ମମତା ବାନାର୍ଜୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ପାଇଁ ପୂର୍ବତନ ବିଚାରପତିଙ୍କ ଉପରେ ଲାଗିଲା ବ୍ୟାନ୍

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିବାରୁ କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ତମଲୁକ ଲୋକସଭା ବିଜେପି ପ୍ରାର୍ଥୀ ଅଭିଜିତ ଗାଙ୍ଗୁଲିଙ୍କୁ ନିର୍ବାଚନ କମିଶନ ଦଣ୍ଡିତ କରିଛନ୍ତି। ତାଙ୍କ ନିର୍ବାଚନ ପ୍ରଚାରରେ ୨୪ ଘଣ୍ଟା ପାଇଁ ବ୍ୟାନ୍ ଲଗାଯାଇଛି। ସେ ଆଜି(ମେ ୨୧) ସନ୍ଧ୍ୟା ୫ଟା ଠାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ବୋଲି ଇଲେକ୍ସନ କମିଶନ କହିଛନ୍ତି। ଏଥିସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଜନସଭାରେ କଥା କହିଲା ବେଳେ ସତର୍କତା ଅବଲମ୍ବନ କରିବାକୁ କମିଶନ ବିଜେପି ନେତା ଗାଙ୍ଗୁଲିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଏନେଇ ଇଲେକ୍ସନ କମିଶନଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି।ସର୍ବସାଧାରଣରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ଜଷ୍ଟିସ୍ ଗାଙ୍ଗୁଲି ମମତାଙ୍କୁ କହିଥିଲେ ତୁମର ମୂଲ୍ୟ କେତେ? ଯାହାକୁ ନେଇ ତୃଣମୂଳ କଂଗ୍ରେସ ଇଲେକ୍ସନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା। ଗାଙ୍ଗୁଲି ଅଶାଳନୀ ମନ୍ତବ୍ୟ ଦେଇଥିବା ଟିଏମ୍‌ସି କହିଥିଲା। ଏଥିସହିତ ଗାଙ୍ଗୁଲିଙ୍କ ବିରୋଧରେ ଦଳ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଟିଏମ୍‌ସି ମନ୍ତ୍ରୀ ଶଶି ପ୍ରଜ୍ଞା କହିଛନ୍ତି। ଏନେଇ ଟିଏମ୍‌ସି ନେତା ଡାରେକ ଓବ୍ରାଏନ୍ ଇଲେକ୍ସନ କମିଶନଙ୍କୁ ଚିଠି ଲେଖିଥିଲେ। ସେ କହିଥିଲେ ଯେ ବିଜେପି ନେତା ଗଙ୍ଗୋପାଧ୍ୟାୟ ମମତ

ମମତା ବାନାର୍ଜୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ପାଇଁ ପୂର୍ବତନ ବିଚାରପତିଙ୍କ ଉପରେ ଲାଗିଲା ବ୍ୟାନ୍

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିବାରୁ କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ତମଲୁକ ଲୋକସଭା ବିଜେପି ପ୍ରାର୍ଥୀ ଅଭିଜିତ ଗାଙ୍ଗୁଲିଙ୍କୁ ନିର୍ବାଚନ କମିଶନ ଦଣ୍ଡିତ କରିଛନ୍ତି। ତାଙ୍କ ନିର୍ବାଚନ ପ୍ରଚାରରେ ୨୪ ଘଣ୍ଟା ପାଇଁ ବ୍ୟାନ୍ ଲଗାଯାଇଛି। ସେ ଆଜି(ମେ ୨୧) ସନ୍ଧ୍ୟା ୫ଟା ଠାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ବୋଲି ଇଲେକ୍ସନ କମିଶନ କହିଛନ୍ତି। ଏଥିସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଜନସଭାରେ କଥା କହିଲା ବେଳେ ସତର୍କତା ଅବଲମ୍ବନ କରିବାକୁ କମିଶନ ବିଜେପି ନେତା ଗାଙ୍ଗୁଲିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଏନେଇ ଇଲେକ୍ସନ କମିଶନଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି।

ସର୍ବସାଧାରଣରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ଜଷ୍ଟିସ୍ ଗାଙ୍ଗୁଲି ମମତାଙ୍କୁ କହିଥିଲେ ତୁମର ମୂଲ୍ୟ କେତେ? ଯାହାକୁ ନେଇ ତୃଣମୂଳ କଂଗ୍ରେସ ଇଲେକ୍ସନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା। ଗାଙ୍ଗୁଲି ଅଶାଳନୀ ମନ୍ତବ୍ୟ ଦେଇଥିବା ଟିଏମ୍‌ସି କହିଥିଲା। ଏଥିସହିତ ଗାଙ୍ଗୁଲିଙ୍କ ବିରୋଧରେ ଦଳ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଟିଏମ୍‌ସି ମନ୍ତ୍ରୀ ଶଶି ପ୍ରଜ୍ଞା କହିଛନ୍ତି। 

ଏନେଇ ଟିଏମ୍‌ସି ନେତା ଡାରେକ ଓବ୍ରାଏନ୍ ଇଲେକ୍ସନ କମିଶନଙ୍କୁ ଚିଠି ଲେଖିଥିଲେ। ସେ କହିଥିଲେ ଯେ ବିଜେପି ନେତା ଗଙ୍ଗୋପାଧ୍ୟାୟ ମମତାଙ୍କୁ କହିଥିଲେ-ମମତା ଆପଣଙ୍କୁ କେତେ ଟଙ୍କାରେ ବିକ୍ରି କରାଯାଉଛି? ଆପଣଙ୍କର ଦାମ ୧୦ ଲକ୍ଷ। କାରଣ ଆପଣ କିୟା ସେଠ୍‌ରେ ମେକ୍‌ ଅପ କରୁଛନ୍ତି। ମମତା ଜଣେ ମହିଳା। ବିଜେପି ନେତାଙ୍କର ଏଭଳି ବୟାନ ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ଏବ୍ରାଏନ୍ କହିଛନ୍ତି।

ଏଥିରେ ନିର୍ବାଚନ କମିଶନ ଗାଙ୍ଗୁଲିଙ୍କୁ ନିର୍ବାଚନ ପ୍ରଚାର ବ୍ୟାନ୍ କରିବା ସହିତ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଉପଦେଶ ଦେଇଛନ୍ତି। ବିଜେପି ଏକ ଉପଦେଶନାମା ଜାରି କରି ନେତାଙ୍କୁ ନିର୍ବାଚନ ପ୍ରଚାର ସମୟରେ ଏଭଳି ଭୁଲ୍ ନ କରିବାକୁ କହୁ ବୋଲି ଇସିଆଇ କହିଛନ୍ତି।