କୋଲକାତା: ଡାକ୍ତରଙ୍କ ସହ ହୋଇ ନାହିଁ ଗଣ ଦୁଷ୍କର୍ମ, ଜାଣନ୍ତୁ CBI ଯାଞ୍ଚରୁ ଆଉ ଜଣା ପଡିଲା କ’ଣ?
କୋଲକାତା: ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କୋଲକାତାର ୩୧ ବର୍ଷ ବୟଷ୍କା ଟ୍ରେନି ଡାକ୍ତର ହତ୍ୟା ମାମଲାରେ ସିବିଆଇ ଦ୍ୱାରା କରାଯାଇଥିବା ଏପର୍ଯ୍ୟନ୍ତ ଯାଞ୍ଚରୁ ଏହା ଜଣା ପଡିଛି ଯେ ତାଙ୍କ ସହ ଗଣ ଦୁଷ୍କର୍ମ ହୋଇ ନାହିଁ। ଯାଞ୍ଚ ଅନୁସାରେ ସଞ୍ଜୟ ରାୟ ଜଣେ ସିଟିଜେନ ଭଲ୍ୟୁଣ୍ଟିୟର ଯାହାକୁ ଅଗଷ୍ଟ ୯ ତାରିଖ ଦିନ ଆରଜିକର ମେଡିକାଲ କଲେଜ ହସ୍ପିଟାଲରେ ହୋଇଥିବା ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ଗିରଫ କରାଯାଇଥିଲା ସେହିଁ ଏହି କାଣ୍ଡର ଏକମାତ୍ର ଅଭିଯୁକ୍ତ। ଫରେନସିକ୍ ରିପୋର୍ଟରୁ ଡାକ୍ତରଙ୍କ ସହିତ ଦୁଷ୍କର୍ମ ହୋଇଥିବା ଓ ତାଙ୍କର ହତ୍ୟା କୋଲକାତା ପୋଲିସ ସହ ସମ୍ବଦ୍ଧିତ ଜଣେ ସିଟିଜେନ ଭଲ୍ୟୁଣ୍ଟିୟର ରାୟ ହିଁ କରିଥିବା ଜଣାପଡିଛି। ସେହିପରି ଡିଏନଏ ରିପୋର୍ଟରୁ କଥିତ ମାମଲାରେ ଜଣେମାତ୍ର ବ୍ୟକ୍ତି ସମ୍ପୃକ୍ତ ଥିବାର ପୁଷ୍ଟି ହୋଇଛି। ଗଣ ଦୁଷ୍କର୍ମ ସମ୍ଭାବନାର ପ୍ରାରମ୍ଭିକ ସିଦ୍ଧାନ୍ତ ଓ ଅଭିଯୋଗ ତଥା ଅପରାଧ ଯାଞ୍ଚରେ ଅଭିଯୋଗ ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ। ସଞ୍ଜୟ ରାୟକୁ ଅଗଷ୍ଟ ୧୦ ତାରିଖ ଦିନ ଗିରଫ କରାଯାଇଥିଲା, ଏହାର ଦିନକ ପୂର୍ବରୁ ହସ୍ପିଟାଲର ସେମିନାର ହଲରୁ ଟ୍ରେନି ଡାକ୍ତରଙ୍କ ଅର୍ଦ୍ଧନଗ୍ନ ଶବ ମିଳିଥିଲା। ସୂଚନା ଅନୁସାରେ ସିବିଆଇ ସିସିଟିଭି ଫୁଟେଜର ମଧ୍ୟ ଯାଞ୍ଚ କରିଛି। ଯେଉଁଥିରେ ରାୟକୁ ହସ୍ପିଟାଲ ବିଲ୍ଡିଂରେ ପ୍ରବେଶ କରୁଥିବାର ଦେଖାଯାଇଛି, ଯେଉଁଠି ଡାକ୍ତରଙ୍କ ହତ୍ୟା ହୋଇଥିଲା। ରାୟ ଯାହାର ହସ୍ପିଟ
