କୋହଲି ବଡ଼ ଭୁଲ୍‌ କରିଦେଇଛନ୍ତି, ପୂର୍ବତନ ବ୍ୟାଟିଂ କୋଚ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୬।୮: ଷ୍ଟାର କ୍ରିକେଟ୍‌ ଖେଳାଳି ବିରାଟ କୋହଲି ପରିସଂଖ୍ୟାନ ଆଧାରରେ ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ। ତାଙ୍କୁ ନେଇ ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ ଥିବା ସଞ୍ଜୟ ବାଙ୍ଗର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବିରାଟ ଅଧିନାୟକତ୍ୱ ଛାଡି ବହୁତ ବଡ଼ ଭୁଲ କରିଛନ୍ତି ବୋଲି ସେ କହିଛନ୍ତି। ସଞ୍ଜୟ ବଙ୍ଗର କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ଭାବୁଛି ଯେ, ବିରାଟ କୋହଲି ଅନ୍ତତଃ ପକ୍ଷେ ଟେଷ୍ଟ ଦଳର ଅଧିନାୟକ ହେବା […] The post କୋହଲି ବଡ଼ ଭୁଲ୍‌ କରିଦେଇଛନ୍ତି, ପୂର୍ବତନ ବ୍ୟାଟିଂ କୋଚ କଲେ ବଡ଼ ଖୁଲାସା appeared first on Dharitri Odia News.

କୋହଲି ବଡ଼ ଭୁଲ୍‌ କରିଦେଇଛନ୍ତି, ପୂର୍ବତନ ବ୍ୟାଟିଂ କୋଚ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୬।୮: ଷ୍ଟାର କ୍ରିକେଟ୍‌ ଖେଳାଳି ବିରାଟ କୋହଲି ପରିସଂଖ୍ୟାନ ଆଧାରରେ ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ। ତାଙ୍କୁ ନେଇ ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ ଥିବା ସଞ୍ଜୟ ବାଙ୍ଗର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବିରାଟ ଅଧିନାୟକତ୍ୱ ଛାଡି ବହୁତ ବଡ଼ ଭୁଲ କରିଛନ୍ତି ବୋଲି ସେ କହିଛନ୍ତି।
ସଞ୍ଜୟ ବଙ୍ଗର କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ଭାବୁଛି ଯେ, ବିରାଟ କୋହଲି ଅନ୍ତତଃ ପକ୍ଷେ ଟେଷ୍ଟ ଦଳର ଅଧିନାୟକ ହେବା ଉଚିତ୍‌। ସେ ୬୫ ରୁ ଅଧିକ ଟେଷ୍ଟ ମ୍ୟାଚରେ ଭାରତର ଅଧିନାୟକତ୍ୱ କରିଛନ୍ତି। ତେଣୁ ସେ ଟେଷ୍ଟ ଅଧିନାୟିକତ୍ୱ ଜାରି ରଖିବାର ଥିଲା। ସେ ଦାୟିତ୍ୱ ଛାଡିବାର ନ ଥିଲା।
୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପରେ ବିରାଟ ଅଧିନାୟକତ୍ୱ ଛାଡିଥିଲେ। ତାଙ୍କ ଅଧୀନରେ ଭାରତ ଆଜି ପର୍ଯ୍ୟନ୍ତ ସର୍ବାଧିକ ୪୦ ଟେଷ୍ଟ ମ୍ୟାଚ ଜିତିଥିଲା।
ବିରାଟ କୋହଲିଙ୍କ ମାନସିକତା ଦଳକୁ ଯଥାସମ୍ଭବ ବିଦେଶରେ ଜିତିବାରେ ସାହାଯ୍ୟ କରିଥାନ୍ତା ବୋଲି ବାଙ୍ଗର କହିଛନ୍ତି। କାରଣ ସେହି ସମୟରେ ଭାରତ ଘରୋଇ ପଡ଼ିଆରେ ପ୍ରାଧାନ୍ୟ ବିସ୍ତାର କରିଆସୁଥିଲା। ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ କହିଛନ୍ତି, ଘରୋଇ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍‌ରେ ୭୫ ପ୍ରତିଶତରୁ ଅଧିକ ମ୍ୟାଚରେ ଜିତିବ ବୋଲି ଭାରତୀୟ ଦଳ ନିଶ୍ଚିତ। ଏହି କାରଣରୁ କୋହଲି ଚାହୁଁଥିଲେ ଯେ, ଭାରତ ବିଦେଶୀ ପିଚରେ ଭଲ ପ୍ରଦର୍ଶନ କରିବ।

ବିରାଟ କୋହଲି ତାଙ୍କ କ୍ୟାରିୟରରେ ୬୮ଟି ଟେଷ୍ଟ ମ୍ୟାଚରେ ଭାରତର ଅଧିନାୟକତ୍ୱ କରିଥିଲେ, ଯେଉଁଥିରୁ ଦଳ ୪୦ଥର ଜିତିଥିଲା। ଏମଏସ ଧୋନୀ ଏବଂ ସୌରଭ ଗାଙ୍ଗୁଲିଙ୍କ ତୁଳନାରେ ତାଙ୍କର ବିଜୟ ପ୍ରତିଶତ ବହୁତ ଭଲ। ୨୦୧୪/୨୦୧୫ ଅଷ୍ଟ୍ରେଲିଆ ଗସ୍ତ ସମୟରେ କୋହଲି ପ୍ରଥମ ଥର ପାଇଁ ଟିମ ଇଣ୍ଡିଆର ଦାୟିତ୍ୱ ନେଇଥିଲେ। ଏହା ପରେ ସେ ଜଣେ ଅଧିନାୟକ ଭାବରେ ହାରାହାରି ୫୪.୮୦ରେ ଭାରତ ପାଇଁ ୫,୮୬୪ ରନ ସ୍କୋର କରିଛନ୍ତି।

The post କୋହଲି ବଡ଼ ଭୁଲ୍‌ କରିଦେଇଛନ୍ତି, ପୂର୍ବତନ ବ୍ୟାଟିଂ କୋଚ କଲେ ବଡ଼ ଖୁଲାସା appeared first on Dharitri Odia News.