କୋଲକାତା ବଳାତ୍କାର-ହତ୍ୟା ମାମଲା: ଗାଙ୍ଗୁଲି ଏମିତି କ’ଣ କହିଦେଲେ! ସାରା ଦେଶରେ ଚହଳ
ନୂଆଦିଲ୍ଲୀ,୧୭।୮: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ କମ୍ପନ ସୃଷ୍ଟି ହୋଇଛି। ଏହା ବିରୋଧରେ ପୂରା ଦେଶରେ ବିକ୍ଷୋଭ ହେଉଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଘଟଣାର ତଦନ୍ତ କରୁଛି ଓ ୩୦ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଏସବୁ ଭିତରେ ଟିମ ଇଣ୍ତିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଘଟଣାକୁ ନେଇ ଏମିତି ଏକ ବୟାନ ଦେଇଛନ୍ତି […] The post କୋଲକାତା ବଳାତ୍କାର-ହତ୍ୟା ମାମଲା: ଗାଙ୍ଗୁଲି ଏମିତି କ’ଣ କହିଦେଲେ! ସାରା ଦେଶରେ ଚହଳ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୮: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ କମ୍ପନ ସୃଷ୍ଟି ହୋଇଛି। ଏହା ବିରୋଧରେ ପୂରା ଦେଶରେ ବିକ୍ଷୋଭ ହେଉଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଘଟଣାର ତଦନ୍ତ କରୁଛି ଓ ୩୦ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି।
ଏସବୁ ଭିତରେ ଟିମ ଇଣ୍ତିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଘଟଣାକୁ ନେଇ ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଚହଳ ପଡିଛି। ସେ ଘଟଣାକୁ ନିନ୍ଦା କରିବା ସହ ଦଣ୍ଡ ଯେମିତି ମିଳିବା ଉଚିତ ବୋଲି କହିଛନ୍ତି। ଘଟଣା ଉପରେ ସେ ପୂର୍ବରୁ ଦେଇଥିବା ବୟାନ ଉପରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି। ଅନେକ ସୋସିଶାଲ ମିଡିଆ ବ୍ୟବହାରକାରୀ କହିଥିଲେ ଯେ ଗାଙ୍ଗୁଲି କୋଲକାତା ହରରକୁ ‘ଗୋଟିଏ ଘଟଣା’ କହି ହାଲୁକା କରିବାକୁ ଚେଷ୍ଟା କରିଛନ୍ତି। ତେବେ ଗାଙ୍ଗୁଲି କହିଛନ୍ତି ଯେ ବୟାନକୁ ଅଲଗା ପ୍ରସଙ୍ଗରେ ଉପସ୍ଥାପନ କରାଯାଇଛି।
ଗାଙ୍ଗୁଲି କହିଛନ୍ତି, ମୁଁ ଏକଥା ଗତ ରବିବାର କହିଥିଲି। ମୁଁ ଜାଣିନି ଏହାକୁ କେମିତି ଉପସ୍ଥାପନ କରାଯାଇଛି। ମୁଁ ପୂର୍ବରୁ ମଧ୍ୟ କହି ସାରିଛି ଯେ ଏହି ଘଟଣା ଅତ୍ୟନ୍ତ ଭୟଙ୍କର। ଏବେ ସିବିଆଇ ଓ ପୋଲିସ ଘଟଣାର ତଦନ୍ତ କରୁଛନ୍ତି। ଯାହା ବି ଘଟିଛି, ତାହା ଅତ୍ୟନ୍ତ ଲଜ୍ଜାଜନକ। ଘଟଣାର ତଦନ୍ତ କରୁଥିବା ସିବିଆଇ ଦୋଷୀକୁ ପାଇବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା। ଦଣ୍ଡ ଏମିତି ମିଳିବା ଦରକାର ଯାହାକୁ ଦେଖିବା ପରେ କେହି ବି ଆଉ ଜୀବନରେ ଏମିତି କାମ କରିବାକୁ ସାହାସ କରିବେ ନାହିଁ। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
The post କୋଲକାତା ବଳାତ୍କାର-ହତ୍ୟା ମାମଲା: ଗାଙ୍ଗୁଲି ଏମିତି କ’ଣ କହିଦେଲେ! ସାରା ଦେଶରେ ଚହଳ appeared first on Dharitri Odia News.