ବେନ ଡକେଟ ଭାଙ୍ଗିଲେ ଚାମ୍ପିୟନ୍ସ ଟ୍ରଫିର ୨୧ ବର୍ଷ ପୁରୁଣା ରେକର୍ଡ, ସଚିନ ଏବଂ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ବେନ ଡକେଟ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଧମାକାଦାର ଆରମ୍ଭ କରିଛନ୍ତି। ଇଂଲଣ୍ଡର ସଲାମୀ ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ବିପକ୍ଷରେ ୧୬୫ ରନର ଇଂନିସ ଖେଳି ଇତିହାସ ରଚନା କରିଛନ୍ତି। ସେ ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇ ଚାମ୍ପିୟନ୍ସ ଟ୍ରଫିର ୨୧ ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗିଦେଇଛନ୍ତି। ଇଂଲଣ୍ଡର ବ୍ୟାଟ୍ସମ୍ୟାନ ବେନ ଡକେଟ ୧୪୩ ବଲରେ ୧୬୫ ରନ କରିଛନ୍ତି। ଏହି ଇଂନିସରେ ସେ ୩ଟି ଛକା ଏବଂ ୧୭ଟି ଚୌକା […]

ବେନ ଡକେଟ ଭାଙ୍ଗିଲେ ଚାମ୍ପିୟନ୍ସ ଟ୍ରଫିର ୨୧ ବର୍ଷ ପୁରୁଣା ରେକର୍ଡ, ସଚିନ ଏବଂ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ବେନ ଡକେଟ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଧମାକାଦାର ଆରମ୍ଭ କରିଛନ୍ତି। ଇଂଲଣ୍ଡର ସଲାମୀ ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ବିପକ୍ଷରେ ୧୬୫ ରନର ଇଂନିସ ଖେଳି ଇତିହାସ ରଚନା କରିଛନ୍ତି।

ସେ ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇ ଚାମ୍ପିୟନ୍ସ ଟ୍ରଫିର ୨୧ ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗିଦେଇଛନ୍ତି।

ଇଂଲଣ୍ଡର ବ୍ୟାଟ୍ସମ୍ୟାନ ବେନ ଡକେଟ ୧୪୩ ବଲରେ ୧୬୫ ରନ କରିଛନ୍ତି। ଏହି ଇଂନିସରେ ସେ ୩ଟି ଛକା ଏବଂ ୧୭ଟି ଚୌକା ମାରିଛନ୍ତି। ଏହା ଚାମ୍ପିୟନ୍ସ ଟ୍ରଫି ଇତିହାର ସବୁଠୁ ବଡ଼ ଇଂନିସ ହୋଇଛି। ସେ ୨୧ ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି।

ଡକେଟ ଚାମ୍ପିୟନ୍ସ ଟ୍ରପିର ସବୁଠୁ ବଡ଼ ବ୍ୟକ୍ତିଗତ ସ୍କୋର କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ନ୍ୟୁଜିଲ୍ୟାଣ୍ଡର ନେଥନ ଏଷ୍ଟଲଙ୍କ ନାମରେ ଥିଲା। ସେ ଆମେରିକା ବିପକ୍ଷରେ ୨୦୦୪ରେ ୧୪୫ ରନର ଇଂନିସ ଖେଳିଥିଲେ। ଏହି ତାଲିକାରେ ଗୌରବ ଗାଙ୍ଗୁଲି ଚତୁର୍ଥ ଏବଂ ସଚିନ ତେନ୍ଦୁଲକର ପଞ୍ଚମ ନମ୍ବରରେ ଅଛନ୍ତି।