କୋଶଳ ସଂଗଠନର ଆମରଣ ଅନଶନ: ସମ୍ବଲପୁରୀ ଭାଷାରେ ହେଉ ଧନୁଯାତ୍ରା
ବରଗଡ,୧୬।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ଜାନୁଆରୀ ମାସ ୧୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଧନୁଯାତ୍ରା ମହୋତ୍ସବକୁ ସମ୍ବଲପୁରୀ/କୋଶଳ ଭାଷାରେ କରିବାକୁ ମିଳିତ କୋଶଳ କ୍ରିୟାନୁଷ୍ଠାନ କମିଟି ଦାବି କରିଛି। ଏହି ଦାବି ନେଇ କମିଟି ପକ୍ଷରୁ ସୋମବାରରୁ ବରଗଡ ଗାନ୍ଧି ଛକରେ ଆମରଣ ଅନଶନ କରାଯାଇଛି। କମିଟିର ସୁଶାନ୍ତ ମିଶ୍ର, ଅଭିଷେକ ନାୟକ, ଧରଣୀଧର ରୋହିଦାଶ […] The post କୋଶଳ ସଂଗଠନର ଆମରଣ ଅନଶନ: ସମ୍ବଲପୁରୀ ଭାଷାରେ ହେଉ ଧନୁଯାତ୍ରା appeared first on Dharitri Odia News.
ବରଗଡ,୧୬।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ଜାନୁଆରୀ ମାସ ୧୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଧନୁଯାତ୍ରା ମହୋତ୍ସବକୁ ସମ୍ବଲପୁରୀ/କୋଶଳ ଭାଷାରେ କରିବାକୁ ମିଳିତ କୋଶଳ କ୍ରିୟାନୁଷ୍ଠାନ କମିଟି ଦାବି କରିଛି। ଏହି ଦାବି ନେଇ କମିଟି ପକ୍ଷରୁ ସୋମବାରରୁ ବରଗଡ ଗାନ୍ଧି ଛକରେ ଆମରଣ ଅନଶନ କରାଯାଇଛି। କମିଟିର ସୁଶାନ୍ତ ମିଶ୍ର, ଅଭିଷେକ ନାୟକ, ଧରଣୀଧର ରୋହିଦାଶ ଏବଂ ଦୀପକ ମହାପାତ୍ର ଅନଶନରେ ବସିଛନ୍ତି। ଅନ୍ୟ ମାନଙ୍କରେ ରିଙ୍କୁ ମହାପାତ୍ର, ଗିରି ମେହେର, କୃତାର୍ଥ ପ୍ରଧାନ, ରମଣୀ ଦନ୍ତା, ପପୁ ଦାଶ, ରିଙ୍କୁ ଶତପଥି, ଚାଷୀନେତା ସୁରେଶ ନେକାଣ୍ଟି, ସୱାଭିମାନ ମହାପାତ୍ର, ଅନନ୍ତ ସାହୁ, ନାଗାର୍ଜୁନ କମ୍ପ, କାଳିଆ ପଧାନ ପ୍ରମୁଖ ଉପସ୍ଥିତ ରହି ଅନଶନକୁ ସମର୍ଥନ ଜଣାଇଛନ୍ତି।
The post କୋଶଳ ସଂଗଠନର ଆମରଣ ଅନଶନ: ସମ୍ବଲପୁରୀ ଭାଷାରେ ହେଉ ଧନୁଯାତ୍ରା appeared first on Dharitri Odia News.