କୋର୍ଟ ରୁମ୍ରେ ପଶିଲା ହନୁ, ଭାଇରାଲ୍ ହେଲା ଭିଡିଓ
ଖୋର୍ଦ୍ଧା,୨୯।୧୧(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଚାରପତି କୋର୍ଟରେ ଏକ ମାମଲାର ସାକ୍ଷ୍ୟ ଗ୍ରହଣ କରୁଥିବା ବେଳେ ହଠାତ୍ ଗୋଟିଏ ହନୁ ମାଙ୍କଡ଼ କୋର୍ଟ ରୁମ୍କୁ ପ୍ରବେଶ କରିଥିଲା। ୧୦ ମିନିଟ୍ ଧରି ବୁଲିଲା। କିଛି ସମୟ ପରେ ହନୁ କୋର୍ଟ ପରିସରରୁ ବାହାରି ଚାଲି ଯାଇଥିଲା। ପରେ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ହନୁର ଏଭଳି କାର୍ଯ୍ୟକୁ କୋର୍ଟ ରୁମ୍ରେ ଥିବା କିଛି […] The post କୋର୍ଟ ରୁମ୍ରେ ପଶିଲା ହନୁ, ଭାଇରାଲ୍ ହେଲା ଭିଡିଓ appeared first on Dharitri Odia News.
ଖୋର୍ଦ୍ଧା,୨୯।୧୧(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଚାରପତି କୋର୍ଟରେ ଏକ ମାମଲାର ସାକ୍ଷ୍ୟ ଗ୍ରହଣ କରୁଥିବା ବେଳେ ହଠାତ୍ ଗୋଟିଏ ହନୁ ମାଙ୍କଡ଼ କୋର୍ଟ ରୁମ୍କୁ ପ୍ରବେଶ କରିଥିଲା। ୧୦ ମିନିଟ୍ ଧରି ବୁଲିଲା। କିଛି ସମୟ ପରେ ହନୁ କୋର୍ଟ ପରିସରରୁ ବାହାରି ଚାଲି ଯାଇଥିଲା। ପରେ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ହନୁର ଏଭଳି କାର୍ଯ୍ୟକୁ କୋର୍ଟ ରୁମ୍ରେ ଥିବା କିଛି ଆଇନ୍ଜୀବୀ ମୋବାଇଲ୍ ଫୋନ୍ରେ ରେକର୍ଡ କରିଥିଲେ । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି ।
ହନୁଟି ସିଧା ବିଚାରପତିଙ୍କ ସାମ୍ନା ପୋଡ଼ିଅମ୍ରେ ବସିପଡ଼ିଥିଲା। କେର୍ଟ ଭିତରେ ଅନେକ ଆଇନଜୀବୀ ମଧ୍ୟ ଥିଲେ। ଏଭଳି ଘଟଣାକୁ ଦେଖି ସମସ୍ତେ ତାଜୁବ୍ ହୋଇଯାଇଥିଲେ। କିଛି ସମୟ ପାଇଁ କୋର୍ଟ କାର୍ଯ୍ୟ ଏକ ପ୍ରକାର ଅଟକି ଯାଇଥିଲା । କିଛି ଅଘଟଣ ଭୟରେ କେହି ତାକୁ ଘଉଡ଼ାଇବାକୁ କେହି ସାହସ କରିନଥିଲେ। ହନୁ ମାଙ୍କଡ଼ଟି କୋର୍ଟ ରୁମ୍ ଭିତରେ କେତେବେଳେ ପୋଡ଼ିଅମ୍ର ଏପଟୁ ସେପଟୁ ଯାଉଥାଏ ତ କେତେବେଳେ ସାକ୍ଷ୍ୟ ଗ୍ରହଣ ପାଇଁ ଥିବା କାଠଗଡ଼ା ଉପରେ ବସୁଥିଲା।
The post କୋର୍ଟ ରୁମ୍ରେ ପଶିଲା ହନୁ, ଭାଇରାଲ୍ ହେଲା ଭିଡିଓ appeared first on Dharitri Odia News.