ବ୍ଲକ ସ୍ତରୀୟ ଆଇନ ସଚେତନତା ସଭା, ମହିଳା ସୁରକ୍ଷା ଆଇନ, ଅଧିକାର ଉପରେ ଆଲୋଚନା
ଦିଗପହଣ୍ଡି,୧୨।୨(ଅଶେଷ ନାଥ ମିଶ୍ର): ରାଜ୍ୟ ମହିଳା କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଗଞ୍ଜାମ ଜିଲା ସମାଜ ମଙ୍ଗଳ କାର୍ଯ୍ଯାଳୟ ସହଯୋଗରେ ଦିଗପହଣ୍ଡି ପୁଞ୍ଜିକୟାଁ ଛକ ସ୍ଥିତ ନନ୍ଦିଘୋଷ କଲ୍ଯାଣ ମଣ୍ଡପରେ ଦିଗପହଣ୍ଡି ବ୍ଲକ ସ୍ତରୀୟ ଆଇନ ସଚେତନତା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସିଡିପିଓ ପୁଷ୍ପାଞ୍ଜଳି ଶତପଥି ଅଧ୍ୟକ୍ଷତା କରିଥିଲେ। ଗଞ୍ଜାମ ଜିଲା ସମାଜ ମଙ୍ଗଳ ଅଧିକାରୀ ପଦ୍ମିନୀ ସାହୁ, ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷା ଯମୁନା […] The post ବ୍ଲକ ସ୍ତରୀୟ ଆଇନ ସଚେତନତା ସଭା, ମହିଳା ସୁରକ୍ଷା ଆଇନ, ଅଧିକାର ଉପରେ ଆଲୋଚନା appeared first on Dharitri Odia News.
ଦିଗପହଣ୍ଡି,୧୨।୨(ଅଶେଷ ନାଥ ମିଶ୍ର): ରାଜ୍ୟ ମହିଳା କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଗଞ୍ଜାମ ଜିଲା ସମାଜ ମଙ୍ଗଳ କାର୍ଯ୍ଯାଳୟ ସହଯୋଗରେ ଦିଗପହଣ୍ଡି ପୁଞ୍ଜିକୟାଁ ଛକ ସ୍ଥିତ ନନ୍ଦିଘୋଷ କଲ୍ଯାଣ ମଣ୍ଡପରେ ଦିଗପହଣ୍ଡି ବ୍ଲକ ସ୍ତରୀୟ ଆଇନ ସଚେତନତା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି।
ଦିଗପହଣ୍ଡି ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସିଡିପିଓ ପୁଷ୍ପାଞ୍ଜଳି ଶତପଥି ଅଧ୍ୟକ୍ଷତା କରିଥିଲେ। ଗଞ୍ଜାମ ଜିଲା ସମାଜ ମଙ୍ଗଳ ଅଧିକାରୀ ପଦ୍ମିନୀ ସାହୁ, ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷା ଯମୁନା ନାଇକ, ତହସିଲଦାର ଅନିତା କୁମାରୀ ସାହୁ, ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ, ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ, ବ୍ଲକ ଉପାଧ୍ଯକ୍ଷା ସୁକାନ୍ତି ପ୍ରଧାନ, ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ ପଣ୍ଡା, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ଅଶୋକ କୁମାର କର୍ଣ୍ଣ ଏବଂ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ବିଶେଷ କରି ମହିଳା ସୁରକ୍ଷା ଆଇନ, ମହିଳାଙ୍କ ଅଧିକାର ଏବଂ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅତିଥି ବୃନ୍ଦ ଆଲୋକପାତ କରିଥିଲେ। ପରେ ଜିଲା ଜୁଭେନାଇଲ ଜଷ୍ଟିସ ବୋର୍ଡ ସଭ୍ଯ ଆଇନଜୀବି ଅମୀୟ କୁମାର ତ୍ରିପାଠୀ ଏବଂ କୃଷ୍ଣଚନ୍ଦ୍ର ବେହେରା ଉପସ୍ଥିତ ସଭାରେ ଉପସ୍ଥିତ ମହିଳା ମାନଙ୍କୁ ବିଭିନ୍ନ ଆଇନ ସମ୍ପର୍କରେ ଉପରେ ସଚେତନ କରାଇଥିଲେ।
କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ସଂଯୋଜନା କରିଥିବା ବେଳେ ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଅଙ୍ଗନୱାଡ଼ି ସୁପ୍ରଭାଇଜର, ଅଙ୍ଗନବାଡି କର୍ମୀ, ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ରୀ ବୃନ୍ଦ ଓ ବହୁ ସଂଖ୍ୟକ ମହିଳା ଉପସ୍ଥିତ ଥିଲେ।
The post ବ୍ଲକ ସ୍ତରୀୟ ଆଇନ ସଚେତନତା ସଭା, ମହିଳା ସୁରକ୍ଷା ଆଇନ, ଅଧିକାର ଉପରେ ଆଲୋଚନା appeared first on Dharitri Odia News.