କୋର୍ଟରୁ BRS ନେତ୍ରୀ କେ. କବିତାଙ୍କୁ ଝଟକା, ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ରହିବେ ED ରିମାଣ୍ଡରେ
ନୂଆଦିଲ୍ଲୀ ୧୬।୩: ଦିଲ୍ଲୀ ଅବକାରୀ ନୀତି ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ କୋର୍ଟ ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ନେତ୍ରୀ କେ. କବିତାଙ୍କୁ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ରିମାଣ୍ଡରେ ପଠାଇଛନ୍ତି। କେନ୍ଦ୍ରୀୟ ଏଜେନ୍ସୀଙ୍କ ପିଟିସନ ଉପରେ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ଶନିବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କୁ ଇଡି ସ୍ୱତନ୍ତ୍ର ବିଚାରପତି ଏମ.କେ.ନାଗପାଲଙ୍କ କୋର୍ଟରେ ହାଜର କରିଥିଲା ଓ ୧୦ ଦିନ ରିମାଣ୍ଡ ନିବେଦନ କରିଥିଲା। ତେବେ କୋର୍ଟ ୭ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି। କେ. କବିତାଙ୍କୁ କୋର୍ଟରେ ହାଜର କରାଯିବା ବେଳେ ତାଙ୍କ ଗିରପକୁ ସେ ଅବୈଧ ବୋଲି କହିଥିଲେ । ସେ କହିଥିଲେ ଯେ ଏହି ମାମଲାକୁ ଆମେ କୋର୍ଟରୁ ଲଢିବୁ। କେନ୍ଦ୍ରୀୟ ଏଜେନ୍ସୀ କବିତା (୪୬)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ବଞ୍ଜାରା ହିଲସ୍ ସ୍ଥିତ ବାସଭବନରୁ ଗିରଫ କରିଥିଲା ଓ ତାଙ୍କୁ ସାଙ୍ଗରେ ଦିଲ୍ଲୀ ନେଇ ଆସିଛି। ଶୁଣାଣି କାଳରେ ଓକିଲ ନିତେଶ ରାଣାଙ୍କ ସହିତ କବିତାଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ ବିକ୍ରମ ଚୌଧୁରୀ ଏହି ଗିରଫଦାରୀକୁ ଅବୈଧ ବୋଲି କହିଥିଲେ। କବିତାଙ୍କ ଗିରଫରେ ଇଡି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ମଧ୍ୟ ଅବମାନନା କରିଥିବାର ଓକିଲ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଶୀର୍ଷ ନ୍ୟାୟାଳୟ ଏଜେ
ନୂଆଦିଲ୍ଲୀ ୧୬।୩: ଦିଲ୍ଲୀ ଅବକାରୀ ନୀତି ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ କୋର୍ଟ ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ନେତ୍ରୀ କେ. କବିତାଙ୍କୁ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ରିମାଣ୍ଡରେ ପଠାଇଛନ୍ତି। କେନ୍ଦ୍ରୀୟ ଏଜେନ୍ସୀଙ୍କ ପିଟିସନ ଉପରେ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ଶନିବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କୁ ଇଡି ସ୍ୱତନ୍ତ୍ର ବିଚାରପତି ଏମ.କେ.ନାଗପାଲଙ୍କ କୋର୍ଟରେ ହାଜର କରିଥିଲା ଓ ୧୦ ଦିନ ରିମାଣ୍ଡ ନିବେଦନ କରିଥିଲା। ତେବେ କୋର୍ଟ ୭ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି।
କେ. କବିତାଙ୍କୁ କୋର୍ଟରେ ହାଜର କରାଯିବା ବେଳେ ତାଙ୍କ ଗିରପକୁ ସେ ଅବୈଧ ବୋଲି କହିଥିଲେ । ସେ କହିଥିଲେ ଯେ ଏହି ମାମଲାକୁ ଆମେ କୋର୍ଟରୁ ଲଢିବୁ। କେନ୍ଦ୍ରୀୟ ଏଜେନ୍ସୀ କବିତା (୪୬)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ବଞ୍ଜାରା ହିଲସ୍ ସ୍ଥିତ ବାସଭବନରୁ ଗିରଫ କରିଥିଲା ଓ ତାଙ୍କୁ ସାଙ୍ଗରେ ଦିଲ୍ଲୀ ନେଇ ଆସିଛି। ଶୁଣାଣି କାଳରେ ଓକିଲ ନିତେଶ ରାଣାଙ୍କ ସହିତ କବିତାଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ ବିକ୍ରମ ଚୌଧୁରୀ ଏହି ଗିରଫଦାରୀକୁ ଅବୈଧ ବୋଲି କହିଥିଲେ।

କବିତାଙ୍କ ଗିରଫରେ ଇଡି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ମଧ୍ୟ ଅବମାନନା କରିଥିବାର ଓକିଲ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଶୀର୍ଷ ନ୍ୟାୟାଳୟ ଏଜେନ୍ସୀ ପକ୍ଷରୁ ଜାରି ସମନ ବିରୋଧରେ ୧୯ ମାର୍ଚ୍ଚରେ ରୁଜୁ କେ. କବିତାଙ୍କ ପିଟିସନ ଉପରେ ଶୁଣାଣି ପୂର୍ବରୁ ତାଙ୍କ ବିରୋଧରେ କୌଣସି ପ୍ରକାରର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ଇଡି କୋର୍ଟଙ୍କୁ କହିଛନ୍ତି ଯେ ମାମଲାରେ କବିତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଓ ସାକ୍ଷଙ୍କ ବୟାନ ରହିଛି। ଏହି ଅବସରରେ ଇଡି କେ.କବିତାଙ୍କ ବିରୋଧରେ ପ୍ରମାଣ ନଷ୍ଟର ଅଭିଯୋଗ ମଧ୍ୟ କରିଥିଲା। ଏହି ସମୟରେ ଏଜେନ୍ସୀ କୋର୍ଟଙ୍କୁ କହିଥିଲେ ଯେ ଆମେ କେ. କବିତାଙ୍କ ସାମ୍ନା କରାଇବା ପାଇଁ କେତେକ ସାକ୍ଷଙ୍କୁ ଡକାଇଛୁ। ଏଥି ପାଇଁ ଇଡି କୋର୍ଟଙ୍କୁ ୧୦ ଦିନ ରିମାଣ୍ଡ ନିବେଦନ କରିଥିଲା। ତେବେ କୋର୍ଟ ୭ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି। ଏଣୁ କବିତା ମାର୍ଚ୍ଚ୨୩ ତାରିଖ ପର୍ଯ୍ୟନ୍ତ ଇଡି ହାଜତରେ ରହିବେ।