଗ୍ର ଅଞ୍ଚଳ । ଗତକାଲି ରାତ୍ରରେ ଶୋଳ କଳସ ମଧ୍ୟରୁ ଶେଷ କଳସ ସ୍ଥାପନ ହେବା ସହ ହୋମ ଯଜ୍ଞ ସହ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଅଷ୍ଟମୀ ସନ୍ଦିପୂଜା ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ବଡ଼ି ଭୋରରୁ ପବିତ୍ର ବୈତରଣୀରୁ ଜଳ ଅଣାଯାଇ ମା’ଙ୍କ ସ୍ନାନ କରାଯାଇଛି । ନବରାତ୍ର ଅବସରରେ ନଅ ଦିନ ମା’ଙ୍କ ଗର୍ଭ ଗୃହରେ ଭକ୍ତ ମାନଙ୍କୁ ପ୍ରବେଶ କରି ମା’ଙ୍କ ମୁଖ ଦର୍ଶନ ସହ ଚରଣ ସ୍ପର୍ଶ କରିବାକୁ ସୁଯୋଗ ମିଳିଥାଏ । ଏଥି ପାଇଁ ସକାଳୁ ହଜାର ହଜାର ସଂଖ୍ୟକ ଭକ୍ତ ମାନଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । 

ପ୍ରତିପଦ ଠାରୁ ଆରମ୍ଭ ହୋଇଥିବା ନବଦିବସୀୟ ରଥଯାତ୍ରାର ଶୁକ୍ରବାର ଶେଷ ଦିନ । ଅପରାହ୍ନରେ ମା’ଙ୍କ ରଥାଯାତ୍ରା ପରେ ଲାଖବିନ୍ଧା ଉତ୍ସବ ଅନୁଷ୍ଠିତ ହେବ । ବିଜୁ ଛାତ୍ର ଜନତା ଦଳ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ କାନିକା ବଣ୍ଟନ ସହ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଏଥି ସହ ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

You Can Read:

ମଣ୍ଡପ ବୁଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ: ମାଆଙ୍କ ଆଶିଷ ନେଲେ, ଲୋକଙ୍କ ସହ କଥା ହେଲେ