କୋଲକାତା ଲଜ୍ଜା ଘଟଣା: ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ, ସୋମବାର ଦଣ୍ଡ ଶୁଣାଇବେ କୋର୍ଟ

କୋଲକାତା: କୋଲକାତା RG କର ହସ୍ପିଟାଲ ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିଆଲଦା କୋର୍ଟ । ୫୭ ଦିନର ଶୁଣାଣି ପରେ ଆଜି ମାମଲାର ରାୟ ପ୍ରକାଶ ପାଇଛି। ସୋମବାର ଦିନ ଦଣ୍ଡ ଶୁଣାଇବେ କୋର୍ଟ। ସଞ୍ଜୟ ରାୟଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୬୪ ,  ୬୬ ଏବଂ ୧୦୩ (୧) ଅନୁଯାୟୀ ବଳାତ୍କାର ଏବଂ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। […]

କୋଲକାତା ଲଜ୍ଜା ଘଟଣା: ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ, ସୋମବାର ଦଣ୍ଡ ଶୁଣାଇବେ କୋର୍ଟ
Untitled 1 52

କୋଲକାତା: କୋଲକାତା RG କର ହସ୍ପିଟାଲ ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିଆଲଦା କୋର୍ଟ । ୫୭ ଦିନର ଶୁଣାଣି ପରେ ଆଜି ମାମଲାର ରାୟ ପ୍ରକାଶ ପାଇଛି। ସୋମବାର ଦିନ ଦଣ୍ଡ ଶୁଣାଇବେ କୋର୍ଟ। ସଞ୍ଜୟ ରାୟଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୬୪ ,  ୬୬ ଏବଂ ୧୦୩ (୧) ଅନୁଯାୟୀ ବଳାତ୍କାର ଏବଂ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଏହି ଘଟଣା ବିରୋଧରେ ପୂରା ଦେଶରେ ବିକ୍ଷୋଭ ଦେଖିବାକୁ ମିଳିଥିଲା । ଘଟଣାର ୧୨ ଘଣ୍ଟା ମଧ୍ୟରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରୟକୁ ଗିରଫ କରିଥିଲା।