୩ ବର୍ଷ ଶିଶୁର ୨ କିଡ଼ନୀ ଖରାପ: କିଡ଼ନୀ ପ୍ରତ୍ୟାରୋପଣ ବ୍ୟବସ୍ଥା କରିବ ଜିଲା ପ୍ରଶାସନ
ଛତ୍ରପୁର,୧୭।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଲକ୍ଷ୍ମଣନଗର ଅଞ୍ଚଳର ଏନ.କ୍ରିଷ୍ଣା ରେଡ୍ଡୀ ଓ ଉର୍ମିଳା ରେଡ୍ଡୀଙ୍କ ୩ ବର୍ଷର କନ୍ୟା ଅନୁଷ୍କାଙ୍କ ଦୁଇଟି କିଡ଼ନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । କଟକ ଶିଶୁ ଭବନରେ ନିୟମିତ ଡାଏଲିସିସ କରାଯାଉଛି । ତେବେ ତୁରନ୍ତ କିଡ଼ନୀ ପ୍ରତିରୋପଣ କରିବାକୁ ପଡ଼ିବ ନଚେତ ଛୁଆର ଜୀବନ ବିପଦ ରହିଛି । ଅପରପକ୍ଷରେ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର ଏକ ଟିମ ସୋମବାର ଅନୁଷ୍କା ଓ […] The post ୩ ବର୍ଷ ଶିଶୁର ୨ କିଡ଼ନୀ ଖରାପ: କିଡ଼ନୀ ପ୍ରତ୍ୟାରୋପଣ ବ୍ୟବସ୍ଥା କରିବ ଜିଲା ପ୍ରଶାସନ appeared first on Dharitri Odia News.
ଛତ୍ରପୁର,୧୭।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଲକ୍ଷ୍ମଣନଗର ଅଞ୍ଚଳର ଏନ.କ୍ରିଷ୍ଣା ରେଡ୍ଡୀ ଓ ଉର୍ମିଳା ରେଡ୍ଡୀଙ୍କ ୩ ବର୍ଷର କନ୍ୟା ଅନୁଷ୍କାଙ୍କ ଦୁଇଟି କିଡ଼ନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । କଟକ ଶିଶୁ ଭବନରେ ନିୟମିତ ଡାଏଲିସିସ କରାଯାଉଛି । ତେବେ ତୁରନ୍ତ କିଡ଼ନୀ ପ୍ରତିରୋପଣ କରିବାକୁ ପଡ଼ିବ ନଚେତ ଛୁଆର ଜୀବନ ବିପଦ ରହିଛି ।
ଅପରପକ୍ଷରେ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର ଏକ ଟିମ ସୋମବାର ଅନୁଷ୍କା ଓ ତାଙ୍କ ବାପା ମା’ଙ୍କୁ ନେଇ ଜିଲା ହେଲଦି ଇନଫର ମେଶିନ ସେଣ୍ଟରକୁ ନେଇଥିଲେ। ସେଣ୍ଟରର ମୁଖ୍ୟ ଡାକ୍ତର ବିଜୟ ପାଣିଗ୍ରାହୀ ଓ ଡାକ୍ତର ଆର. ଜଗଦୀଶ ରେଡ୍ଡୀ ଶିଶୁଟିର ସ୍ବାସ୍ଥ୍ୟ ଯାଞ୍ଚ ଏବଂ କାଗଜପତ୍ର ଦେଖି ଅନୁଧ୍ୟାନ କରିଥିଲେ। କଟକ ଶିଶୁ ଭବନ ସହ ଡାଏଲିସିସ ସମ୍ପର୍କରେ ଆଲୋଚନା ହୋଇଥିଲା। କିଡ଼ନୀ ପ୍ରତ୍ୟାରୋପଣ ପାଇଁ ଲିଖିତ ଭାବେ ଅନୁଷ୍କାର ଅଭିବାଦକଙ୍କ ପକ୍ଷରୁ ଶିଶୁଭବନକୁ ଦେବାକୁ ପରାମର୍ଶ ଦିଆଯାଇଥିଲା । ଏହାପରେ ଏହି ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ମ୍ୟୁନିସିପେଣ୍ଠ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର ସୁପରିଡେଣ୍ଟ ଡାକ୍ତର ସ୍ବାଧୀନ ରଥ ପରେ ସେମାନଙ୍କୁ ନେଇ ବ୍ରହ୍ମପୁର ଠାରେ ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ ପଣ୍ଡାଙ୍କୁ ସାକ୍ଷାତ କରିଥିଲେ। କିଡ଼ନୀ ପ୍ରତ୍ୟାରୋପଣ ସମ୍ପର୍କରେ ଗଞ୍ଜାମ ଜିଲାପାଳଙ୍କ ସହ ଗଞ୍ଜାମ ଜିଲାମୁଖ୍ୟ ଚିକିତ୍ସା ଅଧିକାରୀ କଥାବାର୍ତ୍ତା ହୋଇଥିଲେ। କିଡ଼ନୀ ପ୍ରତ୍ୟାରୋପଣ ଲାଗି କଟକ ଶିଶୁଭବନରୁ ପରାମର୍ଶ ଚିଠି ଆସିଲେ ଏହା କରାଯିବ ବୋଲି ସୁପରିଡେଣ୍ଟ ଡାକ୍ତର ସ୍ବାଧୀନ ରଥ କହିଛନ୍ତି ।
ସୂଚନାଯୋଗ୍ୟ କିଡ଼ନୀ ପ୍ରତ୍ୟାରୋପଣ ପାଇଁ ଅନୁମାନିକ ୩୦ ଲକ୍ଷ ଖର୍ଚ୍ଚ ହେବ। ତାହା ଓଡ଼ିଶାରେ ହେବନି ସୁଦୁର ବାଙ୍ଗାଲୋରରେ ଚିକିତ୍ସା ହେବ l ମା ତାଙ୍କ ଝିଅକୁ କିଡ଼ନୀ ଦେବେ ବୋଲି ମନସ୍ଥ କରିଥିଲେ ତେବେ ଆର୍ଥ ବାଧକ ସାଜିଥିଲା । ଏସମ୍ପର୍କରେ ଖବରପାଇ ଛତ୍ରପୁର ବ୍ଲକ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତପ୍ତରତା ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ ଅନୁଷ୍କା ଜନ୍ମ ହେବାର ୯ ମାସରୁ ବ୍ରହ୍ମପୁର , ଭୁବନେଶର, କଟକ ଓ ଶ୍ରିକାକୁଲମ ହସ୍ପିଟାଲ ରେ ଚିକିତ୍ସା କରି ସର୍ବସାନ୍ତ ହୋଇଯାଇଥିଲେ ସୁଦ୍ଧା ରୋଗ ଚିହ୍ନଟ ହୋଇପାରିନଥିଲା l ୨୦୨୫ ଜାନୁଆରୀ ଶେଷରେ କଟକ ଶିଶୁ ଭବନରେ ଏହି ରୋଗ ଚିହ୍ନଟ ହୋଇଥିଲା ।
The post ୩ ବର୍ଷ ଶିଶୁର ୨ କିଡ଼ନୀ ଖରାପ: କିଡ଼ନୀ ପ୍ରତ୍ୟାରୋପଣ ବ୍ୟବସ୍ଥା କରିବ ଜିଲା ପ୍ରଶାସନ appeared first on Dharitri Odia News.