କୋଶଲ ସଂଗ୍ରାମୀଙ୍କୁ ଉଠାଇ ନେଲା ପୋଲିସ୍: ଡାକ୍ତରଖାନାରେ ଅନଶନ ଜାରି
ବରଗଡ଼, ୨୫।୪(ପ୍ରେମାନନ୍ଦ ଖମାରୀ) – ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ସମେତ ବିଭିନ୍ନ ଦାବି ନେଇ ବରଗଡ଼ ସହର ଉପକଣ୍ଠ ବୀରଛକରେ ଅନଶନରେ ବସିଥିବା ୩ଜଣ କୋଶଲ ସଂଗ୍ରାମୀ ସୁଶାନ୍ତ ମିଶ୍ର, ଅଭିଷେକ ନାୟକ ଏବଂ ନାଗାର୍ଜୁନ କମ୍ପଙ୍କୁ ଗୁରୁବାର ରାତି ଅଧିଆ ପୋଲିସ ଉଠାଇ ନେଇଛି। ସେମାନଙ୍କୁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ପୋଲିସ ଜଗି ରହିଛି । ତେବେ ଡାକ୍ତରଖାନାରେ ମଧ୍ୟ ଅନଶନ ଜାରି ରହିଛି ବୋଲି ଅଭିଷେକ କହିଛନ୍ତି। […] The post କୋଶଲ ସଂଗ୍ରାମୀଙ୍କୁ ଉଠାଇ ନେଲା ପୋଲିସ୍: ଡାକ୍ତରଖାନାରେ ଅନଶନ ଜାରି appeared first on Dharitri Odia News.
ବରଗଡ଼, ୨୫।୪(ପ୍ରେମାନନ୍ଦ ଖମାରୀ) – ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ସମେତ ବିଭିନ୍ନ ଦାବି ନେଇ ବରଗଡ଼ ସହର ଉପକଣ୍ଠ ବୀରଛକରେ ଅନଶନରେ ବସିଥିବା ୩ଜଣ କୋଶଲ ସଂଗ୍ରାମୀ ସୁଶାନ୍ତ ମିଶ୍ର, ଅଭିଷେକ ନାୟକ ଏବଂ ନାଗାର୍ଜୁନ କମ୍ପଙ୍କୁ ଗୁରୁବାର ରାତି ଅଧିଆ ପୋଲିସ ଉଠାଇ ନେଇଛି। ସେମାନଙ୍କୁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ପୋଲିସ ଜଗି ରହିଛି । ତେବେ ଡାକ୍ତରଖାନାରେ ମଧ୍ୟ ଅନଶନ ଜାରି ରହିଛି ବୋଲି ଅଭିଷେକ କହିଛନ୍ତି। ଏପର୍ଯ୍ୟନ୍ତ ଡାକ୍ତରଖାନାରେ ସାଲାଇନଟିଏ ମଧ୍ୟ ଦିଆଯାଇ ନାହିଁ ଏବଂ ପୋଲିସ ବଳପୂର୍ବକ ଉଠାଇ ଆଣିଥିବା ସେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଗତ ୨୨ତାରିଖରୁ ବୀରଛକରେ ଉପରୋକ୍ତ ୩କୋଶଲ ସଂଗ୍ରାମୀ ଅନଶନରେ ବସିଥିଲେ। ବିଭିନ୍ନ ସଂଗଠନ ପକ୍ଷରୁ ଅନଶନକୁ ସମର୍ଥନ ମିଳିଥିଲା। ତେବେ ଗୁରୁବାର ରାତି ପ୍ରାୟ ୧୧ଟା ୩୦ ମିନିଟରେ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା। ଅନଶନରେ ବସିଥିବା କୋଶଲ ସଂଗ୍ରାମୀ ପୋଲିସ ରାତିଅଧିଆ ଉଠାଇ ନେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
The post କୋଶଲ ସଂଗ୍ରାମୀଙ୍କୁ ଉଠାଇ ନେଲା ପୋଲିସ୍: ଡାକ୍ତରଖାନାରେ ଅନଶନ ଜାରି appeared first on Dharitri Odia News.