ମୁମ୍ବାଇକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: ପ୍ରବଳ ବର୍ଷାରେ ଲୋକେ ଜଳବନ୍ଦୀ, ଟ୍ରେନ-ବିମାନ ସେବା ପ୍ରଭାବିତ

ମୁମ୍ବାଇ: ମହାରାଷ୍ଟ୍ରରେ ମୌସୁମୀ ଛୁଇଁବା ପରେ ମୁମ୍ବାଇରେ ତାଣ୍ଡବ ରଚିଛି ବର୍ଷା। ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଟ୍ରେନ୍ ଏବଂ ବିମାନ ସେବା ସାମାନ୍ୟ ପ୍ରଭାବିତ ହୋଇଛି। ରାସ୍ତା ଏବଂ ରେଳପଥ ଜଳବନ୍ଦୀ ରହିଛି। ଏହି କାରଣରୁ ଟ୍ରେନ ସମୟସାରଣୀ ବିଳମ୍ବିତ ହୋଇଛି। ଗତ ସପ୍ତାହରୁ ସହରରେ ପ୍ରବଳ ବର୍ଷା ହେଉଛି। ଏହି ସପ୍ତାହରେ ମଧ୍ୟ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ସୋମବାର ମୁମ୍ବାଇ ପାଇଁ ଆଇଏମଡି ଅରେଞ୍ଜ ଆଲର୍ଟ ଜାରି କରିଛି। ସକାଳ ଠାରୁ ସହରର ଅନେକ ସ୍ଥାନରେ ବର୍ଷା ହେଉଛି, ଯାହା ଫଳରେ ଯାତ୍ରୀମାନଙ୍କୁ ଅସୁବିଧା ହେଉଛି। ଏହି ସମୟରେ କେରଳର ୧୧ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଛତ୍ରପତି ଶିବାଜୀ ଟର୍ମିନାଲ ନିକଟ ରାସ୍ତାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ମୁମ୍ବାଇକୁ ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଥାନେ, ମୁମ୍ବାଇ, ରାୟଗଡ଼, ରତ୍ନଗିରି ଏବଂ ସିନ୍ଧୁଦୁର୍ଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। VIDEO | Mumbai: Heavy rain lashes parts of the city, Andheri Subway waterlogged after heavy showers.#mumbairain(Full video available on PTI Videos- https://t.co/dv5TRARJn4) pic

ମୁମ୍ବାଇକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: ପ୍ରବଳ ବର୍ଷାରେ ଲୋକେ ଜଳବନ୍ଦୀ, ଟ୍ରେନ-ବିମାନ ସେବା ପ୍ରଭାବିତ

ମୁମ୍ବାଇ: ମହାରାଷ୍ଟ୍ରରେ ମୌସୁମୀ ଛୁଇଁବା ପରେ ମୁମ୍ବାଇରେ ତାଣ୍ଡବ ରଚିଛି ବର୍ଷା। ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଟ୍ରେନ୍ ଏବଂ ବିମାନ ସେବା ସାମାନ୍ୟ ପ୍ରଭାବିତ ହୋଇଛି। ରାସ୍ତା ଏବଂ ରେଳପଥ ଜଳବନ୍ଦୀ ରହିଛି। ଏହି କାରଣରୁ ଟ୍ରେନ ସମୟସାରଣୀ ବିଳମ୍ବିତ ହୋଇଛି। ଗତ ସପ୍ତାହରୁ ସହରରେ ପ୍ରବଳ ବର୍ଷା ହେଉଛି। ଏହି ସପ୍ତାହରେ ମଧ୍ୟ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। 

ସୋମବାର ମୁମ୍ବାଇ ପାଇଁ ଆଇଏମଡି ଅରେଞ୍ଜ ଆଲର୍ଟ ଜାରି କରିଛି। ସକାଳ ଠାରୁ ସହରର ଅନେକ ସ୍ଥାନରେ ବର୍ଷା ହେଉଛି, ଯାହା ଫଳରେ ଯାତ୍ରୀମାନଙ୍କୁ ଅସୁବିଧା ହେଉଛି। ଏହି ସମୟରେ କେରଳର ୧୧ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। 

ଲଗାଣ ବର୍ଷା ଯୋଗୁଁ ଛତ୍ରପତି ଶିବାଜୀ ଟର୍ମିନାଲ ନିକଟ ରାସ୍ତାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ମୁମ୍ବାଇକୁ ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଥାନେ, ମୁମ୍ବାଇ, ରାୟଗଡ଼, ରତ୍ନଗିରି ଏବଂ ସିନ୍ଧୁଦୁର୍ଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

ରବିବାର ମହାରାଷ୍ଟ୍ରରେ ମୌସୁମୀ ପ୍ରବେଶ କରିଛି। ଚଳିତ ବର୍ଷ ମୌସୁମୀ ଧାର୍ଯ୍ୟ ସମୟର ୧୦ ଦିନ ପୂର୍ବରୁ ରାଜ୍ୟରେ ପହଞ୍ଚିଛି। ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ୨୦୧୧ ପରଠାରୁ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ମହାରାଷ୍ଟ୍ରରେ ଏତେ ଶୀଘ୍ର ମୌସୁମୀ ପହଞ୍ଚିଛି। ଆଗାମୀ ୩ ରୁ ୪ ଦିନ ମଧ୍ୟରେ ମୁମ୍ବାଇରେ ପ୍ରବେଶ କରିପାରେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହା ପୂର୍ବରୁ, ୧୯୯୦ରେ ୨୦ ମେରେ ମୌସୁମୀ ମହାରାଷ୍ଟ୍ର ଛୁଇଁଥିଲା।