କୋଲକାତା: ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କୋଲକାତାର ୩୧ ବର୍ଷ ବୟଷ୍କା ଟ୍ରେନି ଡାକ୍ତର ହତ୍ୟା ମାମଲାରେ ସିବିଆଇ ଦ୍ୱାରା କରାଯାଇଥିବା ଏପର୍ଯ୍ୟନ୍ତ ଯାଞ୍ଚରୁ ଏହା ଜଣା ପଡିଛି ଯେ ତାଙ୍କ ସହ ଗଣ ଦୁଷ୍କର୍ମ ହୋଇ ନାହିଁ। ଯାଞ୍ଚ ଅନୁସାରେ ସଞ୍ଜୟ ରାୟ ଜଣେ ସିଟିଜେନ ଭଲ୍ୟୁଣ୍ଟିୟର ଯାହାକୁ ଅଗଷ୍ଟ ୯ ତାରିଖ ଦିନ ଆରଜିକର ମେଡିକାଲ କଲେଜ ହସ୍ପିଟାଲରେ ହୋଇଥିବା ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ଗିରଫ କରାଯାଇଥିଲା ସେହିଁ ଏହି କାଣ୍ଡର ଏକମାତ୍ର ଅଭିଯୁକ୍ତ।
ଫରେନସିକ୍ ରିପୋର୍ଟରୁ ଡାକ୍ତରଙ୍କ ସହିତ ଦୁଷ୍କର୍ମ ହୋଇଥିବା ଓ ତାଙ୍କର ହତ୍ୟା କୋଲକାତା ପୋଲିସ ସହ ସମ୍ବଦ୍ଧିତ ଜଣେ ସିଟିଜେନ ଭଲ୍ୟୁଣ୍ଟିୟର ରାୟ ହିଁ କରିଥିବା ଜଣାପଡିଛି। ସେହିପରି ଡିଏନଏ ରିପୋର୍ଟରୁ କଥିତ ମାମଲାରେ ଜଣେମାତ୍ର ବ୍ୟକ୍ତି ସମ୍ପୃକ୍ତ ଥିବାର ପୁଷ୍ଟି ହୋଇଛି। ଗଣ ଦୁଷ୍କର୍ମ ସମ୍ଭାବନାର ପ୍ରାରମ୍ଭିକ ସିଦ୍ଧାନ୍ତ ଓ ଅଭିଯୋଗ ତଥା ଅପରାଧ ଯାଞ୍ଚରେ ଅଭିଯୋଗ ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ। ସଞ୍ଜୟ ରାୟକୁ ଅଗଷ୍ଟ ୧୦ ତାରିଖ ଦିନ ଗିରଫ କରାଯାଇଥିଲା, ଏହାର ଦିନକ ପୂର୍ବରୁ ହସ୍ପିଟାଲର ସେମିନାର ହଲରୁ ଟ୍ରେନି ଡାକ୍ତରଙ୍କ ଅର୍ଦ୍ଧନଗ୍ନ ଶବ ମିଳିଥିଲା।
ସୂଚନା ଅନୁସାରେ ସିବିଆଇ ସିସିଟିଭି ଫୁଟେଜର ମଧ୍ୟ ଯାଞ୍ଚ କରିଛି। ଯେଉଁଥିରେ ରାୟକୁ ହସ୍ପିଟାଲ ବିଲ୍ଡିଂରେ ପ୍ରବେଶ କରୁଥିବାର ଦେଖାଯାଇଛି, ଯେଉଁଠି ଡାକ୍ତରଙ୍କ ହତ୍ୟା ହୋଇଥିଲା। ରାୟ ଯାହାର ହସ୍ପିଟାଲ ସବୁ ବିଭାଗକୁ ପ୍ରବେଶ ଥିଲା, ଅପରାଧ ସ୍ଥଳରୁ ତାର ବ୍ଲୁଟୁଥ ହେଡସେଟ୍ ମିଳିବା ପରେ ପୋଲିସ ତାକୁ ଗିରଫ କରିଥିଲା। ତେବେ ସିବିଆଇ ମାମଲାରେ ଅନ୍ୟ ଲୋକଙ୍କ ସମ୍ପୃକ୍ତି ନେଇ ତାଙ୍କର ତଦନ୍ତ ପୁରା କରି ନାହାନ୍ତି। ଏଜେନ୍ସୀ ଫରେନସିକ୍ ରିପୋର୍ଟକୁ ଚୂଡ଼ାନ୍ତ ରାୟ ନିମନ୍ତେ ସ୍ୱତନ୍ତ୍ର ବିଶେଷଜ୍ଞଙ୍କ ନିକଟକୁ ପଠାଇବାର ସମ୍ଭାବନା ରହିଛି।