କୋଲକାତା ପୀଡ଼ିତା ଅଭୟାଙ୍କ ବାପା, ମା’ଙ୍କ ବଡ଼ ଖୁଲାସା; ଚୁପ୍‌ ରହିବା ପାଇଁ ଟଙ୍କା ଯାଚୁଥିଲା ପୋଲିସ...

ଗଣମାଧ୍ୟମକୁ ସୂଚନା ଦେଇ ଅଭୟାଙ୍କ ବାପା କହିଛନ୍ତି ଯେ ମାମଲାକୁ ରଫାଦଫା କରିବା ପାଇଁ ପୋଲିସ ତରବରିଆ ଭାବେ ମୃତଦେହକୁ ପୋଡି ଦେଇଥିଲା ଏବଂ ଚୁପ୍‌ ରହିବା ପାଇଁ ପୋଲିସ ତାଙ୍କୁ ଲାଞ୍ଚ ଯାଚୁଥିଲା ।

କୋଲକାତା ପୀଡ଼ିତା ଅଭୟାଙ୍କ ବାପା, ମା’ଙ୍କ ବଡ଼ ଖୁଲାସା; ଚୁପ୍‌ ରହିବା ପାଇଁ ଟଙ୍କା ଯାଚୁଥିଲା ପୋଲିସ...

କୋଲକାତାର ଆର.ଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ଖୁଲାସା  । ବଡ଼ କ‌ଥା କହିଲେ ପୀଡ଼ିତା ଅଭୟାଙ୍କ ବାପା ମା’।  ଯାହା ଏବେ ପୁଣି ସାର ଦେଶରେ ଚହଳ ସୃଷ୍ଟି କରିଛି । ବୁଧବାର ଦିନ ପ୍ରତିବାଦରେ ବସିଥିବା ଜୁନିୟର ଡାକ୍ତରଙ୍କ ସହ ଗଣମାଧ୍ୟମକୁ ସୂଚନା ଦେଇ ପୀଡିତାଙ୍କ ବାପା କହିଛନ୍ତି ଯେ ମାମଲାକୁ ରଫାଦଫା କରିବା ପାଇଁ ପୋଲିସ ତରବରିଆ ଭାବେ ମୃତଦେହକୁ ପୋଡି ଦେଇଥିଲା ଏବଂ ଚୁପ୍‌ ରହିବା ପାଇଁ ପୋଲିସ ତାଙ୍କୁ ଲାଞ୍ଚ ଯାଚୁଥିଲା । 

ସେ ଅଭିଯୋଗ କରିଛନ୍ତି ଯେ, ‘ପୋଲିସ ଆରମ୍ଭରୁ ମାମଲା ବନ୍ଦ କରିବାକୁ ଚେଷ୍ଟା କରୁଥିଲା । ତେଣୁ ପୋଷ୍ଟମର୍ଟମ ହେବା ପୂର୍ବରୁ ଆମକୁ ଶବ ଦେଖିବାକୁ ଦିଆଯାଇନଥିଲା। ଯେତେବେଳେ ଶବ ଆମକୁ ହସ୍ତାନ୍ତର କରାଯାଇଥିଲା, ଜଣେ ବରିଷ୍ଠ ପୋଲିସ ଅଧିକାରୀ ଆମକୁ ଟଙ୍କା ଦେଇଥିଲେ, ଯାହାକୁ ଆମେ ତୁରନ୍ତ ମନା କରିଥିଲୁ।’

ତେବେ କୋଲକାତା ପୀଡ଼ିତା ଅଭୟାଙ୍କ ପାଇଁ ଅଭୁତପୂର୍ବ ପ୍ରତିବାଦ; ସାରା ରାତି ଉଜାଗର ରହି କୋଲକାତାବାସୀଙ୍କ ବିକ୍ଷୋଭ ଆନ୍ଦୋଳନ। ସାରା ରାତି ଉଜାଗର ରହି ନ୍ୟାୟ ମାଗୁଛନ୍ତି ସାଧାରଣ ଲୋକେ। କୋଲକାତା ସହର ସାରା ବ୍ୟାପିଗଲାଣି ବିକ୍ଷୋଭ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ଅଭୟାକାଣ୍ଡର ଦୃଢ଼ ପ୍ରତିବାଦ ଓ ପୀଡ଼ିତା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଗତକାଲି କୋଲକାତା ବ୍ୟାପୀ ସାରା ରାତି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବର୍ଗର ଲୋକେ। 

ସେପଟେ ଅଭୟାଙ୍କ ନ୍ୟାୟ ଦାବିରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନରେ କାଲି ସାମିଲ ହୋଇଥିଲେ ଅଭୟାଙ୍କ ପରିବାର ସଦସ୍ୟ। କୋଲକାତାର ବିଭିନ୍ନ ସ୍ଥାନରେ ଗତକାଲି ଲାଇଟ୍ ଅଫ କରି ଲୋକେ ପ୍ରତିବାଦ ଜଣାଇଥିଲେ। ସହରବ୍ୟାପି ଲାଇଟ୍ ବନ୍ଦ କରାଯିବା ସହ ବିକ୍ଷୋଭ କରାଯାଇଥିଲା। ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦା ବୋସ ମଧ୍ୟ ଲାଇଟ୍ ବନ୍ଦ କରି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।