କୋହଲା ପାଗ ସାଙ୍ଗକୁ ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ
ଗୁରୁଡ଼ିଝାଟିଆ: ସାମୁଦ୍ରିକ ବାତ୍ୟା ‘ଦାନା’ ଭିଜାଇଦେଇଛି। ଗତକାଲି ଅପରାହ୍ନରୁ ରାତି ଓ ଦିନ ତମାମ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହା ସାଙ୍ଗକୁ କୋହଲା ପାଗ ପାଇଁ ଲୋକମାନେ ଏକ ପ୍ରକାର ଭୟ ଭିତରେ ରହିଛନ୍ତି। ଯଦିଓ ଗୁରୁଡ଼ିଝାଟିଆ ଅଞ୍ଚଳରେ ବାତ୍ୟାର ପ୍ରଭାବ ସେତେଟା ଅନୁଭୂତ ହୋଇନାହିଁ ଅଳ୍ପ ପବନ ସାଙ୍ଗକୁ ବର୍ଷା ଅବିଶ୍ରାନ୍ତ ଭାବେ ହେଉଅଛି। ଲୋକମାନେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ଗତକାଲି ରାତିରେ ଅସ୍ଥାୟୀ ଥଇଥାନ କେନ୍ଦ୍ରକୁ ଆସିଥଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ […]

ଗୁରୁଡ଼ିଝାଟିଆ: ସାମୁଦ୍ରିକ ବାତ୍ୟା ‘ଦାନା’ ଭିଜାଇଦେଇଛି। ଗତକାଲି ଅପରାହ୍ନରୁ ରାତି ଓ ଦିନ ତମାମ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହା ସାଙ୍ଗକୁ କୋହଲା ପାଗ ପାଇଁ ଲୋକମାନେ ଏକ ପ୍ରକାର ଭୟ ଭିତରେ ରହିଛନ୍ତି। ଯଦିଓ ଗୁରୁଡ଼ିଝାଟିଆ ଅଞ୍ଚଳରେ ବାତ୍ୟାର ପ୍ରଭାବ ସେତେଟା ଅନୁଭୂତ ହୋଇନାହିଁ ଅଳ୍ପ ପବନ ସାଙ୍ଗକୁ ବର୍ଷା ଅବିଶ୍ରାନ୍ତ ଭାବେ ହେଉଅଛି। ଲୋକମାନେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ଗତକାଲି ରାତିରେ ଅସ୍ଥାୟୀ ଥଇଥାନ କେନ୍ଦ୍ରକୁ ଆସିଥଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା। ଗୁରୁଡ଼ିଝାଟିଆ କବିଚନ୍ଦ୍ର ସରକାରୀ ଭୂବନେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟ, ତୋଟାପଡ଼ା ପ୍ରାଥମିକ ବିଦ୍ୟାଳୟ, ଘଣ୍ଟିଖାଲ ପଞ୍ଚାୟର ରାମଶ୍ୟାମପୁର, ମଞ୍ଚେଶ୍ୱର ପଞ୍ଚାୟତର ସୁନିଆମୁହଁ ର ବିଦ୍ୟାଳୟରେ ହୋଇଥିବା ଆଶ୍ରୟସ୍ଥଳରେ ପ୍ରଶାସନ ପକ୍ଷରୁ ରାତ୍ରି ଯାପନ କରିଥିବା ଜନସାଧାରଣଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା। ଗୁରୁଡ଼ିଝାଟିଆ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଯୋଗୁଁଁ କେତେକ ଗାଁରେ ଚାଳଛପର କରିରହିଥିବା ଜନସାଧାରଣଙ୍କ ଘର ଭାଙ୍ଗିଯାଇଛି। ଏହାର ସଂଖ୍ୟା କେତେ ତାହା ଆକଳନ କଲେ ଜଣାପଡ଼ିବ। ହେଲେ ପବନ ଦ୍ୱାରା ଗଛଡାଳ ଭାଙ୍ଗି ଘର ଜଖମ ହେବା ଓ ବିଦ୍ୟୁତ ଖୁଣ୍ଟ ପଡ଼ିବା ଦୃଷ୍ଟିଗୋଚର ହୋଇନାହିଁ। ହେଲେ ପାଚିଲା ଧାନ କ୍ଷେତରେ ପାଣି ପଶିଯିବାରୁ ତାହା ଗଜା ହେବାର ସମ୍ଭାବନା ଦେଖାଦେଇଛି। ଯେହେତୁ ଅବିଶ୍ରାନ୍ତ ବର୍ଷା ଜାରି ରହିଛି ପାଚିଲା ଧାନ କ୍ଷେତରେ ଅଧିକ ପାଣି ଜମା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ବର୍ଷାର ପ୍ରକୋପ ଟିକିଏ କମ ହେଲେ ପାଚିଲା ଧାନକ୍ଷେତ ଓ ସବୁଜ ପନିପରିବା କିଆରୀର ଚିତ୍ର ଜଣାପଡ଼ିବ। ବିଭିନ୍ନ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ବିପନ୍ନଙ୍କୁ ପ୍ରଶାସନ ଓ ପୋଲିସ ପକ୍ଷରୁ ସୁବିଧାସୁଯୋଗ ସଂପର୍କରେ ତୀକ୍ଷ୍ଣ ନଜର ଦିଆଯାଇଥିଲା। ଫଳରେ ବିପନ୍ନମାନେ ନିରାପଦରେ ଆଶ୍ରୟସ୍ଥଳରେ ରାତି କଟାଇଥିଲେ। ଆଜି ସକାଳୁ ସେମାନେ ନିଜ ଘରକୁ ଫେରିଯାଇଛନ୍ତି।