କୋଲକାତା ଦୁଷ୍କର୍ମ ଘଟଣାରେ ବର୍ଷିଲା ସିବିଆଇ, ପୋଲିସ ଉପରେ ସଂଗୀନ ଆରୋପ

କୋଲକାତା ୧୬/୦୯: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବାବଦରେ ଆଉ ଏକ ସତ ସାମ୍ନାକୁ ଆସିଛି । ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ସିବିଆଇ କହିଛି । କୋଲକାତା ହାଇକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବା ସମୟରେ ଏପରି କହିଛି ତଦନ୍ତକାରୀ ସଂସ୍ଥା ସିବିଆଇ । ଏଥିସହ ଗିରଫ ହୋଇଥିବା ପୋଲିସ ଅଧିକାରୀ ଅଭିଜିତ ମଣ୍ଡଳଙ୍କ ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛି । କୋର୍ଟଙ୍କୁ ସିବିଆଇ କହିଛି ଯେ, ଅଗଷ୍ଟ ୯ରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପର ଦିନ ସକାଳ ୧୦ ଟାରେ ଖବର ପାଇଥିଲେ ମଧ୍ୟ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ନଥିଲେ ସନ୍ଦୀପ ଘୋଷ । ସେ ସେତେବେଳେ ମେଡିକାଲ କଲେଜର ପ୍ରିନ୍ସିପାଲ ଥିଲେ ମଧ୍ୟ ଘଟଣାକୁ ଗୁରୁତର ସହ ନେଇନଥିଲେ । ଥାନାରେ ମଧ୍ୟ ନିଜ ଆଡ଼ୁ କୌଣସି ମାମଲା ରୁଜୁ କରିନଥିଲେ । ଏପରିକି ମୃତ ଟ୍ରେନି ଡାକ୍ତରଙ୍କ ଶରୀରରେ ବାହ୍ୟ ଆଘାତ ଥାଇ ମଧ୍ୟ ଆତ୍ମହତ୍ୟାର ନୂଆ ଥିଓରି ଲେଖିଥିଲେ । ଘଟଣା ପରେ ସେ ଜଣେ ଓକିଲ ଏବଂ ପୋଲିସଙ୍କ ସହ ମଧ୍ୟ ଯୋଗାଯୋଗ କରିଥିବା ସିବିଆଇ କହିଛି । ସିବିଆଇ ଆହୁରି କହିଛି ଯେ, ଡାକ୍ତର ସନ୍ଦୀପ ଘୋଷ ମୃତଦେହର ଡାକ୍ତରୀ ମାଇନା କରାଇବାରେ ବିଫଳ ହୋଇଥିଲେ ଏବଂ ତୁରନ୍ତ ଶବଗାରକୁ ମୃତଦେହ ନେଇଯିବାକୁ କହିଥିଲେ । ସେପଟେ ଗିରଫ ହୋଇଥିବା ପୋଲିସ ଅଧିକାରୀ ଅଭିଜିତ ମଣ୍ଡଳ

କୋଲକାତା ଦୁଷ୍କର୍ମ ଘଟଣାରେ ବର୍ଷିଲା ସିବିଆଇ, ପୋଲିସ ଉପରେ ସଂଗୀନ ଆରୋପ

କୋଲକାତା ୧୬/୦୯: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବାବଦରେ ଆଉ ଏକ ସତ ସାମ୍ନାକୁ ଆସିଛି । ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ସିବିଆଇ କହିଛି । କୋଲକାତା ହାଇକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବା ସମୟରେ ଏପରି କହିଛି ତଦନ୍ତକାରୀ ସଂସ୍ଥା ସିବିଆଇ । 

ଏଥିସହ ଗିରଫ ହୋଇଥିବା ପୋଲିସ ଅଧିକାରୀ ଅଭିଜିତ ମଣ୍ଡଳଙ୍କ ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛି । କୋର୍ଟଙ୍କୁ ସିବିଆଇ କହିଛି ଯେ, ଅଗଷ୍ଟ ୯ରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପର ଦିନ ସକାଳ ୧୦ ଟାରେ ଖବର ପାଇଥିଲେ ମଧ୍ୟ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ନଥିଲେ ସନ୍ଦୀପ ଘୋଷ । ସେ ସେତେବେଳେ ମେଡିକାଲ କଲେଜର ପ୍ରିନ୍ସିପାଲ ଥିଲେ ମଧ୍ୟ ଘଟଣାକୁ ଗୁରୁତର ସହ ନେଇନଥିଲେ । ଥାନାରେ ମଧ୍ୟ ନିଜ ଆଡ଼ୁ କୌଣସି ମାମଲା ରୁଜୁ କରିନଥିଲେ । 

ଏପରିକି ମୃତ ଟ୍ରେନି ଡାକ୍ତରଙ୍କ ଶରୀରରେ ବାହ୍ୟ ଆଘାତ ଥାଇ ମଧ୍ୟ ଆତ୍ମହତ୍ୟାର ନୂଆ ଥିଓରି ଲେଖିଥିଲେ । ଘଟଣା ପରେ ସେ ଜଣେ ଓକିଲ ଏବଂ ପୋଲିସଙ୍କ ସହ ମଧ୍ୟ ଯୋଗାଯୋଗ କରିଥିବା ସିବିଆଇ କହିଛି । ସିବିଆଇ ଆହୁରି କହିଛି ଯେ, ଡାକ୍ତର ସନ୍ଦୀପ ଘୋଷ ମୃତଦେହର ଡାକ୍ତରୀ ମାଇନା କରାଇବାରେ ବିଫଳ ହୋଇଥିଲେ ଏବଂ ତୁରନ୍ତ ଶବଗାରକୁ ମୃତଦେହ ନେଇଯିବାକୁ କହିଥିଲେ । ସେପଟେ ଗିରଫ ହୋଇଥିବା ପୋଲିସ ଅଧିକାରୀ ଅଭିଜିତ ମଣ୍ଡଳ ମଧ୍ୟ ଦାୟିତ୍ୱରେ ଅବହେଳା କରିଥିବା ସିବିଆଇ ଦର୍ଶାଇଛି । 

ସେ ଏପରି ଜଘନ୍ୟ ହତ୍ୟାକାଣ୍ଡ ବାବଦରେ ସକାଳ ୧୦ ଟା ୦୩ରେ ଖବର ପାଇଥିଲେ ମଧ୍ୟ ଘଣ୍ଟାଏ ପରେ ଡାକ୍ତରଖାନାରେ ପହଞ୍ଚିଥିଲେ । ଏପରିକି ପୋଲିସ ମଧ୍ୟ ଠିକ୍ ସମୟରେ ମାମଲା ରୁଜୁ କରିନଥିଲା । ଘଟଣାସ୍ଥଳରେ ନ ପହଞ୍ଚିବାରୁ ଅପରାଧ ସ୍ଥଳକୁ ସାଧାରଣ ଲୋକେ ଯାଇଥିଲେ ଏବଂ କ୍ରାଇମ୍ ସ୍ଥାନର ଫଟୋ ଉଠାଇଥିଲେ, ଯାହା ପରେ ଲିକ୍ ହୋଇଥିଲା ବୋଲି ସିବିଆଇ କହିଛି । ଏମିତିକି ତରତର ହୋଇ ମୃତଦେହକୁ ପୋଡିଦେଇଥିବା ଅଭିଯୋଗ ବି ହୋଇଥିଲା ।