ଭାରତ- ଇଂଲଣ୍ଡ ଦିନିକିଆ ମ୍ୟାଚ୍ର ଟିକେଟ ବ୍ଲାକ୍ ଘଟଣା, ୭ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ
କଟକ: ବାରବାଟୀରେ ହେବାକୁ ଥିବା ଇଣ୍ଡିଆ ବନାମ ଇଂଲଣ୍ଡ ମ୍ୟାଚ୍ର ଟିକେଟ ବ୍ଲାକ ଘଟଣାରେ ମୋଟ ୭ ଜଣଙ୍କୁ ଗିରଫ କରିଛି କଟକ କମିଶନରେଟ୍ ପୋଲିସ। ଦରଘା ବଜାର ଓ କ୍ୟାନ୍ଟନ୍ ମେଣ୍ଟ ଥାନାରେ ରୁଜୁ ୪ଟି ମାମଲାର ତଦନ୍ତକ୍ରମେ ଟିକେଟ ବିକ୍ରି କରୁଥିବାବେଳେ ୭ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ୩୦ ହଜାର ଟଙ୍କା ଓ ୨୫ ଟି ଟିକେଟ ମଧ୍ୟ ଜବତ୍ କରାଯାଇଛି। ଏହା ସହ ସୋସିଆଲ ମିଡିଆରେ ଟିକେଟ ବ୍ଲାକ କରାଯାଉଥିବା ଘଟଣା ଉପରେ ମଧ୍ୟ ସାଇବର ଥାନା ପୋଲିସ ନଜର ରଖିଛି। ଘଟଣାକୁ ନେଇ କଟକ ଡିସିପି ଜଗମୋହନ ମୀନା କହିଛନ୍ତି, ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ବିନା ଟିକେଟ ଖେଳ ସମୟରେ ପଡ଼ିଆରେ ପ୍ରବେଶ କରିଥିବା କିମ୍ବା ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ।
କଟକ: ବାରବାଟୀରେ ହେବାକୁ ଥିବା ଇଣ୍ଡିଆ ବନାମ ଇଂଲଣ୍ଡ ମ୍ୟାଚ୍ର ଟିକେଟ ବ୍ଲାକ ଘଟଣାରେ ମୋଟ ୭ ଜଣଙ୍କୁ ଗିରଫ କରିଛି କଟକ କମିଶନରେଟ୍ ପୋଲିସ। ଦରଘା ବଜାର ଓ କ୍ୟାନ୍ଟନ୍ ମେଣ୍ଟ ଥାନାରେ ରୁଜୁ ୪ଟି ମାମଲାର ତଦନ୍ତକ୍ରମେ ଟିକେଟ ବିକ୍ରି କରୁଥିବାବେଳେ ୭ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ୩୦ ହଜାର ଟଙ୍କା ଓ ୨୫ ଟି ଟିକେଟ ମଧ୍ୟ ଜବତ୍ କରାଯାଇଛି। ଏହା ସହ ସୋସିଆଲ ମିଡିଆରେ ଟିକେଟ ବ୍ଲାକ କରାଯାଉଥିବା ଘଟଣା ଉପରେ ମଧ୍ୟ ସାଇବର ଥାନା ପୋଲିସ ନଜର ରଖିଛି।
ଘଟଣାକୁ ନେଇ କଟକ ଡିସିପି ଜଗମୋହନ ମୀନା କହିଛନ୍ତି, ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ବିନା ଟିକେଟ ଖେଳ ସମୟରେ ପଡ଼ିଆରେ ପ୍ରବେଶ କରିଥିବା କିମ୍ବା ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ।