ପୃଥକ ଦୁର୍ଘଟଣାରେ ୬ ମୃତ: ମେଳା ଦେଖି ଫେରିବା ବେଳେ ତିନି ବନ୍ଧୁଙ୍କ ମୃତ୍ୟୁ
କୁଆଁରମୁଣ୍ଡା(ମହେନ୍ଦ୍ର କୁମାର ସାହୁ)/କରଞ୍ଜିଆ,୨।୩: ସୁନ୍ଦରଗଡ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଚୁଙ୍ଗିଗେଟ ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ଶନିବାର ଅଜଣା ଗାଡ଼ି ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଜଲଙ୍ଗବିରା ଗ୍ରାମ ଘାସିଟୋଲାର ଦିଲ୍ଲୀପ ସନମତି(୨୪),ସହରାଇ ଲାକ୍ରା(୨୦) ଓ ଟୁଙ୍ଗୁରିଟୋଲିର ଅଞ୍ଜଳି କୁସୁମା(୧୪)। ମିଳିଥିବା ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ସାଢେ଼ ୧୧ଟା ବେଳେ ବାଇକ୍ ରେ ମୃତକ ୩ ଜଣ ବେଦବ୍ୟାସ ମେଳା ଦେଖି ଜଲଙ୍ଗବିରାସ୍ଥିତ ନିଜ […] The post ପୃଥକ ଦୁର୍ଘଟଣାରେ ୬ ମୃତ: ମେଳା ଦେଖି ଫେରିବା ବେଳେ ତିନି ବନ୍ଧୁଙ୍କ ମୃତ୍ୟୁ appeared first on Dharitri Odia News.
କୁଆଁରମୁଣ୍ଡା(ମହେନ୍ଦ୍ର କୁମାର ସାହୁ)/କରଞ୍ଜିଆ,୨।୩: ସୁନ୍ଦରଗଡ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଚୁଙ୍ଗିଗେଟ ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ଶନିବାର ଅଜଣା ଗାଡ଼ି ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଜଲଙ୍ଗବିରା ଗ୍ରାମ ଘାସିଟୋଲାର ଦିଲ୍ଲୀପ ସନମତି(୨୪),ସହରାଇ ଲାକ୍ରା(୨୦) ଓ ଟୁଙ୍ଗୁରିଟୋଲିର ଅଞ୍ଜଳି କୁସୁମା(୧୪)।
ମିଳିଥିବା ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ସାଢେ଼ ୧୧ଟା ବେଳେ ବାଇକ୍ ରେ ମୃତକ ୩ ଜଣ ବେଦବ୍ୟାସ ମେଳା ଦେଖି ଜଲଙ୍ଗବିରାସ୍ଥିତ ନିଜ ନିଜ ଘରକୁ ଫେରୁଥିଲେ। ହେଲେ ଘରଠୁ ଅଳ୍ପ ଦୂର ୧୪୩ ନମ୍ବର ଜାତୀୟ ରାଜପଥର ଚୁଙ୍ଗିଗେଟ ନିକଟରେ ଏକ ଅଜଣା ଗାଡ଼ି ସମ୍ମୁଖରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।
ଠିକ୍ ସେହି ସମୟରେ କୁଆଁରମୁଣ୍ଡାରୁ ବୀରମିତ୍ରପୁରକୁ ଫେରୁଥିବା ଆଇଆଇସି ନାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ୩ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଜ ଗାଡିରେ ନେଇଥିଲେ। ହେଲେ ସେଠାରେ ଦିଲ୍ଲୀପ ଓ ସହରାଇଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଅଞ୍ଜଳୀଙ୍କର ମୃତ୍ୟୁ ହୋଇଥିଲା।
ରବିବାର ୩ ଜଣଙ୍କର ଶବ ବ୍ୟବଚ୍ଛେଦ ପାନପୋଷରେ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଆଇଆଇସି ନାଗ କହିଛନ୍ତି। ଏ ନେଇ ଏକ ମାମଲା(୭୨/୨୫) ରୁଜୁ କରି ଥାନାଧିକାରୀ ରାମପ୍ରସାଦ ନାଗ ଘଟଣାର ତଦନ୍ତ ଜାରି ରଖିଛନ୍ତି।
ସେପଟେ ମୟୁରଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ-ସିଙ୍ଗଡ଼ା ରାସ୍ତା ମହାଦେବଶାଳ ନିକଟରେ ଦୁଇ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣ ମୃତ୍ୟୁ ବରଣ କରିଛନ୍ତି। ଘଟଣାସ୍ଥଳରେ ଦୁଇଜଣ ଓ କରଞ୍ଜିଆ ମେଡିକାଲରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
The post ପୃଥକ ଦୁର୍ଘଟଣାରେ ୬ ମୃତ: ମେଳା ଦେଖି ଫେରିବା ବେଳେ ତିନି ବନ୍ଧୁଙ୍କ ମୃତ୍ୟୁ appeared first on Dharitri Odia News.