ଇସ୍ତଫା ଦେବା ଖବର ଗୁଜବ, ଆହୁରି ୫ ବର୍ଷ ଚାଲିବ ଆମ ସରକାର: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ

ଶିମଲା,୨୮।୨: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ତାଙ୍କ ଇସ୍ତଫା ଖବରକୁ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ଇସ୍ତଫା ଦେଇ ନାହିଁ। ମୋର ଇସ୍ତଫା ଖବର ଏକ ଗୁଜବ। ଆମ ସରକାର ସ୍ଥିର ଏବଂ ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ ଖବର ଆସିଥିଲା କି ଦଳରେ ଚାଲିଥିବା ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସୁଖୁ ପଦରୁ ଇସ୍ତଫା ଦେବା ନେଇ ପ୍ରସ୍ତାବ ଦେଇଛନ୍ତି। ହିମାଚଳର କଂଗ୍ରେସ ଶିବିରରେ ଅନେକ ରାଜନୈତିକ […] The post ଇସ୍ତଫା ଦେବା ଖବର ଗୁଜବ, ଆହୁରି ୫ ବର୍ଷ ଚାଲିବ ଆମ ସରକାର: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ appeared first on Dharitri Odia News.

ଇସ୍ତଫା ଦେବା ଖବର ଗୁଜବ, ଆହୁରି ୫ ବର୍ଷ ଚାଲିବ ଆମ ସରକାର: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ

ଶିମଲା,୨୮।୨: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ତାଙ୍କ ଇସ୍ତଫା ଖବରକୁ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ଇସ୍ତଫା ଦେଇ ନାହିଁ। ମୋର ଇସ୍ତଫା ଖବର ଏକ ଗୁଜବ। ଆମ ସରକାର ସ୍ଥିର ଏବଂ ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ ଖବର ଆସିଥିଲା କି ଦଳରେ ଚାଲିଥିବା ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସୁଖୁ ପଦରୁ ଇସ୍ତଫା ଦେବା ନେଇ ପ୍ରସ୍ତାବ ଦେଇଛନ୍ତି। ହିମାଚଳର କଂଗ୍ରେସ ଶିବିରରେ ଅନେକ ରାଜନୈତିକ ଅସ୍ଥିରତା ଚାଲିଛି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ରା ସିଂଙ୍କ ପୁଅ ତଥା ହିମାଚଳ ପ୍ରଦେଶର କେନ୍ଦ୍ର ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ଇସ୍ତଫା ଦେଇଛନ୍ତି। ବିକ୍ରମାଦିତ୍ୟ ସିଂ ଅଭିଯୋଗ କରିଛନ୍ତି ଯେ, ଦଳରେ ବିଧାୟକଙ୍କ ମତ ଶୁଣାଯାଉନାହିଁ।

The post ଇସ୍ତଫା ଦେବା ଖବର ଗୁଜବ, ଆହୁରି ୫ ବର୍ଷ ଚାଲିବ ଆମ ସରକାର: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ appeared first on Dharitri Odia News.