କୋହଲିଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ଅନୁଷ୍କା

ଲଣ୍ଡନ,୫।୧୧: ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡଠାରୁ ଭାରତୀୟ କ୍ରିକେଟ ଦଳ ଲଜ୍ଜାଜନକ ୩-୦ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ଟିମ ଇଣ୍ଡିଆର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ) ଆଶା ପାଇଁ ଏକ ବଡ ଝଟକା ଦେଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବିରାଟ କୋହଲି ୬ ଇନିଂସରେ ମାତ୍ର ୯୩ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ଗୋଟିଏ ପଟେ କୋହଲିଙ୍କୁ ତାଙ୍କ ଫର୍ମ ଯୋଗୁ ଟ୍ରୋଲ କରାଯାଉଛି, କିନ୍ତୁ ଏବେ ଲଣ୍ଡନରେ ତାଙ୍କ ପିଲାମାନଙ୍କ ସହିତ […] The post କୋହଲିଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ଅନୁଷ୍କା appeared first on Dharitri Odia News.

କୋହଲିଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ଅନୁଷ୍କା

ଲଣ୍ଡନ,୫।୧୧: ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡଠାରୁ ଭାରତୀୟ କ୍ରିକେଟ ଦଳ ଲଜ୍ଜାଜନକ ୩-୦ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ଟିମ ଇଣ୍ଡିଆର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ) ଆଶା ପାଇଁ ଏକ ବଡ ଝଟକା ଦେଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବିରାଟ କୋହଲି ୬ ଇନିଂସରେ ମାତ୍ର ୯୩ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ଗୋଟିଏ ପଟେ କୋହଲିଙ୍କୁ ତାଙ୍କ ଫର୍ମ ଯୋଗୁ ଟ୍ରୋଲ କରାଯାଉଛି, କିନ୍ତୁ ଏବେ ଲଣ୍ଡନରେ ତାଙ୍କ ପିଲାମାନଙ୍କ ସହିତ ମଜା କରୁଥିବାର ଫଟୋ ଭାଇରାଲ ହୋଇଛି।

ବିରାଟ କୋହଲିଙ୍କ ୩୬ତମ ଜନ୍ମଦିନରେ ବିରାଟ କୋହଲିଙ୍କ ଏକ ସୁନ୍ଦର ଫଟୋ ସାମ୍ନାକୁ ଆସିଛି। ଏହି ଭାଇରାଲ ଫଟୋରେ ସେ ତାଙ୍କ ପୁଅ ଅକାୟଙ୍କୁ ଡାହାଣ ହାତରେ ଏବଂ ଝିଅ ଭାମିକାଙ୍କୁ ବାମ ହାତରେ ଧରିଛନ୍ତି।

ଅନୁଷ୍କା ପ୍ରଥମ ଥର ସୋସିଆଲ ମିଡିଆରେ ତାଙ୍କ ପୁଅର ଫଟୋ ଶେୟାର କରିଛନ୍ତି, କିନ୍ତୁ ଏହି ଫଟୋରେ ମଧ୍ୟ ତାଙ୍କ ଚେହେରା ଇମୋଜିରେ ଆବୃତ ହୋଇଛି।

କୋହଲି ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ରିଟେନ୍‌ ତାଲିକାରେ ଅଛନ୍ତି। ଆରସିବି କୋହଲିଙ୍କୁ ୨୧ କୋଟି ଟଙ୍କାରେ ରଖିଛି। ଏହା ସହ ସେ ଆଇପିଏଲ ଇତିହାସରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଭାରତୀୟ ଖେଳାଳି ହୋଇପାରିଛନ୍ତି।

 

View this post on Instagram

 

A post shared by AnushkaSharma1588 (@anushkasharma)

The post କୋହଲିଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ଅନୁଷ୍କା appeared first on Dharitri Odia News.