କୋଲକାତା କାଣ୍ଡ: ପୀଡିତାଙ୍କ ବାପା ଆଣିଲେ ବଡ଼ ଅଭିଯୋଗ, କହିଲେ ଆମକୁ ଟଙ୍କା ଦେଇ…

କୋଲକାତା,୫।୯: କୋଲକାତାର ଆର୍‌.ଜି କର ବଳାତ୍କାର ଏବଂ ହତ୍ୟା ମାମଲାର ପୀଡିତାଙ୍କ ମାତାପିତା ପୋଲିସର ମନୋଭାବକୁ ନେଇ ପ୍ରଥମ ଥର ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ପୀଡିତାଙ୍କ ମାତାପିତା କହିଛନ୍ତି ଯେ କୋଲକାତା ପୋଲିସର ଡିସି ନର୍ଥ ସେମାନଙ୍କୁ ଟଙ୍କା ଦେବାକୁ ଚେଷ୍ଟା କରିଥିଲା। ଆମେ ମନା କରିଦେଲୁ। ଯେତେବେଳେ କି ଡିସି ସେଣ୍ଟ୍ରାଲ ଏହି ପ୍ରସଙ୍ଗରେ ପ୍ରତିଦିନ ମିଛ କହୁଛନ୍ତି । କିଏ ଆମକୁ ଉତ୍ତର ଦେବ? ଏହି ସମୟରେ ପୀଡିତାଙ୍କ ଦାଦା କହିଛନ୍ତି ସେମାନେ […] The post କୋଲକାତା କାଣ୍ଡ: ପୀଡିତାଙ୍କ ବାପା ଆଣିଲେ ବଡ଼ ଅଭିଯୋଗ, କହିଲେ ଆମକୁ ଟଙ୍କା ଦେଇ… appeared first on Dharitri Odia News.

କୋଲକାତା କାଣ୍ଡ: ପୀଡିତାଙ୍କ ବାପା ଆଣିଲେ ବଡ଼ ଅଭିଯୋଗ, କହିଲେ ଆମକୁ ଟଙ୍କା ଦେଇ…

କୋଲକାତା,୫।୯: କୋଲକାତାର ଆର୍‌.ଜି କର ବଳାତ୍କାର ଏବଂ ହତ୍ୟା ମାମଲାର ପୀଡିତାଙ୍କ ମାତାପିତା ପୋଲିସର ମନୋଭାବକୁ ନେଇ ପ୍ରଥମ ଥର ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ପୀଡିତାଙ୍କ ମାତାପିତା କହିଛନ୍ତି ଯେ କୋଲକାତା ପୋଲିସର ଡିସି ନର୍ଥ ସେମାନଙ୍କୁ ଟଙ୍କା ଦେବାକୁ ଚେଷ୍ଟା କରିଥିଲା। ଆମେ ମନା କରିଦେଲୁ। ଯେତେବେଳେ କି ଡିସି ସେଣ୍ଟ୍ରାଲ ଏହି ପ୍ରସଙ୍ଗରେ ପ୍ରତିଦିନ ମିଛ କହୁଛନ୍ତି । କିଏ ଆମକୁ ଉତ୍ତର ଦେବ? ଏହି ସମୟରେ ପୀଡିତାଙ୍କ ଦାଦା କହିଛନ୍ତି ସେମାନେ ଆମକୁ ଧଳା କାଗଜରେ ସାଇନ କରିବାକୁ କହିଥିଲେ, କିନ୍ତୁ ଆମେ ମନା କରିଥିଲୁ। କାଗଜପତ୍ର ଚିରିଦେଇଥିଲୁ। କୋଲକାତାର ଆର୍‌.ଜି କାଣ୍ଡ ପ୍ରାୟ ଏକ ମାସ ବିତିଗଲାଣି, କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଠୋସ ତଥ୍ୟ ପ୍ରକାଶ କରାଯାଇ ନାହିଁ।

ପୀଡିତାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ଏହି ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛି। ଆମେ ଚାହୁଁଥିଲୁ ସେ ଡାକ୍ତର ହୁଅନ୍ତୁ। ଆମର ଅନେକ ପ୍ରଶ୍ନ ଅଛି । ସକାଳ ୧୧ଟାରେ ସେମାନେ ମୋତେ କହିଥିଲେ ଯେ ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ଦେଖିବା ପାଇଁ ଆମକୁ ୩ ଘଣ୍ଟା ଲାଗିଗଲା। ଆମେ ତାଙ୍କୁ ଦେଖିବା ପାଇଁ ପୋଲିସକୁ ଅନୁରୋଧ କରିଥିଲୁ। ପୋଷ୍ଟମର୍ଟମ ପରିଚାଳନାରେ କାହିଁକି ବିଳମ୍ବ ହେଲା? ପୀଡିତାଙ୍କ ବାପା କହିଛନ୍ତି ଯେ ୬.୪୦ ରୁ ସା ୭ ଟା ପର୍ଯ୍ୟନ୍ତ ଏଫ୍‌ଆଇଆର ଦାଖଲ କରିଛି, ସେ କାହିଁକି ବିଳମ୍ବରେ ଏଫ୍‌ଆଇଆର ଦାଖଲ କଲେ? ସେମାନେ କାହିଁକି ଅସ୍ବାଭାବିକ ମୃତ୍ୟୁ ପଞ୍ଜିକରଣ କଲେ?

ପୀଡିତାଙ୍କ ବାପା କହିଛନ୍ତି, ଆମେ ୧୨ରୁ ୭ଟା ପର୍ଯ୍ୟନ୍ତ ସେଠାରେ ଥିଲୁ, କିନ୍ତୁ ଆମ ସହ କେହି କଥା ହୋଇନଥିଲେ। ଆମେ ଘରକୁ ଫେରିଯାଇଥିଲୁ। ସେଠାରେ ୪୦୦ ପୋଲିସ କର୍ମଚାରୀ ଥିଲେ। ଆମକୁ ମୃତଦେହକୁ ରଖିବାକୁ ଚାହୁଁଥିଲୁ ହେଲେ ଏହାକୁ ଶୀଘ୍ର ଶୀଘ୍ର ସତ୍କାର କରିଦିଆଯାଇଥିଲା।

The post କୋଲକାତା କାଣ୍ଡ: ପୀଡିତାଙ୍କ ବାପା ଆଣିଲେ ବଡ଼ ଅଭିଯୋଗ, କହିଲେ ଆମକୁ ଟଙ୍କା ଦେଇ… appeared first on Dharitri Odia News.