ହ୍ୟାରି ବ୍ରୁକ୍‌ଙ୍କ ରିପ୍ଲେସ୍‌ମେଣ୍ଟ ଘୋଷଣା କଲା ଇଂଲଣ୍ଡ

ନୂଆଦିଲ୍ଲୀ,୨୧।୧: ଜାନୁଆରୀ ୩୫ରୁ ଭାରତ ବିପକ୍ଷ ୫ ଟେଷ୍ଟ ସିରିଜ ପାଇଁ ହ୍ୟାରି ବ୍ରୁକ୍‌ଙ୍କ ରିପ୍ଲେସ୍‌ମେଣ୍ଟ ଘୋଷଣା କରିଛି। ଭାରତ ବିପକ୍ଷ ସିରିଜରେ ହ୍ୟାରି ବ୍ରୁକଙ୍କ ସ୍ଥାନରେ ଡାନିଏଲ ଉଇଲିୟମ ଲରେନ୍ସ ବର୍ତ୍ତମାନ ଦଳର ଏକ ଅଂଶ ହେବେ। ବ୍ୟକ୍ତିଗତ କାରଣରୁ ସିରିଜ ଆରମ୍ଭ ପୂର୍ବରୁ ମଧ୍ୟ ହ୍ୟାରି ବ୍ରୁକ ଇଂଲଣ୍ଡ ଫେରିଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲରେନ୍ସ ଭାରତରେ ପହଞ୍ଚି ଦଳରେ ଯୋଗଦେବେ ବୋଲି ଇସିବି ଘୋଷଣା କରିଛି। ସିରିଜରୁ ବାହାରିବା ପରେ ତୁରନ୍ତ […] The post ହ୍ୟାରି ବ୍ରୁକ୍‌ଙ୍କ ରିପ୍ଲେସ୍‌ମେଣ୍ଟ ଘୋଷଣା କଲା ଇଂଲଣ୍ଡ appeared first on Dharitri Odia News.

ହ୍ୟାରି ବ୍ରୁକ୍‌ଙ୍କ ରିପ୍ଲେସ୍‌ମେଣ୍ଟ ଘୋଷଣା କଲା ଇଂଲଣ୍ଡ

ନୂଆଦିଲ୍ଲୀ,୨୧।୧: ଜାନୁଆରୀ ୩୫ରୁ ଭାରତ ବିପକ୍ଷ ୫ ଟେଷ୍ଟ ସିରିଜ ପାଇଁ ହ୍ୟାରି ବ୍ରୁକ୍‌ଙ୍କ ରିପ୍ଲେସ୍‌ମେଣ୍ଟ ଘୋଷଣା କରିଛି। ଭାରତ ବିପକ୍ଷ ସିରିଜରେ ହ୍ୟାରି ବ୍ରୁକଙ୍କ ସ୍ଥାନରେ ଡାନିଏଲ ଉଇଲିୟମ ଲରେନ୍ସ ବର୍ତ୍ତମାନ ଦଳର ଏକ ଅଂଶ ହେବେ। ବ୍ୟକ୍ତିଗତ କାରଣରୁ ସିରିଜ ଆରମ୍ଭ ପୂର୍ବରୁ ମଧ୍ୟ ହ୍ୟାରି ବ୍ରୁକ ଇଂଲଣ୍ଡ ଫେରିଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲରେନ୍ସ ଭାରତରେ ପହଞ୍ଚି ଦଳରେ ଯୋଗଦେବେ ବୋଲି ଇସିବି ଘୋଷଣା କରିଛି।
ସିରିଜରୁ ବାହାରିବା ପରେ ତୁରନ୍ତ ହ୍ୟାରି ବ୍ରୁକଙ୍କ ରିପ୍ଲେସ୍‌ମେଣ୍ଟ ଇସିବି ଘୋଷଣା କରିଛି। ଇସିବି ଏକ ବିବୃତ୍ତି ଜାରି କରି କହିଛି ଯେ ଭାରତ ବିପକ୍ଷ ସିରିଜ ପାଇଁ ଲରେନ୍ସ ଇଂଲଣ୍ଡ ଦଳରେ ଯୋଗଦେବେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲରେନ୍ସ ଦଳରେ ଯୋଗଦେବେ।
ଏହାପୂର୍ବରୁ ହ୍ୟାରି ବ୍ରୁକ ଭାରତ ଗସ୍ତରୁ ବାହାରିବା ବିଷୟରେ ଇସିବି ସୂଚନା ଦେଇଥିଲା।
ଦ୍ୱିତୀୟ ଥର ଯେ ଲରେନ୍ସଙ୍କୁ ଭାରତ ଗସ୍ତ କରିବାର ସୁଯୋଗ ମିଳିଛି। ୨୦୨୧ରେ ଲରେନ୍ସ ଭାରତ ବିପକ୍ଷରେ ଟେଷ୍ଟ ସିରିଜର ଅଂଶ ହୋଇଥିଲେ। ଅହମ୍ମଦାବାଦରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଲରେନ୍ସ ଇଂଲଣ୍ଡ ପାଇଁ ଚମତ୍କାର ବ୍ୟାଟିଂ କରିଥିଲେ।ୟର ସାମ୍ନା କରିବାକୁ ପଡିଥିଲା।

The post ହ୍ୟାରି ବ୍ରୁକ୍‌ଙ୍କ ରିପ୍ଲେସ୍‌ମେଣ୍ଟ ଘୋଷଣା କଲା ଇଂଲଣ୍ଡ appeared first on Dharitri Odia News.