ସୁଭଦ୍ରା ଯୋଜନା ଫର୍ମ ପକାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ପ୍ରତିବାଦ କରିବାରୁ ଆକ୍ରମଣ

ଭଦ୍ରକ : ସୁଭଦ୍ରା ଯୋଜନା ଘୋଷଣା ହେବା ପରଠୁ ମହିଳା ମାନଙ୍କର ଖୁସି କହିଲେ ନସରେ । ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଧାଉଛନ୍ତି ନିକଟସ୍ଥ ଜନ ସେବା କେନ୍ଦ୍ର। ଆଉ ଏହି ଜନସେବା କେନ୍ଦ୍ରରେ ପ୍ରବଳ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ପୂର୍ବରୁ ଆମେ ଆପଣଙ୍କୁ ଦେଖାଇ ସାରିଛୁ ଯେ କେଉଁଭଳି ଜନସେବା କେନ୍ଦ୍ରରେ ଲୋକମାନେ ରାତି ଅଧରୁ ଜୋତା ଥୋଇ ଲାଇନ୍ ଲଗାଇଥାଆନ୍ତି । କିନ୍ତୁ ଏବେ ସେହି ସ୍ଥିତି ଦେଖିବାକୁ […] The post ସୁଭଦ୍ରା ଯୋଜନା ଫର୍ମ ପକାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ପ୍ରତିବାଦ କରିବାରୁ ଆକ୍ରମଣ appeared first on KNews Odisha.

ସୁଭଦ୍ରା ଯୋଜନା ଫର୍ମ ପକାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ପ୍ରତିବାଦ କରିବାରୁ ଆକ୍ରମଣ

ଭଦ୍ରକ : ସୁଭଦ୍ରା ଯୋଜନା ଘୋଷଣା ହେବା ପରଠୁ ମହିଳା ମାନଙ୍କର ଖୁସି କହିଲେ ନସରେ । ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଧାଉଛନ୍ତି ନିକଟସ୍ଥ ଜନ ସେବା କେନ୍ଦ୍ର। ଆଉ ଏହି ଜନସେବା କେନ୍ଦ୍ରରେ ପ୍ରବଳ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ପୂର୍ବରୁ ଆମେ ଆପଣଙ୍କୁ ଦେଖାଇ ସାରିଛୁ ଯେ କେଉଁଭଳି ଜନସେବା କେନ୍ଦ୍ରରେ ଲୋକମାନେ ରାତି ଅଧରୁ ଜୋତା ଥୋଇ ଲାଇନ୍ ଲଗାଇଥାଆନ୍ତି । କିନ୍ତୁ ଏବେ ସେହି ସ୍ଥିତି ଦେଖିବାକୁ ମିଳୁନି ସତ ଦିନକୁ ଦିନ ଜନସେବା କେନ୍ଦ୍ର ମାନଙ୍କର ଦୌରାତ୍ମ୍ୟ ବଢ଼ୁଥିବା ନେଇ ଅଭିଯୋଗ ଆସିଛି ।

ସରକାରଙ୍କ ଦ୍ବାରା ଘୋଷିତ ସୁଭଦ୍ରା ଯୋଜନା ସମ୍ପୂର୍ଣ୍ଣ ଦେୟ ମୁକ୍ତ ଏକଥା ସମସ୍ତେ ଜାଣନ୍ତି । ଏହି ଯୋଜନାରେ ଆବେଦନ କରିବା ପାଇଁ କାହାକୁ ଟଙ୍କାଟିଏ ବି ଦେବାକୁ ପଡ଼ିବନି । ଆବେଦନ ପ୍ରକିୟା ସମୟରେ କେହି ମଧ୍ୟ ଟଙ୍କା ଆଦାୟ କରି ପାରିବେ ନାହିଁ ବୋଲି ରାଜ୍ୟ ସରକାର କଡା ନିର୍ଦେଶ ଦେବା ସତ୍ୱେ କିଛି ଅସାଧୁ ଜନସେବା କେନ୍ଦ୍ରର ଅଧିକାରୀ ନାଁରେ ଆସିଛି ଅଭିଯୋଗ । ଖାଲି ଏତିକି ନୁହେଁ ଅଭିଯୋଗ କଲେ ଜନ ସେବା କେନ୍ଦ୍ରର ଅଧିକାରୀ ମାନେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଧାମରା ଥାନା ଅଧିନସ୍ଥ କଇଥକୋଲାରେ ଥିବା ଶ୍ରୀକୃଷ୍ଣ ଡିଜିଟାଲ ସେବା କେନ୍ଦ୍ର ନାଁ ରେ ।

ଏହି କେନ୍ଦ୍ର ରେ ପ୍ରତେକ ଦିନ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ୨୦୦ରୁ ଅଧିକ ଟଙ୍କା ଆଦାୟ ହେଉଥିବା ଖବର ପାଇ ଭଦ୍ରକ ଜିଲ୍ଲା ବିଜେପି ସଂଖ୍ୟାଲଘୁ ଜିଲ୍ଲା ସାଧାରଣ ସମ୍ପାଦକ ଅବଦୁଲ ଅହେଦ ଖାନ ଏ ବିଷୟରେ ସମ୍ପୃକ୍ତ ଡିଜିଟାଲ ସେବା କେନ୍ଦ୍ର ଅଧିକାରୀ ଙ୍କୁ ପଚାରି ଥିଲେ ।ତେବେ ଡିଜିଟାଲ ସେବା କେନ୍ଦ୍ର ଅଧିକାରି ଭାଗିରଥ ମଣ୍ଡଳ ଏବଂ ତାଙ୍କର କିଛି ସହଯୋଗୀ ଏଥିରେ ଉତକ୍ଷିପ୍ତ ହୋଇ ଅବଦୁଲ ଖାନଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

ଗରୁତର ଆହତ ହେବା ପରେ ଅବଦୁଲ ଖାନ ପ୍ରଥମେ ଭଦ୍ରକ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯଇଥିଲା। ଏ ନେଇ ଧାମରା ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହେବାକୁ ୪ଦିନ ବିତି ଯାଇଥିଲେ ମଧ୍ୟ ଧାମରା ଥାନା ଅଧିକାରୀଙ୍କ କାର୍ଯ୍ୟନୁଷ୍ଠାନ ବିଳମ୍ବ ହେବାରୁ ଅବଦୁଲ ଅହେଦ ଖାନ ନ୍ୟାୟ ପାଇଁ ଭଦ୍ରକ ଜିଲ୍ଲା ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ସେ ଦାଵି କରିଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ତୋରିତ ପଦକ୍ଷେପ ନେବାକୁ ଧାମରା ଥାନା ଅଧିକାରୀ ଙ୍କୁ ଅତିରିକ୍ତ ଏସପି ନିର୍ଦେଶ ଦେଇଥିବା ସଳଚା ରହିଛି ।

 

The post ସୁଭଦ୍ରା ଯୋଜନା ଫର୍ମ ପକାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ପ୍ରତିବାଦ କରିବାରୁ ଆକ୍ରମଣ appeared first on KNews Odisha.