କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା; ଲାଇଟ୍ ଅଫ୍ କରି ଏବଂ କ୍ୟାଣ୍ଡେଲ ଜାଳି ଆନ୍ଦୋଳନକାରୀଙ୍କ ଶୋଭାଯାତ୍ରା

କୋଲକାତା: ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ଜାରି ରହିଛି । ବୁଧବାର ଡାକ୍ତରଙ୍କ ଆନ୍ଦୋଳନରେ ବିଭିନ୍ନ ସଂଗଠନ ସହିତ ପୀଡ଼ିତାଙ୍କ ପରିବାର ସାମିଲ୍ ହୋଇଛନ୍ତି । କୋଲକାତାର ବିଭିନ୍ନ ସ୍ଥାନରେ ସାରା ରାତି ସେମାନେ ଉଜାଗର ରହି ପ୍ରଦର୍ଶନକାରୀମାନେ ଶୋଭାଯାତ୍ରା କରିଥିଲେ । କେଉଁଠି ଲାଇଟ୍ ଅଫ୍ କରି ତ କେଉଁ କ୍ୟାଣ୍ଡେଲ ଜାଳି ନ୍ୟାୟ ଦାବି କରିଥିଲେ କୋଲକାତା ବାସୀ ।  ଅଭାୟାଙ୍କୁ ନ୍ୟାୟ ଦାବିକୁ ଅଦ୍ଭୁଦପୂର୍ବ ସମର୍ଥନ ମିଳିଛି ।  ଏହି ଆନ୍ଦୋଳନରେ କୋଲକାତା ଫିଲ୍ମ ଅଭିନେତ୍ରୀ ସ୍ବାସ୍ଥିକା ମୁଖାର୍ଜୀ ଏବଂ ସୋହାନୀ ସରକାର ସାମିଲ୍ ହୋଇଥିଲେ । ଗଲ୍ଫ ଗ୍ରୀନ୍, ଶ୍ୟାମବଜାରରେ ଆନ୍ଦୋଳନରତ ଡାକ୍ତରମାନେ ପୀଡିତାଙ୍କୁ ନ୍ୟାୟ ଦାବି କରିଥିଲେ । ଏହାର ଗୋଟିଏ ଦିନ ପୂର୍ବରୁ ଆଇନଜାବୀମାନେ ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ୍ ହୋଇ କୋଲକାତା ହାଇକୋର୍ଟ ଏବଂ ବଙ୍କସାଲ୍ କୋର୍ଟ ସାମ୍ନାରେ ମାନଶୃଙ୍ଖଳ କରି ନ୍ୟାୟ ଗୁହାରି କରିଥିଲେ ।  ଅନ୍ୟପଟେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନର ଅଧ୍ୟକ୍ଷ ଡାକ୍ତର ଆରବୀ ଅଶୋକାନ ବୁଧାବର ସମସ୍ତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଥିଲେ ଏବଂ ପୀଡିତାଙ୍କୁ ନ୍ୟାୟ ଦେବା କାର୍ଯ୍ୟ ସୁପ୍ରିମକୋର୍ଟ ଉପରେ ଛାଡ଼ି ଦେବାକୁ କହିଥିଲେ । ଏହାଛଡ଼ା ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା; ଲାଇଟ୍ ଅଫ୍ କରି ଏବଂ କ୍ୟାଣ୍ଡେଲ ଜାଳି ଆନ୍ଦୋଳନକାରୀଙ୍କ ଶୋଭାଯାତ୍ରା

କୋଲକାତା: ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ଜାରି ରହିଛି । ବୁଧବାର ଡାକ୍ତରଙ୍କ ଆନ୍ଦୋଳନରେ ବିଭିନ୍ନ ସଂଗଠନ ସହିତ ପୀଡ଼ିତାଙ୍କ ପରିବାର ସାମିଲ୍ ହୋଇଛନ୍ତି । କୋଲକାତାର ବିଭିନ୍ନ ସ୍ଥାନରେ ସାରା ରାତି ସେମାନେ ଉଜାଗର ରହି ପ୍ରଦର୍ଶନକାରୀମାନେ ଶୋଭାଯାତ୍ରା କରିଥିଲେ । କେଉଁଠି ଲାଇଟ୍ ଅଫ୍ କରି ତ କେଉଁ କ୍ୟାଣ୍ଡେଲ ଜାଳି ନ୍ୟାୟ ଦାବି କରିଥିଲେ କୋଲକାତା ବାସୀ ।  ଅଭାୟାଙ୍କୁ ନ୍ୟାୟ ଦାବିକୁ ଅଦ୍ଭୁଦପୂର୍ବ ସମର୍ଥନ ମିଳିଛି ।  

ଏହି ଆନ୍ଦୋଳନରେ କୋଲକାତା ଫିଲ୍ମ ଅଭିନେତ୍ରୀ ସ୍ବାସ୍ଥିକା ମୁଖାର୍ଜୀ ଏବଂ ସୋହାନୀ ସରକାର ସାମିଲ୍ ହୋଇଥିଲେ । ଗଲ୍ଫ ଗ୍ରୀନ୍, ଶ୍ୟାମବଜାରରେ ଆନ୍ଦୋଳନରତ ଡାକ୍ତରମାନେ ପୀଡିତାଙ୍କୁ ନ୍ୟାୟ ଦାବି କରିଥିଲେ । ଏହାର ଗୋଟିଏ ଦିନ ପୂର୍ବରୁ ଆଇନଜାବୀମାନେ ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ୍ ହୋଇ କୋଲକାତା ହାଇକୋର୍ଟ ଏବଂ ବଙ୍କସାଲ୍ କୋର୍ଟ ସାମ୍ନାରେ ମାନଶୃଙ୍ଖଳ କରି ନ୍ୟାୟ ଗୁହାରି କରିଥିଲେ ।  

ଅନ୍ୟପଟେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନର ଅଧ୍ୟକ୍ଷ ଡାକ୍ତର ଆରବୀ ଅଶୋକାନ ବୁଧାବର ସମସ୍ତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଥିଲେ ଏବଂ ପୀଡିତାଙ୍କୁ ନ୍ୟାୟ ଦେବା କାର୍ଯ୍ୟ ସୁପ୍ରିମକୋର୍ଟ ଉପରେ ଛାଡ଼ି ଦେବାକୁ କହିଥିଲେ । ଏହାଛଡ଼ା ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ମର୍ମାହତ ବୋଲି କହିଛନ୍ତି ।