କୋର୍ଟ ପରିସରରୁ ବିଚାରାଧୀନ କଏଦୀ ଚମ୍ପଟ, କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ସନ୍ଦେହ ସୃଷ୍ଟି

ବରଗଡ଼ : କୋର୍ଟ ପରିସର ରୁ ବିଚାରାଧିନ କଏଦୀ ଫେରାର ।  ପୋସ୍କୋ କେଶରେ ବିଚାରାଧୀନ କଏଦୀ ଭାବେ ବରଗଡ଼ ଜେଲରେ ଥିବା ବରଗଡ଼ ସଦର ଥାନା ଅନ୍ତର୍ଗତ ସୟାଁ ଗ୍ରାମର ବାବାଜୀ ଛୁରିଆ ନାମକ ଜଣେ ୨୩ ବର୍ଷୀୟ କେଏଦୀ ଆଜି ବରଗଡ଼ କୋର୍ଟ ପରିସରରୁ ଫେରାର ହୋଇଛନ୍ତି ।  ସୂଚନା ଅନୁଯାୟୀ ବରଗଡ଼ ସଦର ଥାନାରେ ସୟା ଗ୍ରାମର ବାବାଜୀ ଛୁରିଆଙ୍କ ନାମରେ ୨୦୨୧ ମସିହା ଅଗଷ୍ଟ ୩ ତାରିଖରେ ଜଣେ ନାବାଳିକାଙ୍କୁ ଧର୍ଷଣ […] The post କୋର୍ଟ ପରିସରରୁ ବିଚାରାଧୀନ କଏଦୀ ଚମ୍ପଟ, କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ସନ୍ଦେହ ସୃଷ୍ଟି appeared first on KNews Odisha.

କୋର୍ଟ ପରିସରରୁ ବିଚାରାଧୀନ କଏଦୀ ଚମ୍ପଟ, କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ସନ୍ଦେହ ସୃଷ୍ଟି
court

ବରଗଡ଼ : କୋର୍ଟ ପରିସର ରୁ ବିଚାରାଧିନ କଏଦୀ ଫେରାର ।  ପୋସ୍କୋ କେଶରେ ବିଚାରାଧୀନ କଏଦୀ ଭାବେ ବରଗଡ଼ ଜେଲରେ ଥିବା ବରଗଡ଼ ସଦର ଥାନା ଅନ୍ତର୍ଗତ ସୟାଁ ଗ୍ରାମର ବାବାଜୀ ଛୁରିଆ ନାମକ ଜଣେ ୨୩ ବର୍ଷୀୟ କେଏଦୀ ଆଜି ବରଗଡ଼ କୋର୍ଟ ପରିସରରୁ ଫେରାର ହୋଇଛନ୍ତି ।  ସୂଚନା ଅନୁଯାୟୀ ବରଗଡ଼ ସଦର ଥାନାରେ ସୟା ଗ୍ରାମର ବାବାଜୀ ଛୁରିଆଙ୍କ ନାମରେ ୨୦୨୧ ମସିହା ଅଗଷ୍ଟ ୩ ତାରିଖରେ ଜଣେ ନାବାଳିକାଙ୍କୁ ଧର୍ଷଣ କରିଥିବା ନେଇ କେଶ ନମ୍ବର ୨୦୪ ରେ ଏକ ମାମଲା ରୁଜୁ ହୋଇଥିଲା ।  ତେବେ ସଦର ପୋଲିସ ଅଭିଯୁକ୍ତ ବାବାଜୀ ଛୁରିଆ ଓରଫ ବାବା କୁ ଗୋଟିଏ ମାସ ପରେ୨୦୨୧ ସେପ୍ଟେମ୍ବର ୯ ତାରିଖରେ ଗିରଫ କରି କୋର୍ଟ ପଠାଇଥିଲା ।

କୋର୍ଟରେ ଜାମିନ ନାମଞ୍ଜୁର ହେଵା ପରେ ବରଗଡ଼ ଜେଲରେ ୨୦୨୧ ମସିହା ରୁ ବିଚାରାଧୀନ କଏଦୀ ଭାବେ ରହିଥିବା ବାବାଜୀ ଛୁରିଆ ଆଜି  କୋର୍ଟରେ ହାଜର ହେବା ସମୟରେ ମଉକା ର ଫାଇଦା ଉଠାଇ କୋର୍ଟ ପରିଷରରୁ ଫେରାର ମାରିଛି । ବରଗଡ଼ ଜେଲରୁ ଆଜି ୧୫ ଜଣ କେଏଦୀଙ୍କୁ ୧୨ ଜଣିଆ ପୋଲିସ ଏସ୍କଟ ଟିମ କୋର୍ଟରେ ହାଜର କରିବାକୁ ଗାଡ଼ିରେ ନେଇଯାଇଥିଲେ ।  ତେବେ ପୋସ୍କୋ କୋର୍ଟରେ ହାଜର ହେବାକୁ ଥିବା କଏଦୀ ବାବାଜୀ ଛୁରିଆ ହଠାତ କୋର୍ଟରୁ ଦୌଡ଼ି ଫେରାର ମାରିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ।  କଡା ସୁରକ୍ଷା ଭିତରେ କିପରି ଜଣେ କଏଦୀ ଫେରାର ହୋଇଯିବ ସେନେଇ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରୁଛି ।

The post କୋର୍ଟ ପରିସରରୁ ବିଚାରାଧୀନ କଏଦୀ ଚମ୍ପଟ, କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ସନ୍ଦେହ ସୃଷ୍ଟି appeared first on KNews Odisha.