କୋର୍ଟଙ୍କ ନିର୍ଦ୍ଦେଶ ପରେ OSRTC କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌

ସମ୍ବଲପୁର,୯ା୪: OSRTC କାର୍ଯ୍ୟାଳୟର ସ୍ଥାବର ସମ୍ପତ୍ତି ଆଟାଚ୍‌ ହୋଇଛି। ମୁଦିପଡ଼ାସ୍ଥିତ ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍‌ ହୋଇଛି। ବସ୍‌ ମାଲିକଙ୍କ ବକେୟା ପ୍ରଦାନ ମାମଲାରେ ସମ୍ପତ୍ତି ଆଟାଚ୍‌ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ପତ୍ତି ଆଟାଚ୍‌ ପ୍ରକ୍ରିୟା ଜାରି ରହିଛି। ବସ୍‌ ମାଲିକଙ୍କୁ ବକେୟା ଫେରସ୍ତ ନ କରିବା ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି। ୧୯୯୯ରେ ସରୋଜ ତ୍ରିପାଠୀ ନାମକ ବ୍ୟକ୍ତି ପରିବହନ ନିଗମକୁ ୫୦ ହଜାର ସିକ୍ୟୁରିଟି ଟଙ୍କା ଦେଇ ଏକ ବସ ଲିଜରେ […] The post କୋର୍ଟଙ୍କ ନିର୍ଦ୍ଦେଶ ପରେ OSRTC କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌ appeared first on Dharitri Odia News.

କୋର୍ଟଙ୍କ ନିର୍ଦ୍ଦେଶ ପରେ OSRTC କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌

ସମ୍ବଲପୁର,୯ା୪: OSRTC କାର୍ଯ୍ୟାଳୟର ସ୍ଥାବର ସମ୍ପତ୍ତି ଆଟାଚ୍‌ ହୋଇଛି। ମୁଦିପଡ଼ାସ୍ଥିତ ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍‌ ହୋଇଛି। ବସ୍‌ ମାଲିକଙ୍କ ବକେୟା ପ୍ରଦାନ ମାମଲାରେ ସମ୍ପତ୍ତି ଆଟାଚ୍‌ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ପତ୍ତି ଆଟାଚ୍‌ ପ୍ରକ୍ରିୟା ଜାରି ରହିଛି। ବସ୍‌ ମାଲିକଙ୍କୁ ବକେୟା ଫେରସ୍ତ ନ କରିବା ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି।

୧୯୯୯ରେ ସରୋଜ ତ୍ରିପାଠୀ ନାମକ ବ୍ୟକ୍ତି ପରିବହନ ନିଗମକୁ ୫୦ ହଜାର ସିକ୍ୟୁରିଟି ଟଙ୍କା ଦେଇ ଏକ ବସ ଲିଜରେ ନେଇଥିଲେ । ହେଲେ ପରିବହନ ବିଭାଗ ତାଙ୍କୁ ଏକ ଖରାପ ବସ ଲିଜ଼ରେ ଦେଇଥିଲେ । ଯେଉଁ ବସକି ସବୁବେଳେ ଖରାପ ହେଉଥିଲା । ହେଲେ ଯେହେତୁ ଏକ ବର୍ଷ ପାଇଁ ଚୁକ୍ତି ଥିଲା ତେଣୁ ବସକୁ ଚଲାଇ ଦୁଇ ପଇସା ଲାଭ କରିବା ପାଇଁ ନିଜ ହାତରୁ ଟଙ୍କା ଖର୍ଚ୍ଚା କରିଥିଲେ ଲିଜ ନେଇଥିବା ବ୍ୟକ୍ତି । ହେଲେ ପରିବହନ ବିଭାଗ ୬ ମାସ ପରେ ଆଉ ବସ ଚଳାଇବା ପାଇଁ ଅନୁମତି ଦେଲେ ନାହିଁ । ଯାହାଫଳରେ ଲିଜ ନେଇଥିବା ବ୍ୟକ୍ତି ପରିବହନ ବିଭାଗକୁ ଦେଇଥିବା ସିକ୍ୟୁରିଟି ଟଙ୍କା ମାଗିଥିଲେl କିନ୍ତୁ ବିଭାଗ ଟଙ୍କା ଫେରାଇ ନଥିଲା । ଯାହାକୁ ନେଇ ୨୦୦୦ରେ ସମ୍ବଲପୁର ସିଭିଲ କୋର୍ଟ ରେ ମାମଲା ଦାୟର କରିଥିଲେ । ଦୁଇଥର କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ପାଇଥିଲେ ମଧ୍ୟ ବିଭାଗ ଟଙ୍କା ଫେରାଇ ନଥିଲେ। ଶେଷରେ କୋର୍ଟ ସୁଧ ମୂଳ ମିଶି ୩ ଲକ୍ଷ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

The post କୋର୍ଟଙ୍କ ନିର୍ଦ୍ଦେଶ ପରେ OSRTC କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌ appeared first on Dharitri Odia News.