କୋହଲି-ବୁମରାଙ୍କ ଅଟୋଗ୍ରାଫ ଥିବା ବ୍ୟାଟ୍‌ ଦାନ କରିଦେଲେ ନାଥନ ଲିଅନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୧: ଅଷ୍ଟ୍ରେଲିଆ କ୍ରିକେଟର ନାଥନ ଲିଅନ ନିଜ ଦେଶର ଏଭଳି ଖେଳାଳିଙ୍କ ପାଇଁ କାମ କରିଥାନ୍ତି ଯାହାଙ୍କୁ ସମର୍ଥନର ଆବଶ୍ୟକତା ରହିଛି। ଏଥିଲାଗି ସେ ବଡ଼ ପଦକ୍ଷେପ ଉଠାଇ ନିଜର କିଛି ସାମଗ୍ରୀ ଦାନ କରିଛନ୍ତି, ଯେଉଁଥିରେ ବିରାଟ କୋହଲି ଏବଂ ଜସପ୍ରିତ ବୁମ୍‌ରାଙ୍କ ଅଟୋଗ୍ରାଫ ଥିବା ବ୍ୟାଟ୍‌ ସାମିଲ ଅଛି। ଲିଅନ ନିଜର ଏଭଳି ନିଷ୍ପତ୍ତିକୁ ନେଇ କହିଛନ୍ତି, ଆମେ ଏବେ ଅନ୍ୟ କ୍ରିକେଟରଙ୍କ ପାଇଁ ରୋଲ୍‌ ମଡେଲ। ଯଦି ଆବେ ଯୁବ ଖେଳାଳିମାନଙ୍କୁ ଖେଳିବା […] The post କୋହଲି-ବୁମରାଙ୍କ ଅଟୋଗ୍ରାଫ ଥିବା ବ୍ୟାଟ୍‌ ଦାନ କରିଦେଲେ ନାଥନ ଲିଅନ, କାରଣ ଜାଣିଲେ… appeared first on Dharitri Odia News.

କୋହଲି-ବୁମରାଙ୍କ ଅଟୋଗ୍ରାଫ ଥିବା ବ୍ୟାଟ୍‌ ଦାନ କରିଦେଲେ ନାଥନ ଲିଅନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୧: ଅଷ୍ଟ୍ରେଲିଆ କ୍ରିକେଟର ନାଥନ ଲିଅନ ନିଜ ଦେଶର ଏଭଳି ଖେଳାଳିଙ୍କ ପାଇଁ କାମ କରିଥାନ୍ତି ଯାହାଙ୍କୁ ସମର୍ଥନର ଆବଶ୍ୟକତା ରହିଛି। ଏଥିଲାଗି ସେ ବଡ଼ ପଦକ୍ଷେପ ଉଠାଇ ନିଜର କିଛି ସାମଗ୍ରୀ ଦାନ କରିଛନ୍ତି, ଯେଉଁଥିରେ ବିରାଟ କୋହଲି ଏବଂ ଜସପ୍ରିତ ବୁମ୍‌ରାଙ୍କ ଅଟୋଗ୍ରାଫ ଥିବା ବ୍ୟାଟ୍‌ ସାମିଲ ଅଛି।

ଲିଅନ ନିଜର ଏଭଳି ନିଷ୍ପତ୍ତିକୁ ନେଇ କହିଛନ୍ତି, ଆମେ ଏବେ ଅନ୍ୟ କ୍ରିକେଟରଙ୍କ ପାଇଁ ରୋଲ୍‌ ମଡେଲ। ଯଦି ଆବେ ଯୁବ ଖେଳାଳିମାନଙ୍କୁ ଖେଳିବା ଲାଗି ପ୍ରେରଣା ଦେଇପାରୁ, ତେବେ କରିବା ଉଚିତ। କ୍ରିକେଟ ସମସ୍ତଙ୍କ ପାଇଁ। ଏବେ ମୁଁ ସହାୟତା କରୁଥିବା ଦିବ୍ୟାଙ୍ଗ ଖେଳାଳି ରାଜ୍ୟ କ୍ରିକେଟ ଖେଳୁଛନ୍ତି। ଆଶା କରୁଛି ଯେ ସେ ଅଷ୍ଟ୍ରେଲିୟ ଆଇଡି ଟିମ୍‌ରେ ଅନ୍ତର୍ଜାତୀୟ ଚୟନ ଲାଗି ହାତ ଉଠାଇବେ।

ତେବେ ୨୦୨୫ରେ ଟୁର୍ନାମେଣ୍ଟ ଜାନୁଆରୀ ୧୯ରେ ଆରମ୍ଭ ହେବ। ଜାନୁଆରୀ ୨୫ ଯାଏ ବ୍ରିସବେନ୍‌ର ମର୍ଚାଣ୍ଟ ପାର୍କରେ ଖେଳାଯିବ। ଏଥିରେ ଅଷ୍ଟ୍ରେଲିଆର ସମସ୍ତ ରାଜ୍ୟ ଏବଂ ଅଞ୍ଚଳର ୨୨ ଟିମ୍‌ ସାମିଲ ହେବ।

The post କୋହଲି-ବୁମରାଙ୍କ ଅଟୋଗ୍ରାଫ ଥିବା ବ୍ୟାଟ୍‌ ଦାନ କରିଦେଲେ ନାଥନ ଲିଅନ, କାରଣ ଜାଣିଲେ… appeared first on Dharitri Odia News.